ମନ୍ତ୍ରୀ-ସଚିବଙ୍କ କଥାରେ ରହୁନି ତାଳମେଳ ! କାହାକୁ ବିଶ୍ୱାସ କରିବେ ଲୋକେ

ବିଜୁଳି ସମସ୍ୟା ନେଇ ମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କ ଭିନ୍ନ ମତ । ମୁଖ୍ୟ ଶାସନ ସଚିବ କହୁଛନ୍ତି, ମରାମତିରେ ଢିଲା ହେଉଛି ।

Pradeep Jena and Pratap Dev On Power Cut

ରାଜ୍ୟର ବିଜୁଳି ସମସ୍ୟା ନେଇ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ମୁହାଁମୁହିଁ ହୋଇଛନ୍ତି । ଉଭୟ ଅଲଗା ଅଲଗା କଥା କହୁଛନ୍ତି । ମୁଖ୍ୟ ଶାସନ ସଚିବ କହୁଛନ୍ତି, ମରାମତି ନାଁରେ ଲାଇନ୍ କଟିବା ଗ୍ରହଣୀୟ ନୁହେଁ । ଏହାସହ ଢିଲା କାମ ପାଇଁ ସେ ତାଗିଦ କରିବାକୁ ବି ପଛାଇ ନାହାନ୍ତି । କହିଛନ୍ତି, ମରାମତିରେ ଏତେ ସମୟ ଗ୍ରହଣୀୟ ନୁହେଁ ।

ଗୁରୁବାର ଉତ୍ତର ଭୁବନେଶ୍ୱରରରେ କାଳ ବୈଶାଖୀର ଖଣ୍ଡ ପ୍ରଳୟ ପରେ ବହୁ ସମୟ ଧରି ଲାଇନ୍ ଆସିନପାରିନଥିଲା । ତେଣୁ ଟ୍ୱିଟରରେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଥିଲେ ମୁଖ୍ୟ ଶାସନ ସଚିବ। ଏପରିକି ସେ କହିଥିଲେ-କାଳବୈଶାଖୀରେ ଯଦି ଏମିତି ଅବସ୍ଥା, ବାତ୍ୟା ହେଲେ କଣ ହେବ ।

ତୁରନ୍ତ କାମ ସାରି ଲାଇନ ଦେବାକୁ ସେ ଟାଟା ପାୱାରକୁ ଦାଗିତ କରିଥିଲେ । ଏବେ ପୁଣି ଆସନ୍ତାକାଲି ବୈଠକ ଡାକିଛନ୍ତି । ୪ ଡିଷ୍ଟ୍ରିବ୍ୟୁସନ କମ୍ପାନିର ମୁଖ୍ୟଙ୍କୁ ବୈଠକକୁ ଡାକିଛନ୍ତି ।

ଅନ୍ୟପଟେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି, ଭିତ୍ତିଭୂମି ଅଭାବରୁ ଉପୁଜୁଛି ବିଦ୍ୟୁତ୍ ସମସ୍ୟା । ପାୱାର ସର୍ଟେଜ୍ ନଥିଲେ ବି ଭିତ୍ତିଭୂମି ଅଭାବରୁ ଉପଭୋକ୍ତାମାନେ ଅନେକ କ୍ଷେତ୍ରରେ ପାୱାର ସପ୍ଲାଇରୁ ବଞ୍ଚିତ ହେଉଛନ୍ତି । ଏପରିକି ଟ୍ରାନସଫରମର ପୋଡ଼ି ଯାଉଛି । ସେ କହିଛନ୍ତି, ରାଜ୍ୟରେ ପାୱାର କଟ୍ ହେଉନାହିଁ । ପବନ ହେଲେ ବିଦ୍ୟୁତ କାଟ କରାଯାଉଛି ବୋଲି ପୁଣି ଥରେ ଦୋହରାଇଛନ୍ତି ମନ୍ତ୍ରୀ । ମୁଖ୍ୟ ଶାସନ ସଚିବ ଓ ଶକ୍ତିମନ୍ତ୍ରୀ ଅଲଗା ଅଲଗା କଥା କହୁଥିବା ବେଳେ କାହା କଥାକୁ ଲୋକେ ବିଶ୍ୱାସ କରିବେ ।