ବୁଲଡୋଜର କଲା ଡ୍ୟାନ୍ସ, ଯୋଗୀଙ୍କ ସଭାରେ ହଇଚଇ; ଦେଖନ୍ତୁ ଭିଡିଓ

ଯୋଗୀ ଆଦିତ୍ୟନାଥଙ୍କ ରାଲିରେ ବୁଲଡୋଜର୍ ଉପରେ ବ୍ରେକଡ୍ୟାନ୍ସ । ଗତକାଲି ଉତ୍ତର ପ୍ରଦେଶର ଫାରୁଖବାଦ୍ ଲୋକସଭା ଆସନ ଅନ୍ତର୍ଗତ ଏଟା ଜିଲ୍ଲାର ଆଲିଗଞ୍ଜ ସବଡିଭିଜନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଲି କରିଥିଲେ ।

Bulldozer

ଯୋଗୀ ଆଦିତ୍ୟନାଥଙ୍କ ରାଲିରେ ବୁଲଡୋଜର୍ ଉପରେ ବ୍ରେକଡ୍ୟାନ୍ସ । ଗତକାଲି ଉତ୍ତର ପ୍ରଦେଶର ଫାରୁଖବାଦ୍ ଲୋକସଭା ଆସନ ଅନ୍ତର୍ଗତ ଏଟା ଜିଲ୍ଲାର ଆଲିଗଞ୍ଜ ସବଡିଭିଜନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଲି କରିଥିଲେ । ଗତକାଲି ଅପରାହ୍ନରେ ସେ ଏହି ରାଲିକୁ ସମ୍ବୋଧନ କଲା ବେଳେ କେତେ ଜଣ ଯୁବକ ବୁଲଡୋଜର୍ ଉପରେ ବ୍ରେକଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଥିଲା ।

ମୁଖ୍ୟମନ୍ତ୍ରୀ ପହଞ୍ଚିବା ପୂର୍ବରୁ ଏହି ବୁଲଡୋଜର୍ ଗୁଡ଼ିକ ସଭାସ୍ଥଳରେ ପହଞ୍ଚିଥିଲା । ପରେ ପରେ ଉକ୍ତ ମେସିନଗୁଡ଼ିକ ଦ୍ୱାରା ଉପସ୍ଥିତ ଲୋକଙ୍କ ପାଇଁ ଷ୍ଟଣ୍ଟ ପ୍ରଦର୍ଶନ କରାଯାଇଥିଲା । ଏହା ମଧ୍ୟ ଲୋକଙ୍କୁ ଆମୋଦିତ କରିଥିଲା । ଲୋକମାନେ ଖୁସି ହେବା ସହ ଜୟ ଶ୍ରୀରାମ ସ୍ଲୋଗାନ ମଧ୍ୟ ଦେଇଥିଲେ ।

ଦଳୀୟ ପତାକା ସହ ବିଜେପି କର୍ମୀମାନେ ଏହି ବ୍ରେକଡ୍ୟାନ୍ସରେ ଭାଗ ନେଇଥିଲେ । ମେସିନଗୁଡ଼ିକ ୩୬୦ ଡିଗ୍ରୀରେ ବୁଲୁଥିବା ବେଳେ, ରୋମାଞ୍ଚ ସୃଷ୍ଟି କରିଥିଲା । ବାରମ୍ବାର ମେସିନଗୁଡ଼ିକୁ ଉପର ତଳ କରାଯାଉଥିଲା । ଫଳରେ ସେ ଓଜନଦାର୍ ମେସିନଗୁଡ଼ିକର ମୁଭମେଣ୍ଟ ଦ୍ୱାରା ବ୍ରେକଡ୍ୟାନ୍ସ କଲା ଭଳି ଜଣା ପଡ଼ୁଥିଲା ।

ଅନ୍ୟପଟେ ପ୍ରଚାର କରିବାକୁ ଯାଇଥିବା ପ୍ରାର୍ଥୀଙ୍କ ଭାଷଣ ଠାରୁ ଅଧିକ କ୍ରେଜ ବ୍ରେକଡ୍ୟାନ୍ସର ଥିଲା । ଲୋକେ ଆଲିଗଞ୍ଜ ଏମଏଲଏ ସତ୍ୟପାଲ ସିଂ ରାଠୋରଙ୍କ ଭାଷଣଠାରୁ ବ୍ରେକଡ୍ୟାନ୍ସ ଉପରେ ଅଥିକ ଫୋକସ୍ ରଖିଥିଲେ । ଫଳରେ ସତ୍ୟପାଲଙ୍କୁ ପ୍ରଥମେ ବିଜେପି କର୍ମୀ ଓ ବୁଲଡୋଜର୍ ଡ୍ରାଇଭରଙ୍କୁ ଅନୁରୋଧ କରିବାକୁ ପଡ଼ିଥିଲା ।

ମେସିନ ଡ୍ୟାନ୍ସ ଶୋ’ ବନ୍ଦ କରିବାକୁ ସ୍ଥାନୀୟ MLA ଅନୁରୋଧ କରିଥିଲେ । କିନ୍ତୁ ଏହା ସେମାନହ୍କୁ ଉପରେ କୌଣସି ପ୍ରଭାବ ପକାଇନଥିଲା । ଧୀରେ ଧୀରେ ଲୋକଙ୍କ ଭିଡ଼ ବଢ଼ିବାକୁ ଲାଗିଥିଲା । ଫଳରେ କିଛି ଦୁର୍ଘଟଣା ହେବା ଆଶଙ୍କାରେ ଡ୍ରାଇଭରଙ୍କୁ ଭର୍ତ୍ସନା କରିଥିଲେ MLA ଓ ଶୋ’ ବନ୍ଦ କରିଦିଆଯାଇଥିଲା ।

ପରେ ଯୋଗୀ ଆଦିତ୍ୟନାଥ ସଭାରେ ଯୋଗ ଦେଇ କହିଥିଲେ, ଅନ୍ୟାୟ ଓ ଭ୍ରଷ୍ଟାଚାର ବିରୋଧରେ ଲଢ଼ିବା ପାଇଁ ଏହି ବୁଲଡୋଜରଗୁଡ଼ିକ ଭଲ କାମରେ ଆସୁଛନ୍ତି । ଏହା ସହ ସ୍ଥାନୀୟ ପ୍ରାର୍ଥୀଙ୍କୁ ବହୁମତ ସହ ଜିତାଇବାକୁ ମଧ୍ୟ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ।