Odisha Assembly Speaker election on June 13
ଖୁବ ଶୀଘ୍ର ବଛାହେବ ବିଧାନସଭା ମୁଖିଆ । ଜୁନ୍ ୧୩ ତାରିଖରେ ହେବ ବାଚସ୍ପତି ନିର୍ବାଚନ । ଏଥିପାଇଁ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ କରାଯିବ । ବାଚସ୍ପତି ନିର୍ବାଚନ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ ବାଚସ୍ପତି ଭାବେ ନାମାଙ୍କନ ପତ୍ର ଦାଖଲ କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି ।
ସୂଚନାଯୋଗ୍ୟ ଜୁନ୍ ୪ ତାରିଖରେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ସୂର୍ଯ୍ୟ ନାରାୟଣ ପାତ୍ର । ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ହେଉଥିବା ବେଳେ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଥିଲେ ଉପବାଚସ୍ପତି । ୨୦୧୯ ଜୁନ୍ ପହିଲାରୁ ବାଚସ୍ପତି ଥିଲେ ସୂର୍ଯ୍ୟ ନାରାୟଣ ପାତ୍ର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1654669775.jpg)