Advertisment

'ମୋବାଇଲ୍ ଫୋନ୍ ନେଟୱର୍କ ନାହିଁ ତ ଭୋଟ ନାହିଁ'

ମୋବାଇଲ୍ ଫୋନ୍ ନେଟୱର୍କ ଜନିତ ସମସ୍ୟାର ସମାଧାନ ନ ହେଲେ ଚଳିତ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରାଯିବ ବୋଲି ପୂର୍ବରୁ ଏହି ୫ ପଞ୍ଚାୟତବାସୀ ବୈଠକ କରି ନିଷ୍ପତ୍ତି ନେଇଥିଲେ। ଏମିତିକି କେହି ଏହି ନିଷ୍ପତ୍ତି ବିରୋଧରେ ଯାଇ ନାମାଙ୍କନ ପତ୍ର ଦାଖଲ କଲେ ତାଙ୍କୁ ପଞ୍ଚାୟତ ବିରୋଧୀ ବୋଲି ଘୋଷଣା କରିବାକୁ ମଧ୍ୟ ଚେତାବନୀ ଦିଆଯାଇଥିଲା।

ଅଦ୍ୟତନ ହୋଇଛି
Odisha Panchayat Polls, Mobile Tower

Odisha Panchayat Polls, Mobile Tower

Advertisment

ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଳକର ୫ ଟି ପଞ୍ଚାୟତରେ ନାମାଙ୍କନ ଭରିଲେନି ଜଣେ ବି ସରପଞ୍ଚ, ସମିତିସଭ୍ୟ କି ୱାର୍ଡମେମ୍ବର ପ୍ରାର୍ଥୀ । ଜିଲ୍ଲାର ତିଳେଇବଣି ବ୍ଲକର ପାରପୋଷି, ଝରାଗୋଗୁଆ, ଝାରମୁଣ୍ଡା, ଗଣ୍ଡମ, ଦିମିରିକୁଦା ପଞ୍ଚାୟତରେ କେହି ବି ନାମାଙ୍କନ ପତ୍ର ଦାଖଲ କିରିନାହାଁନ୍ତି । ମୋବାଇଲ ନେଟଓ୍ୱାର୍କ ସମସ୍ୟା ଯୋଗୁଁ ପୂର୍ବରୁ ଭୋଟ ବର୍ଜନ ନିଷ୍ପତ୍ତି ନେଇଥିଲେ ସ୍ଥାନୀୟ ବାସିନ୍ଦା । ନାମାଙ୍କନ ପତ୍ର ଦାଖଲ କଲେ ପଞ୍ଚାୟତ ବିରୋଧୀ ଘୋଷଣା କରିବାର ଚେତାବନୀ ଦିଆଯାଇଥିଲା । ପଞ୍ଚାୟତ ବିରୋଧୀ ଭୟ ଯୋଗୁଁ ଜଣେ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିନାହାନ୍ତି । ଏହି ସବୁ ପଞ୍ଚାୟତରେ ପ୍ରାର୍ଥୀ ପତ୍ର ଦାଖଲ ହୋଇନଥିବା ନେଇ ସୂଚନା ଦେଇଛନ୍ତି ତିଲେଇବଣି ବ୍ଳକର ବିଡିଓ ।

Advertisment

ମୋବାଇଲ୍ ଫୋନ୍ ନେଟୱର୍କ ଜନିତ ସମସ୍ୟାର ସମାଧାନ ନ ହେଲେ ଚଳିତ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରାଯିବ ବୋଲି ପୂର୍ବରୁ ଏହି ୫ ପଞ୍ଚାୟତବାସୀ ବୈଠକ କରି ନିଷ୍ପତ୍ତି ନେଇଥିଲେ। ଏମିତିକି କେହି ଏହି ନିଷ୍ପତ୍ତି ବିରୋଧରେ ଯାଇ ନାମାଙ୍କନ ପତ୍ର ଦାଖଲ କଲେ ତାଙ୍କୁ ପଞ୍ଚାୟତ ବିରୋଧୀ ବୋଲି ଘୋଷଣା କରିବାକୁ ମଧ୍ୟ ଚେତାବନୀ ଦିଆଯାଇଥିଲା।

ପାରପୋଷି ପଞ୍ଚାୟତରୁ ଗତଥର ସରପଞ୍ଚ ହୋଇଥିବା ବିନତା କିସାନ ଗତ ୧୭ ତାରିଖରେ ନାମାଙ୍କନ ପତ୍ର କ୍ରୟ କରିଥିଲେ। ସେ ପୁଣି ଥରେ ସରପଞ୍ଚ ହେବା ପାଇଁ ଆଶାୟୀ ଥିଲେ। କିନ୍ତୁ ୧୮ ତାରିଖରେ ସେ ନାମାଙ୍କନ ପତ୍ର ଓ ରସିଦକୁ ପଞ୍ଚାୟତ ନିର୍ବାଚନ ଅଧିକାରୀଙ୍କୁ ଫେରାଇ ଦେଇଥିଲେ। ପଞ୍ଚାୟତ ବିରୋଧୀ ଘୋଷିତ ହେବାର ଭୟରେ ସେ ନାମାଙ୍କନ ପତ୍ର ଦାଖଲ କରି ନଥିଲେ ବୋଲି ଜଣାପଡ଼ିଛି।

Advertisment
Odisha Panchayat Polls Mobile Tower
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ