Advertisment

୬୦ ସିଟ୍‌ ପାଇଁ ପ୍ରର୍ଥୀ ଘୋଷଣା କରିବ କଂଗ୍ରେସ, MLA ସିଟ୍ ପାଇଁ ୩୦୦୦ ଆଶାୟୀ

ନୂଆ ମୁହଁ ସହ ଆଗୁଆ ଟିକେଟ ଘୋଷଣା କରି ଦଳ ଆଶାୟୀଙ୍କ ଭିତରୁ ଦ୍ୱନ୍ଦ୍ୱ ଦୂର କରିବା ସହିତ ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ଦେବାକୁ ପ୍ରୟାସ କରୁଛି।

undefined

Congress

Advertisment

କଂଗ୍ରେସ୍ ଆରମ୍ଭ କଲା ଟିକେଟ କସରତ। ବସିଲା ପ୍ରଦେଶ ଇଲେକ୍ସନ୍ କମିଟି ବା ପିଇସି ବୈଠକ। ୨୦୧୯ର ଭୁଲ୍‌କୁ ଦଳ ୨୪ରେ ଦୋହରାଇବାକୁ ଚାହୁଁନି । ମାର୍ଚ୍ଚ ସୁଦ୍ଧା ଟିକେଟ୍ ଘୋଷଣା ପାଇଁ ବୈଠକରେ ହୋଇଛି ନିଷ୍ପତ୍ତି । ପ୍ରଥମ ପର୍ଯ୍ୟାୟରେ ପ୍ରବଳ ଦାବିଦାର ଥିବା ୭୦ ସିଟ୍ ପାଇଁ ଦଳ ଘୋଷଣା କରିବ ପ୍ରାର୍ଥୀ।

Advertisment

ପ୍ରଗମନ ଆପ୍ ଦ୍ୱାରା ଦଳ ପାଖକୁ ଆସିଛି ୩ ହଜାର ବିଧାୟକ ଆଶାୟୀ ଓ ୭ଶହ ସାଂସଦ ଆଶାୟୀଙ୍କ ଦରଖାସ୍ତ। ଜିଲ୍ଲା ସଭାପତିମାନେ ମୁଖିଆଙ୍କୁ ସମ୍ଭାବ୍ୟ ନାଁ ଦେଇଛନ୍ତି। ଏନେଇ ପିଇସି ତର୍ଜମା କରି ଗୋଟିଏ ଆସନ ପାଇଁ ତିନିଟି ଲେଖାଏଁ ନାଁ ସେଣ୍ଟ୍ରାଲ ଇଲେକସନ କମିଟି- CECକୁ ପଠାଇବ। CEC ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ କରିବା ପରେ ଏଆଇସିସି ମୋହର ମାରିବ । ନୂଆ ମୁହଁ ସହ ଆଗୁଆ ଟିକେଟ ଘୋଷଣା କରି ଦଳ ଆଶାୟୀଙ୍କ ଭିତରୁ ଦ୍ୱନ୍ଦ୍ୱ ଦୂର କରିବା ସହିତ ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ଦେବାକୁ ପ୍ରୟାସ କରୁଛି।

ଗୋଟିଏ ପଟେ କଂଗ୍ରେସ ଘର ସଜାଡି ଆଗୁଆ ପ୍ରାର୍ଥୀ ଘୋଷଣା କରିବାକୁ ମାନସ ମନ୍ଥନ କରୁଛି ଆଉ ଅନ୍ୟପଟେ ଜଣକ ପରେ ଜଣେ ପୁରୁଖା ଦଳ ଛାଡୁଛନ୍ତି। ଆଜି ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ ଓ ଢେଙ୍କାନାଳ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ସରୋଜ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସକୁ ବାଏ ବାଏ କରିଥିବା ଘୋଷଣା କରିଛନ୍ତି। କିଛି ଦିନ ତଳେ ପୂର୍ବତନ ବିଧାୟକ ନିହାର ମହାନନ୍ଦ ଓ ଅଂଶୁମାନ ମହାନ୍ତି ଦଳ ଛାଡିଛନ୍ତି। ଚର୍ଚ୍ଚା ହେଉଛି ଆଉ କିଛି ବରିଷ୍ଠ ନେତା ବି ଖୁବଶୀଘ୍ର ଦଳ ଡେଇଁ ପାରନ୍ତି।

Advertisment

୨୦୧୯ ନିର୍ବାଚନରେ କଂଗ୍ରେସ ଦୁଇ ନମ୍ବରରୁ ତିନି ନମ୍ବରକୁ ଖସିଥିଲା। ବିଧାନସଭାରେ ମାତ୍ର ୯ ସିଟ୍ ସହ ଦଳ ପାଇଥିଲା ୧୬.୧୨ ପ୍ରତିଶତ ଭୋଟ୍। ୨୦୧୪ ତୁଳନାରେ କଂଗ୍ରେସର ଭୋଟ ହାର ୯.୬ ପ୍ରତିଶତ କମିଥିଲା। ଆଉ ଏଥର ଦଳ ବିଳମ୍ବରେ ହୋମ ୱାର୍କ ଆରମ୍ଭ କରି ୯ ରୁ ୯୦ ପହଞ୍ଚିବାକୁ ଟାର୍ଗେଟ ରଖିଛି। ତେବେ ବିଳମ୍ବିତ ପ୍ରସ୍ତୁତି ଓ ଦଳ ଡିଆଁ କଂଗ୍ରେସ ପାଇଁ ବଡ ଚାଲେଞ୍ଜ ହେବ।

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ