Advertisment

ଆସନ୍ତା ୨୧ରେ ବିଧାନସଭା ବାଚସ୍ପତି ନିର୍ବାଚନ,୧୮ରେ ନାମାଙ୍କନ ଦାଖଲ

ବିକ୍ରମ ଆରୁଖଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ବାଚସ୍ପତି ପଦ

ଅଦ୍ୟତନ ହୋଇଛି
Odisha Assembly Speaker election,

Odisha Assembly Speaker election,

Advertisment

ଖୁବ ଶୀଘ୍ର ବିଧାନସଭା ବାଚସ୍ପତି ପଦକୁ ନେଇ ହଟିବ ସସପେନ୍ସ। ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବ ବିଧାନସଭା ବାଚସ୍ପତି ନିର୍ବାଚନ । ଏଥିପାଇଁ ୧୮ରେ ନାମାଙ୍କନ ଦାଖଲ କରାଯିବ । ପ୍ରାୟ ୪ ମାସ ପରେ ପୂରଣ ହେବ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦବୀ । ବିକ୍ରମ ଆରୁଖଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ବାଚସ୍ପତି ପଦ ।

Advertisment

ସେହିପରି ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ । ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ୩ ତାରିଖରେ ଅତିରିକ୍ତ ବଜେଟ ଆଗତ ହେବା ନେଇ ସୂଚନା ମିଳିଛି । ମୌସୁମୀ ଅଧିବେଶନ ଥିବାରୁ ବାଚସ୍ପତି ପଦ ପୂରଣ ହେବା ଜରୁରୀ ହୋଇପଡ଼ିଛି ।

Advertisment

ମେ ୧୨ ତାରିଖରେ ହଠାତ୍ ବ୍ୟକ୍ତିଗତ କାରଣ ଦର୍ଶାଇ ବାଚସ୍ପତି ପଦରୁ ଇସ୍ତଫା ଦେଇଦେଲେ । ପରେ ଅର୍ଥମନ୍ତ୍ରୀ ବି ହେଲେ ବିକ୍ରମ ଆରୁଖ । ହେଲେ ସେବେଠୁ ବାଚସ୍ପତି ପଦ ଖାଲି ପଡ଼ିଛି ଯେ ପଡ଼ିଛି । ଏହାକୁ ନେଇ ନାନା ଚର୍ଚ୍ଚା ନାନା ଆଲୋଚନା ଚାଲିଲା। ସେବେଠୁ ଉପ ବାଚସ୍ପତି ରଜନିକାନ୍ତ ସିଂ ଆକ୍ଟିଂ ବାଚସ୍ପତି ଦାୟିତ୍ୱ ନିର୍ବାହ କରୁଥିଲେ ବି ଲୋକତାନ୍ତ୍ରିକ ଶାସନ ବ୍ୟବସ୍ଥାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପଦବୀଟି ଏତେ ଦିନ ଧରି ଖାଲି ପଡ଼ିବାକୁ ନେଇ ବଢ଼ୁଥିଲା ଅସନ୍ତୋଷ।

ତେବେ ବାଚସ୍ପତି ପଦ ପାଇଁ ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ, ଶଶିଭୂଷଣ ବେହେରା, ଦେବୀପ୍ରସାଦ ମିଶ୍ର ଓ ଅମର ଶତପଥୀଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଛି।

Advertisment
Odisha Assembly Speaker Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ