Advertisment

ଯାଇଥିଲେ ନାମାଙ୍କନ ଦାଖଲ କରିବାକୁ, ହେଲେ ଭୋଟର ଲିଷ୍ଟରେ ନାଁ ନାହିଁ

ସରପଞ୍ଚ ପଦବୀ ଲାଗି ନାମାଙ୍କନ ଦାଖଲ କରିବାକୁ ଯାଇଥିଲେ, ହେଲେ ଦେଖିଲା ବେଳକୁ ଭୋଟର ଲିଷ୍ଟରେ ନାଁ ନାହିଁ। ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କ ନାଁ ଭୋଟର ତାଲିକାରେ ଥିଲା। କିନ୍ତୁ ବର୍ତ୍ତମାନ ତାଙ୍କ ନାଁ ଆଉ ଭୋଟର ତାଲିକାରେ ନାହିଁ।

ଅଦ୍ୟତନ ହୋଇଛି
no name found in voter list of sarpanch candidate

No name found in voter list of sarpanch candidate

Advertisment

ସରପଞ୍ଚ ପଦବୀ ଲାଗି ନାମାଙ୍କନ ଦାଖଲ କରିବାକୁ ଯାଇଥିଲେ, ହେଲେ ଦେଖିଲା ବେଳକୁ ଭୋଟର ଲିଷ୍ଟରେ ନାଁ ନାହିଁ। କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ପସରା ପଞ୍ଚାୟତର ସାଧବାଣୀ ମଲ୍ଲିକ ଏଭଳି ଅଭିଯୋଗ ଆଣିଛନ୍ତି। ସେ ପସରା ଗ୍ରାମ ପଞ୍ଚାୟତ ପାଇଁ ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବାକୁ ଯାଇଥିଲେ। ହେଲେ ଭୋଟର ଲିଷ୍ଟରେ ତାଙ୍କ ନାଁ ନଥିବା ସେ ଅଭିଯୋଗ କରିଛନ୍ତି। ସେ ପସରା ପଞ୍ଚାୟତର ମୁଣ୍ଡାଗାଁ ନିବାସୀ। 

Advertisment

୨୦୧୯ ସାଧାରଣ ନିର୍ବାଚନରେ ତାଙ୍କ ନାଁ ଭୋଟର ତାଲିକାରେ ଥିଲା। ସେ ଭୋଟ୍‌ ମଧ୍ୟ ଦେଇଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କ ନାଁ ଆଉ ଭୋଟର ତାଲିକାରେ ନାହିଁ। ଏହା କିଭଳି ସମ୍ଭବ ବୋଲି ସାଧବାଣୀ ପ୍ରଶ୍ନ କରିଛନ୍ତି। ଫଳରେ ସେ ନିରାଶ ହୋଇଛନ୍ତି। ପଞ୍ଚାୟତବାସୀଙ୍କ ବିପୁଳ ସମର୍ଥନ ଥିବା କାରଣରୁ ତାଙ୍କ ନାଁକୁ କିଛି ଚକ୍ରାନ୍ତକାରୀ ଗୋଷ୍ଠୀ ଏବଂ ଅଫିସର ମାନେ ଜାଣିଶୁଣି କାଟିଦେଇଥିବା ସେ ଅଭିଯୋଗ କରିଛନ୍ତି। 

ପୁଣିଥରେ ତାଙ୍କ ନାଁକୁ ଭୋଟର ତାଲିକାରେ ପୁନଃ ଯୋଡ଼ା ଯାଉ। ଫଳରେ ସେ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥିନୀ ହେବେ ବୋଲି ଫୁଲବାଣୀ ଉପ-ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ। ତେବେ ଉପ-ଜିଲ୍ଲାପାଳ ତାଙ୍କୁ GPOଙ୍କୁ ଭେଟିବା ପାଇଁ କହିଥିଲେ। 

Advertisment

ଏନେଇ ସାଧବାଣୀ କହିଛନ୍ତି, ‘ଗତ ସାଧାରଣ ନିର୍ବାଚନରେ ଭୋଟ୍‌ ଦେଇଥିଲି। ଏବେ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଚାହୁଁଥିଲି ଓ ପୁରା ପ୍ରସ୍ତୁତ ହୋଇ ନାମାଙ୍କନ ଦାଖଲ କରିବାକୁ ଯାଇଥିଲି। ହେଲେ ଭୋଟର ଲିଷ୍ଟରେ ନାଁ ନଥିବା ଜାଣିବାକୁ ପାଇଲି। ଜାଣିଶୁଣି ମୋ ନାଁ କାଟି ଦିଆଯାଇଛି’।

ଆଜି ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ଦିନ ହୋଇଥିବାରୁ ସାଧବାଣୀ ଆଉ ନିର୍ବାଚନରେ ପ୍ରାର୍ଥିନୀ ହୋଇପାରିବେନି ବୋଲି ଅନୁମାନ କରାଯାଉଛି। ଏନେଇ ସାଧବାଣୀ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ତାଙ୍କ ସମର୍ଥକ କହିଛନ୍ତି। 

Advertisment
Odisha Panchayat Elections Odisha Panchyat Polls Sarpanch Candidate
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ