Advertisment

ଏଥର ବି ହେବନି ଛାତ୍ର ସଂସଦ ନିର୍ବାଚନ !

ସମୟ ଅଭାବରୁ ଏଥର ଆନୁସଙ୍ଗିକ ପ୍ରସ୍ତୁତି ପରେ ଆରବର୍ଷ କଲେଜ ଭୋଟ୍ ହେବ କହିଲେ ଆଇନ ମନ୍ତ୍ରୀ ।

undefined

Student Election

Advertisment

ଏବର୍ଷ ନୁହେଁ । ଆର ବର୍ଷ ହେବ କଲେଜ ଇଲେକ୍ସନ । ଅର୍ଥାତ୍ ୨୦୨୫ ମସିହାରେ ହେବ ଛାତ୍ର ସଂସଦ ନିର୍ବାଚନ । ଯାଜପୁର ଜିଲ୍ଲା ବଡ଼ଚଣା ନୂଆହାଟ କଲେଜକୁ ଏକ କାର୍ଯ୍ୟକ୍ରମରେ ଅତିଥି ଭାବେ ଆସିଥିବାବେଳେ ଏକଥା ସ୍ପଷ୍ଟ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

Advertisment

ଆଇନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ- ଛାତ୍ର ସଂସଦ ନିର୍ବାଚନ ସାଧାରଣତଃ ସେପଟେମ୍ବର ମାସର ପ୍ରଥମ ସପ୍ତାହରେ ହୋଇଥାଏ। ହେଲେ ରାଜ୍ୟରେ ନୂଆ ସରକାର ଆସିଲା ପରେ ଏଥର କଲେଜ ଇଲେକ୍ସନ କରିବାକୁ ପର୍ଯ୍ୟାପ୍ତ ସମୟ ମିଳିନି। ଛାତ୍ର ସଂସଦ ନିର୍ବାଚନ ପାଇଁ ଏବର୍ଷ ପ୍ରଥମେ ସମସ୍ତ କଲେଜରେ ଆନୁସଙ୍ଗିକ ପ୍ରସ୍ତୁତି କରାଯିବ। ସେ କାମ ସରିଲେ ଆସନ୍ତାବର୍ଷ କଲେଜ ଭୋଟ୍ ନିଶ୍ଚିତ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଆଇନମନ୍ତ୍ରୀ।

ତେବେ ଏବର୍ଷକୁ ମିଶାଇ କ୍ରମାଗତ ଷଷ୍ଠ ଥର ପାଇଁ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ କଲେଜ ଇଲେକ୍ସନ ସ୍ଥଗିତ ରହିଛି। ଶେଷଥର ପାଇଁ ୨୦୧୭ ମସିହାରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା | ତାପର ବର୍ଷଠୁ ଅର୍ଥାତ୍ ୨୦୧୮ ପରଠୁ ଆଉ କଲେଜ ଭୋଟ୍ ହୋଇନି। ତାସହ ସେବେଠୁ ଛାତ୍ର ନେତା ବାହାରିବା ପ୍ରକ୍ରିୟା ବି ଠପ୍ ହୋଇଯାଇଛି।

Advertisment

ଫଳରେ ଛାତ୍ର ରାଜନୀତିରୁ କ୍ୟାରିୟର ଆରମ୍ଭ କରି ଆଗକୁ ନେତା ହେବାର ସ୍ୱପ୍ନ ଦେଖୁଥିବା ଯୁବଗୋଷ୍ଠୀଙ୍କୁ ଝଟକା ଲାଗିଛି। ଏହାଛଡ଼ା ଛାତ୍ର ଜୀବନରେ ଭୋଟର ହୋଇ ନେତା ବାଛିବାର ଅଭିଜ୍ଞତା ଓ ଅନୁଭବ ବି ହରାଇଛନ୍ତି କଲେଜ ପିଲା। ଯେହେତୁ ବିଜେଡି ସରକାରର ପତନ ହୋଇଛି ଓ ରାଜ୍ୟର ବିଜେପି ନୂଆ ସରକାର ଗଠନ କରିଛି। ତେଣୁ ଏବର୍ଷ କ୍ୟାଂପସ ପଲିଟିକ୍ସର ଆଶା ବାନ୍ଧିଥିଲେ ବହୁ ଛାତ୍ର ସଂଗଠନ।

ସେପଟେ କଲେଜ ନିର୍ବାଚନ ବନ୍ଦ ଘୋଷଣା ଉପରେ ବିଜେଡି ଆକ୍ଷେପ କରି କହିଛି- ହାରିବା ସୁନିଶ୍ଚିତ ଜାଣି ଛାତ୍ର ସଂସଦର ନିର୍ବାଚନରୁ ପଛଘୁଞ୍ଚା ଦେଇଛି ବିଜେପି। ସେହିପରି କଂଗ୍ରେସ ବି ରାଜ୍ୟ ସରକାରଙ୍କୁ ଏ ପ୍ରସଙ୍ଗରେ ନିଶାନା କରିଛି। ତେଣେ ଏବିଭିପି କହିଛି- ରାଜ୍ୟର ୩୬୮ କଲେଜରେ ଅଖିଳ ଭାରତୀୟ ଛାତ୍ର ବିଦ୍ୟାର୍ଥୀ ପରିଷଦ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଯେହେତୁ ଏବର୍ଷର ଶିକ୍ଷା କ୍ୟାଲେଣ୍ଡର ଆସିନାହିଁ ତେଣୁ ସରକାର କଲେଜ ଇଲେକ୍ସନ ବନ୍ଦ ନକରିବାକୁ ପରିଷଦ ଦାବି ରଖିଛି।

Advertisment

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ