OBCଙ୍କୁ ସଂରକ୍ଷଣ ଦେବାକୁ ସୁପ୍ରିମ୍‌କୋର୍ଟ ମନା କରିଛନ୍ତି: ପ୍ରତାପ ଜେନା

କୋର୍ଟଙ୍କ ରାୟ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏଭଳି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି OBCଙ୍କ ପାଇଁ ନିର୍ଦ୍ଦିଷ୍ଟ ଭାବେ ସଂରକ୍ଷଣ ରଖାନଯିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ରହିଛି ।

pratap jena

ପଞ୍ଚାୟତ ନିର୍ବାଚନରେ OBCଙ୍କ ପାଇଁ ସଂରକ୍ଷଣ ରଖାନଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ପ୍ରତାପ ଜେନା । OBCଙ୍କୁ ଅଗ୍ରାଧିକାର ଦେଇ ପ୍ରାର୍ଥୀ ଚୟନ ହେବ କହିଲେ ମନ୍ତ୍ରୀ । କୋର୍ଟଙ୍କ ରାୟ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏଭଳି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି OBCଙ୍କ ପାଇଁ ନିର୍ଦ୍ଦିଷ୍ଟ ଭାବେ ସଂରକ୍ଷଣ ରଖାନଯିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ରହିଛି । ତେଣୁ କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ OBCଙ୍କ ପାଇଁ  କୌଣସି ସଂରକ୍ଷଣ ରହିପାରିବ ନାହିଁ । ତେବେ ପ୍ରାର୍ଥୀ ଚୟନ ବେଳେ OBCଙ୍କୁ ଅଗ୍ରାଧିକାର ଦେଇ ପ୍ରାର୍ଥୀ ଦିଆଯିବ କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ହେଲେ ଏବେ ବାକି ରହିଲା ଓବିସି ବର୍ଗଙ୍କୁ କେତେ ଗୁରୁତ୍ୱ ଦେଇ ପ୍ରାର୍ଥୀ କରୁଛି ବିଜେଡି ? ପ୍ରତାପ ଜେନାଙ୍କ କଥାରେ କେତେ ସତ୍ୟତା ରହିଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ।

ଅନ୍ୟପଟେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ଉପରେ ଲାଗିଛି ସାମୟିକ ବ୍ରେକ୍ । ଏବର୍ଷ ନୁହେଁ, ନୂଆବର୍ଷ ଆରମ୍ଭରୁ ଘୋଷଣା ହୋଇପାରେ ତାରିଖ । ପଂଚାୟତ ନିର୍ବାଚନ ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର ସହ ଆଜି ସାନି ବିଜ୍ଞପ୍ତି ଜାରି ପାଇଁ ସରକାର ହାଇକୋର୍ଟକୁ ଜଣାଇଥିବାରୁ ନିର୍ବାଚନ ତାରିଖ ଘୋଷଣା ସାମାନ୍ୟ ବିଳମ୍ବ ହେବ । ଏହି ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଥିଲା ।

ତେବେ ନିର୍ବାଚନ କେବେ କରାଯାଇ ପାରିବ ସେନେଇ ପ୍ରସ୍ତାବ ରଖିବାକୁ ସରକାର ଓ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ କହିଥିଲେ କୋର୍ଟ । ଆଉ ପଂଚାୟତ ନିର୍ବାଚନ ବିଜ୍ଞପ୍ତି ପ୍ରତ୍ୟାହର କରାଯିବା ନେଇ କୋର୍ଟଙ୍କୁ ଅବଗତ କରାଇବା ସହ ରାଜ୍ୟ ସରକାର କହିଛନ୍ତି ଯେ, ସଂରକ୍ଷଣ ନେଇ ଆସନ୍ତା ୨୭ ତାରିଖରେ ସାନି ତାଲିକା ପ୍ରକାଶ କରାଯିବ ।

ଜାନୁଆରୀ ୩ ସୁଦ୍ଧା ସଂରକ୍ଷଣ ନେଇ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ । ୫ ସୁଦ୍ଧା ଅଭିଯୋଗର ସମାଧାନ ହେବ ଏବଂ ୭ ତାରିଖରେ ସଂରକ୍ଷଣର ଚୂଡାନ୍ତ ତାଲିକା ରାଜ୍ୟ ନିର୍ବାଚନ ଆୟୋଗକୁ ପ୍ରଦାନ କରାଯିବ । ଏହାପରେ ରାଜ୍ୟ ନିର୍ବାଚନ ଆୟୋଗ ବାକି ପ୍ରକ୍ରିୟା ସାରି ନିର୍ବାଚନ ତାରିଖ ଘୋଷଣା କରିବେ ।  କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମାର୍ଚ୍ଚ ୮ ସୁଦ୍ଧା ନିର୍ବାଚନର ସବୁ ପ୍ରକ୍ରିୟା ସାରିବାକୁ ।