Advertisment

‘ମାଲକାନଗିରିରେ ଏୟାରପୋର୍ଟ ନୁହେଁ, ତୁଚ୍ଛା ଏୟାରଷ୍ଟ୍ରିପ୍ କେବଳ’...

ଭୋଟ୍ ପୂର୍ବରୁ ଭେଳିକି କହି ରାଜ୍ୟ ସରକାରଙ୍କୁ ବର୍ଷିଲେ ବିରୋଧୀ ।

undefined

Air Strip

Advertisment

ଖବର କାଗଜରେ ଫୁଲ୍ ପେଜ୍ ବିଜ୍ଞାପନ ଜରିଆରେ ପ୍ରଚାର ଚାଲିଥିବା ମାଲକାନଗିରି ବିମାନବନ୍ଦରକୁ ନେଇ ସଭିଁଙ୍କ ମନରେ କାହିଁକି ଏମିତି କିଛି ପ୍ରଶ୍ନ ଉଙ୍କି ମାରୁଛି । ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ଘାଟନ ପରେ ସତରେ କ’ଣ ଉପାନ୍ତ ମାଲକାନଗିରି ଆକାଶ ମାର୍ଗରେ ଯୋଡ଼ିହେଲା ? ଅର୍ଥାତ୍ ଏଣିକି ମାଲକାନଗିରିକୁ ଆକାଶ ମାର୍ଗରେ ଯାଇପାରିବେ ତ’ ସାଧାରଣ ଲୋକ ?

Advertisment

ବିମାନ ସେବା ବିଶେଷଜ୍ଞଙ୍କ ମତରେ, ବିମାନବନ୍ଦର ପାଇଁ ଇଣ୍ଟରନ୍ୟାସନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏସନ ବା IATA ଓ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ- DGCAର ଅନୁମୋଦନ ଦରକାର। ବିମାନବନ୍ଦର ପରିଚାଳନା ପାଇଁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ବା ATC ସହ ଅନ୍ୟ ଉପକରଣ ନିହାତି ଜରୁରୀ। ନିରାପତ୍ତା ବ୍ୟବସ୍ଥା, ଟିକେଟ୍ କାଉଣ୍ଟର ସହ ଯାତ୍ରୀଙ୍କ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ରହିବା ଉଚିତ। ବିମାନରେ ଇନ୍ଧନ ଭରିବା ପାଇଁ ଏଟିଏଫ୍ ରିଜରଭର ଦରକାର।

ହେଲେ ମାଲକାନଗିରିରେ ଉଦ୍‌ଘାଟିତ ଆତ୍ମଘୋଷିତ ବିମାନବନ୍ଦରରେ ଏସବୁ କିଛି ବି ବ୍ୟବସ୍ଥା ନାହିଁ। ଏମିତିକି ବିମାନବନ୍ଦରକୁ ବିଦ୍ୟୁତ ସଂଯୋଗ ବି ନାହିଁ । ତେଣୁ ବାସ୍ତବରେ ଏହା କେବଳ ଏକ ଏୟାରଷ୍ଟ୍ରିପ୍। 

Advertisment

ଏପଟେ ସରକାରଙ୍କ ସ୍ୱଘୋଷିତ ମାଲକାନଗିରି ବିମାନବନ୍ଦରକୁ ନେଇ ଆରମ୍ଭ ହୋଇଯାଇଛି କାଦୁଅ ଫିଙ୍ଗା ରାଜନୀତି। ବିରୋଧୀଙ୍କ ଅଭିଯୋଗ, ନିର୍ବାଚନୀ ବୈତରଣୀ ପାର୍ ପାଇଁ ସରକାରୀ ଅର୍ଥରେ ଦୁର୍ଗମ ଅଞ୍ଚଳରେ ପହଞ୍ଚି ଭୋଟ୍ ହାତେଇବାକୁ ବିଜେଡି ଏହି ଏୟାରଷ୍ଟ୍ରିପ୍ ତିଆରି କରିଛି । ସରକାରୀ ଅର୍ଥକୁ ଅପବ୍ୟୟ କରାଯାଇଛି। ଜବାବରେ ପରିବହନ ମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ଭୁବନେଶ୍ୱରକୁ ଆକାଶ ମାର୍ଗରେ ଯୋଡ଼ିହେବ ମାଲକାନଗିରି, ସାଧାରଣ ଲୋକେ ବି ଉଡ଼ିବେ। 

ଏବେ ଅପେକ୍ଷା, ସରକାରଙ୍କ ଦ୍ୱାରା ଘୋଷିତ ମାଲକାନଗିରି ବିମାନବନ୍ଦରରେ ସାଧାରଣ ଯାତ୍ରୀଙ୍କୁ ଉଡ଼ାଣ ପାଇଁ କେବେ ସୁଯୋଗ ମିଳିବ।

Advertisment
Airport
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ