Advertisment

ଦିନ ମଜୁରିଆରୁ ସରପଞ୍ଚ : ପ୍ରତିନ୍ଦ୍ୱନ୍ଦୀଙ୍କୁ ୨୯୬ ଭୋଟରେ ମାତ୍ ଦେଲେ ଦୀନବନ୍ଧୁ

ଦିନ ମଜୁରିଆ ଭାବେ ଖଟି ପେଟ ପୋଷୁଥିବା ଦୀନବନ୍ଧୁଙ୍କୁ ମିଳିଗଲା ନୂଆ ପରିଚୟ। ସେ ଏବେ ଗାଙ୍ଗଦହଣୀ ପଞ୍ଚାୟତ ସରପଞ୍ଚ।

Special Story

Special Story

Advertisment

ଦିନ ମଜୁରିଆ ହେଲେ ସରପଞ୍ଚ । ଦେବା ପାଇଁ ତାଙ୍କ ପାଖରେ କିଛି ନଥିଲା । ବିନା ଅର୍ଥବଳରେ ସେ ନିର୍ବାଚନୀ ବୈତରଣୀ ପାର କରିଛନ୍ତି । ଦିନେ ଗାଁରେ କାମ ଖୋଜୁଥିଲେ, ଅନ୍ୟର ଘରେ କାମ କରୁଥିଲେ ଏବେ ସେ ଗାଁର ପ୍ରତିନିଧି । ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ କରି ପରିବାର ପରିପୋଷଣ କରିବା ସହ ଗ୍ରାମର ବିକାଶ ପାଇଁ ଚିନ୍ତା କରି ଆସୁଥିବା ଦିନ ମଜୁରିଆ ଦୀନବନ୍ଧୁ ଶେଷରେ ସରପଞ୍ଚ ଭାବରେ ନିର୍ବାଚିତ ହୋଇଛନ୍ତି ।

Advertisment

ଗଞ୍ଜାମ ପୁରୁଷୋତ୍ତମପୁର ବ୍ଲକ ଗାଙ୍ଗଦହଣୀ ପଞ୍ଚାୟତର ସରପଞ୍ଚ ହୋଇଛନ୍ତି ଦୀନବନ୍ଧୁ ଦାସ । ନିର୍ବାଚନରେ ଦୀନବନ୍ଧୁ ସେଠୀ ନିଜର ନିକଟତମ ପ୍ରତିନ୍ଦ୍ୱନ୍ଦୀଙ୍କୁ ୨୯୬ ଭୋଟରେ ମାତ୍ ଦେଇଛନ୍ତି । ଦୀନବନ୍ଧୁ ମୋଟ ୧୩୨୯ ଭୋଟ ପାଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅମରେଶ ସେଠୀଙ୍କୁ ପରାଜିତ କରିଛନ୍ତି । ନିଜ ପଞ୍ଚାୟତର ବିକାଶ ନେଇ ସ୍ୱପ୍ନ ଦେଖି ଏଥର ନିର୍ବାଚନକୁ ଓହ୍ଲାଇଥିଲେ । ନିଜ ସମର୍ଥକଙ୍କ ସହ ମିଶି ଘରକୁ ଘର ବୁଲି ଭୋଟ୍ ମାଗିଥିଲେ । ଆଉ ଲୋକେ ତାଙ୍କ ଉପରେ ଭରସା କରି ତାଙ୍କୁ ନିଜ ସରପଞ୍ଚ ଭାବେ ନିର୍ବାଚିତ କରିଛନ୍ତି ।

ନିଜେ ତୃଣମୂଳ ସ୍ତରରୁ ଆସିଥିବାରୁ ତଥା ଦୁଃଖ ଦୁର୍ଦ୍ଦଶା ଜାଣିଥିବାରୁ ସେହି ବର୍ଗର ଲୋକଙ୍କ ଦୁଃଖ ଦୂର ପାଇଁ କାମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଦୀନବନ୍ଧୁ। ଏପରିକି ଏମଜିଏନଆରଇଜିଏସ୍‌ରେ ହେଉଥିବା ଦୁର୍ନୀତି ଦୂର ପାଇଁ ଦୃଢ ପଦକ୍ଷେପ ନେବେ ବୋଲି ବି କଥା ଦେଇଛନ୍ତି ।

Advertisment
Panchayat Politics Odisha Panchayat Election Panchayat Mahasangram
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ