Advertisment

IICଙ୍କ ଘରୁ ୩୭ ଲକ୍ଷ ଜବତ ହେବା ଘଟଣା: ବିଜେଡି ନେତା, ମନ୍ତ୍ରୀଙ୍କୁ ଟାର୍ଗେଟ୍‌ କଲା ବିଜେପି

ଓଡ଼ିଶା ପୋଲିସ ଆଜି ଏତେ ତଳସ୍ତରକୁ ଖସି ଯାଇଛି ଯେ ଜଣେ ପୋଲିସ କର୍ମୀଙ୍କ ଗିରଫ ହେବା ପରେ ସାଧାରଣ ଲୋକେ ବାଣ ଫୁଟାଉଛନ୍ତି ବୋଲି ବିଜେପି କହିଛି ।

ଅଦ୍ୟତନ ହୋଇଛି
Odisha BJP alleges BJD link with tainted cop Sushant Satpathy

Odisha BJP alleges BJD link with tainted cop Sushant Satpathy

Advertisment

ଥାନା ବାବୁ ସୁଶାନ୍ତ ଶପତଥୀଙ୍କ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବା ସହ ଅସଲ ଚେହେରା ସାମ୍ନାକୁ ଆସୁଥିବା ବେଳେ ଅନ୍ୟପଟେ ଏନେଇ ରାଜ୍ୟ ସରକାରଙ୍କୁ ବିଜେପି ଟାର୍ଗେଟ୍ କରିଛି । ଓଡ଼ିଶା ପୋଲିସ ଆଜି ଏତେ ତଳସ୍ତରକୁ ଖସି ଯାଇଛି ଯେ ଜଣେ ପୋଲିସ କର୍ମୀଙ୍କ ଗିରଫ ହେବା ପରେ ସାଧାରଣ ଲୋକେ ବାଣ ଫୁଟାଉଛନ୍ତି ବୋଲି ବିଜେପି କହିଛି । 

Advertisment

ଗିରଫ IIC ସୁଶାନ୍ତ ଶପତଥୀଙ୍କ ନବୀନ ନିବାସ ଲିଙ୍କ୍ ମଧ୍ୟ ସାମ୍ନାକୁ ଆସିଥିବା ବିଜେପି ଅଭିଯୋଗ କରିଛି । ଖାଲି ସେତିକି ନୁହେଁ, ନୟାଗଡ଼ର ଜଣେ ରାଜନେତା ତଥା ସୁଶାନ୍ତଙ୍କ ସୁରକ୍ଷାରେ ଥିବା ବିଜେପି ଅଭିଯୋଗ କରିଛି । ଏହାସହ ଏହାର ତଦନ୍ତ ଲାଗି ବିଜେପି ଦାବି କରିଛି । 

IIC ସୁଶାନ୍ତ ଶତପଥୀଙ୍କ ଘରୁ ନଗଦ ୩୭ ଲକ୍ଷ ଜବତ ହେବା ଘଟଣାକୁ ନେଇ ବିଜେଡି ନେତା ଓ ମନ୍ତ୍ରୀଙ୍କୁ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ‘କାହା ସୁପାରିସ୍‌ରେ ନବୀନ ନିବାସରେ ସୁଶାନ୍ତ ଡ୍ୟୁଟି ପାଇଥିଲେ ? ଲୋକଙ୍କ ବିରୋଧ ବେଳେ କଟକର ସମ୍ପୃକ୍ତ ମନ୍ତ୍ରୀ ହସ୍ତକ୍ଷେପ କରିଥିଲେ । ସେହିପରି କୋରାପୁଟରୁ ଗଞ୍ଜେଇ ନୟାଗଡ଼କୁ ଆସି ଗଚ୍ଛିତ ହୁଏ । ନୟାଗଡ଼ର ଜଣେ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀଙ୍କ ଜାଣତରେ ହୁଏ’ । 

Advertisment

ସୁଶାନ୍ତଙ୍କ ଓଲିଉଡ ଲିଙ୍କ୍‌ ନେଇ ମଧ୍ୟ ଅନୀଲ ସାଂଘାତିକ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ‘ଜଣେ ବିଜେଡି ସାଂସଦଙ୍କ ସହ କିପରି ଅଭିନୟ କଲେ ସୁଶାନ୍ତ ? ଫିଲ୍ମରେ ସୁଶାନ୍ତଙ୍କ କଳା ଟଙ୍କା ଲାଗି ନାହିଁ ତ ? ତେଣୁ ବିଜେଡି ନେତା, ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ।’

ଅନୀଲ ଆହୁରି ଅଭିଯୋଗ ଆଣିଛନ୍ତି ଯେ, ‘୩ ଜଣ ଏସ୍‌ପିଙ୍କ ପ୍ରୋସିଡିଂ ସତ୍ତ୍ୱେ ସୁଶାନ୍ତ କେମିତି ପ୍ରମୋସନ ପାଇଲେ ? ଜବ୍‌ ସ୍କାମ୍‌ ମୁଖ୍ୟ ବିରଞ୍ଚି ସାହୁ ସହ ତାଙ୍କର ଲିଙ୍କ୍ ସୂଚନା ଅଛି । ରାଜନୈତିକ ଛତ୍ର ଛାୟା ତଳେ ରହି କଳା ଟଙ୍କା ଗୋଟାଉଥିଲେ ।’

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ