Advertisment

୫ ନୁହେଁ ୯ ତାରିଖରେ ଦିଲ୍ଲୀ ଯିବେ କଂଗ୍ରେସ ବିଧାୟକ ଓ ଦଳର ବରିଷ୍ଠ ନେତା

ଖାଲି କଂଗ୍ରେସ ବିଧାୟକ ନୁହନ୍ତି ଦଳର ତୁଙ୍ଗ ନେତା ବି ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କ ସହ ଆଲୋଚନା କରିବେ।

Not only MLAs all senior Congress leaders from Odisha will be going to Delhi

Not only MLAs all senior Congress leaders from Odisha will be going to Delhi

Advertisment

୫ ତାରିଖ ନୁହେଁ ୯ରେ ଦିଲ୍ଲୀ ଯିବେ ଓଡ଼ିଶା ନେତା। ଦିଲ୍ଲୀ ଡକରା ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି। ଖାଲି କଂଗ୍ରେସ ବିଧାୟକ ନୁହନ୍ତି ଦଳର ତୁଙ୍ଗ ନେତା ବି ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କ ସହ ଆଲୋଚନା କରିବେ। ଏନେଇ AICC ପକ୍ଷରୁ ଚିଠି ଆସିଥିବା ପିସିସି ସଭାପତି ସୂଚନା ଦେଇଛନ୍ତି। 

Advertisment

ସଙ୍ଗଠନ ମଜବୁତ୍‌ ନେଇ ହାଇକମାଣ୍ଡଙ୍କୁ ବୈଠକରେ ଅବଗତ କରାଇବି ବୋଲି ନିରଞ୍ଜନ କହିଛନ୍ତି। ବ୍ରଜରାଜନଗର ଉପନିର୍ବାଚନ ପ୍ରସଙ୍ଗରେ ନିରଞ୍ଜନ କହିଛନ୍ତି, ତିନି ଆଶାୟୀ ପ୍ରମୋଦ ପ୍ରଧାନ, ଜୀବନ ସାର୍ଥକ ଦାସ ଓ ସୁବ୍ରତ ପ୍ରଧାନ ପିସିସି ପାଖରେ ଆବେଦନ କରିଛନ୍ତି। ପିସିସି ପକ୍ଷରୁ ପ୍ରାର୍ଥୀ ଚୟନ ନେଇ ଏକ କମିଟି ଗଠନ ହୋଇଛି। ସୁନ୍ଦରଗଡ, ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲା ସଭାପତିଙ୍କୁ ନେଇ କମିଟି ହୋଇଛି।  ସ୍ଥାନୀୟ ନେତା ଓ ଜଣେ ଉପ ସଭାପତିଙ୍କୁ ସେଠାକୁ ପଠାଯିବ।  ୮ ତାରିଖ ସୁଦ୍ଧା ପ୍ରାର୍ଥୀ ଚୂଡ଼ାନ୍ତ ହେବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।  

ବରିଷ୍ଠ ନେତା ରାହୁଲ ଗାନ୍ଧି ସବୁ ବିଧାୟକଙ୍କୁ ଭେଟି ଆଲୋଚନା କରିବେ ବୋଲି ସୂଚନା ମିଳିଛି। ଏହାପରେ ପିସିସି ସଭାପତି ଚୟନ ନେଇ ବାଟ ଫିଟିପାରେ ବୋଲି ଅନୁମାନ କରାଯାଉଛି। 

Advertisment
Rahul Gandhi Congress MLAs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ