Advertisment

ବିଜେଡି ନେତାଙ୍କ ଛାତି ଧଡ଼ଧଡ଼; କେତେବେଳେ ବି ବାଜିପାରେ ଫୋନ୍‌ କଲ୍‌ ?

ଯେ କୌଣସି ମୁହୁର୍ତ୍ତରେ ଆସିପାରେ କଲ୍ । ରିଙ୍ଗ୍ ହୋଇପାରେ ବିଧାୟକଙ୍କ ମୋବାଇଲ ଫୋନ। ରାଜ୍ୟ ମନ୍ତିମଣ୍ଡଳ ଅଦଳବଦଳ ଓ ସଂପ୍ରସାରଣର ସମ୍ଭାବ୍ୟ ପ୍ରକ୍ରିୟା ଭିତରେ ଏବେ ନବୀନଙ୍କ କଲ୍ କୁ ବିଧାୟକଙ୍କ ଅପେକ୍ଷା।

ଅଦ୍ୟତନ ହୋଇଛି
BJD Minister

BJD Minister

Advertisment

ସମୟ ଓ ସ୍ଥାନ ପ୍ରସ୍ତୁତ। ଖାଲି ନାଁ ଘୋଷଣାକୁ ଅପେକ୍ଷା । ଆସନ୍ତାକାଲି ହେବାକୁ ଯାଉଛି ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଦଳବଦଳ । ସକାଳ ୯ଟା ୫୦ରେ ଲୋକସେବା ଭବନର କନଭେସନ ହଲରେ ଆୟୋଜିତ ହେବ ଶପଥ ଗ୍ରହଣ ସମାରୋହ। କାଲି ୩ ନୂଆ ମନ୍ତ୍ରୀ ଶପଥ ନେବା ଚର୍ଚ୍ଚା ହେଉଛି । ସେପଟେ ସବୁ ପ୍ରସ୍ତୁତି ଶେଷ ହୋଇଥିଲେ ବି ସିଏମଙ୍କ ଅଫିସରୁ ଏ ଯାଏଁ କଲ ଆସିନି । ତେଣୁ କାହା ପାଖକୁ କେତେବେଳେ କଲ୍ ଆସିବ, ସେ ନେଇ ବଢ଼ିବାରେ ଲାଗିଛି ବିଧାୟକଙ୍କ ହାର୍ଟ ବିଟ୍। ସେପଟେ ବର୍ତ୍ତମାନର କିଛି ମନ୍ତ୍ରୀଙ୍କ ବିଭାଗ ବଦଳିବା ଚର୍ଚ୍ଚା ବି ହେଉଛି ।

Advertisment

ଯେ କୌଣସି ମୁହୁର୍ତ୍ତରେ ଆସିପାରେ କଲ୍ । ରିଙ୍ଗ୍ ହୋଇପାରେ ବିଧାୟକଙ୍କ ମୋବାଇଲ ଫୋନ। ରାଜ୍ୟ ମନ୍ତିମଣ୍ଡଳ ଅଦଳବଦଳ ଓ ସଂପ୍ରସାରଣର ସମ୍ଭାବ୍ୟ ପ୍ରକ୍ରିୟା ଭିତରେ ଏବେ ନବୀନଙ୍କ କଲ୍ କୁ ବିଧାୟକଙ୍କ ଅପେକ୍ଷା। ତେଣୁ ତାକୁ ନେଇ ବଢ଼ିବାରେ ଲାଗିଛି କିଛି MLAଙ୍କ ହାର୍ଟ ବିଟ୍। ସୂଚନା ଅନୁଯାୟୀ ବିଧାୟକ ଦେବୀ ମିଶ୍ର, ଲତିକା ପ୍ରଧାନ, ଦୀପାଳି ଦାସ, ପ୍ରଶାନ୍ତ ମୁଦୁଲି, ବିକ୍ରମ ଆରୁଖ, ଶୁଶାନ୍ତ ସିଂ, ଶାରଦା ନାୟକ ଓ ଉମା ସାମନ୍ତରାୟଙ୍କ ଭଳି ବିଧାୟକ ଏବେ ମନ୍ତ୍ରୀ ପଦର ପାଇବା ରେସରେ । 

ତେବେ ରାଜ୍ୟ ମନ୍ତ୍ରିମଣ୍ଡଳ ରୂପରେଖ କିଭଳି ହେବ ଏବଂ ଶେଷ ମୁହୂର୍ତ୍ତରେ ନବୀନ କେଉଁ ନିଷ୍ପତ୍ତି ନେବେ, ତାକୁ ନେଇ ବଢୁଛି ସସ୍‌ପେନ୍ସ । ନବ ଦାସଙ୍କ ମୃତ୍ୟୁ ଓ ପରେ ଗତ ୧୨ ତାରିଖରେ ବାଚସ୍ପତି ପଦରୁ ବିକ୍ରମ ଆରୁଖଙ୍କ ଇସ୍ତଫା ଏବଂ ଦୁଇ ମନ୍ତ୍ରୀ ସମୀର ଦାସ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ । ତେଣୁ ଏମାନଙ୍କ ସ୍ଥାନ ପୂରଣ ପାଇଁ ୩ ଜଣ ମନ୍ତ୍ରୀ ଶପଥ ନେବାର ସମ୍ଭାବନା ରହିଛି ।

Advertisment

ସେପଟେ ମନ୍ତ୍ରୀ ପଦ ବାଦ୍ ଏବେ ନବୀନ ଗୁରୁତ୍ବପୂର୍ଣ୍ଣ ବାଚସ୍ପତି ପଦ କାହାକୁ ଦେବେ ତା ଉପରେ ବି ସମସ୍ତଙ୍କ ନଜର । ବାଚସ୍ପତି ପଦ ଲାଗି କିଛି ପୁରୁଖାଙ୍କ ମଧ୍ୟରୁ କାହାକୁ ସୁଯୋଗ ମିଳିବା ନେଇ ଚର୍ଚ୍ଚା ହେଉଛି । ସେ ଚର୍ଚ୍ଚା ଭିତରେ ନିରଞ୍ଜନ ପୂଜାରୀ, ଦେବୀ ମିଶ୍ର, ଅମର ଶତପଥୀ, ପ୍ରଫୁଲ ସାମଲ, ସ୍ନେହାଙ୍ଗିନ ଛୁରିଆ ଓ ପ୍ରଦୀପ ଅମାତଙ୍କ ଭଳି ବିଧାୟକଙ୍କ ନାଁ ରହିଛି । ମୁଖ୍ୟମନ୍ତ୍ରୀ ଯଦି ମହିଳା କାର୍ଡ ଖେଳନ୍ତି, ତେବେ ସ୍ନେହାଙ୍ଗିନୀ ଛୁରିଆ ରେସର ସବୁଠୁ ଆଗରେ ରହିବେ ।

ସାଧାରଣ ନିର୍ବାଚନକୁ ଆଉ ଖୁବ କମ ଦିନ ବାକି । ତା’ପୂର୍ବରୁ ନବୀନଙ୍କ ପଞ୍ଚମ ପାଳି ସରକାରରେ ଏହା ହୁଏତ ଶେଷ ମନ୍ତ୍ରିମଣ୍ଡଳ ଅଦଳବଦଳ । ତେଣୁ ଏଭଳି ଗୁରୁତ୍ବପୂର୍ଣ୍ଣ ସମୟରେ ଦଳରେ କାହାକୁ ଗୁରୁତ୍ବ ମିଳିବ, ଆଉ କାହାକୁ ଉପେକ୍ଷା କରାଯିବ, ସେ ଜଟିଳ ଗଣିତ ଏବେ ସୁପ୍ରିମୋଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ସେପଟେ ଦଳର ମହିଳା ଭୋଟ ବ୍ୟାଙ୍କ, ଜିଲ୍ଲା ସଙ୍ଗଠନରେ ଫାଟ ଓ ଅସନ୍ତୁଷ୍ଟଙ୍କୁ ଆଖି ଆଗରେ ରଖି ନୂଆ ମନ୍ତ୍ରିମଣ୍ଡଳ ଗଠନ କରାଯାଇ ପାରେ ବୋଲି ଚର୍ଚ୍ଚା ହେଉଛି ।

Advertisment
BJD CM Naveen Patnaik Cabinet Ministers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ