Advertisment

ବିଜେପି-ବିଜେଡି ମେଣ୍ଟ ଦ୍ୱନ୍ଦ୍ୱରେ ଖୁବ୍‌ଶୀଘ୍ର ପଡ଼ିବ ଫୁଲଷ୍ଟପ୍ !

ଏକା ଲଢିବୁ ନା ସାଥୀ ହେବୁ, ସ୍ଥିର କରିବେ ନଡ୍ଡା- ଅମିତ୍ ଶାହା । ବିଜେଡିର ସଂସଦୀୟ କ୍ଷେତ୍ର ୱାରି ସମୀକ୍ଷା ଜାରି ।

undefined

BJD - BJP

Advertisment

ମେଣ୍ଟ ଦ୍ୱନ୍ଦ୍ୱକୁ ନେଇ ଖୁବ୍ ଶୀଘ୍ର ହଟିପାରେ ସସ୍‌ପେନ୍ସ । ଯେକୌଣସି ମୁହୂର୍ତ୍ତରେ ଆସିପାରେ ବଡ଼ ଅପଡେଟ୍ । ଚୂଡାନ୍ତ ପର୍ଯ୍ୟାୟରେ ମେଣ୍ଟ କସରତ। ଏହି ଚର୍ଚ୍ଚାକୁ ବଳ ଦେଇଛି ଆଜି ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରତିକ୍ରିୟା। ମେଣ୍ଟ ଦ୍ୱନ୍ଦ୍ୱ ସଂପର୍କିତ ପ୍ରଶ୍ନରେ ଶାହ କହିଛନ୍ତି, କୁଛ୍ ଭି ହୋ ସକତା ହେ । ମାନେ କିଛି ବି ହୋଇପାରେ। ଏକାକୀ ଯିବୁ କି ସାଥିରେ ଲଢିବୁ ତାହା ଏଯାଏଁ ନିଷ୍ପତ୍ତି ହୋଇନାହିଁ। ଚୂଡ଼ାନ୍ତ ନିଷ୍ପତ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ନେବେ।

Advertisment

ଅନ୍ୟପଟେ ଦୋହରାଇଛନ୍ତି ଯେ, ଓଡ଼ିଶାରେ ବିଜେପି ଏବେ ବଡ଼ ଶକ୍ତି ହେବାକୁ ଯାଉଛି । ଓଡିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ବଢିଛି। ବିଧାନସଭା ଓ ଲୋକସଭାରେ ଆକଳନଠୁ ଅଧିକ ସିଟ୍ ଜିତିବ ବିଜେପି। ଅର୍ଥାତ ଓଡ଼ିଶାକୁ ନେଇ ଶାହଙ୍କ ବିଶ୍ୱାସ ବଢିଛି ସତ, ହେଲେ ମେଣ୍ଟ ନେଇ ନିଷ୍ପତ୍ତି ହେବା ପରେ ରଣନୀତି ମଧ୍ୟ ଚୂଡ଼ାନ୍ତ ହେବ।

ଏପଟେ ୩ ଦିନ ହେଲା ଦିଲ୍ଲୀରେ ରାଜ୍ୟ ବିଜେପି ଟିମ୍। ଲଗାତାର ଦୁଇ ଦିନ ଧରି କୋର କମିଟି ବୈଠକରେ ଓଡିଶାକୁ ନେଇ ମାନସମନ୍ଥନ। ଗତକାଲି ବିଳମ୍ବତ ରାତି ଯାଏଁ ହୋଇଥିବା ବୈଠକରେ ବିଧାନସଭା ଓ ଲୋକସଭା ସିଟ୍ ଉପରେ ଆଲୋଚନା ହୋଇଥିଲା। କୁହାଯାଉଛି, ଅଧିକାଂଶ ବିଧାନସଭା ସିଟ୍ ଲାଗି ନାଁ ଚୂଡ଼ାନ୍ତ ହୋଇସାରିଛି। ସେହିପରି କିଛି ଲୋକସଭା ସିଟ୍ ଲାଗି ବି ତାଲିକା ଫାଇନାଲ୍ ହୋଇଛି। ଅର୍ଥାତ ମେଣ୍ଟ ଚର୍ଚ୍ଚା ଭିତରେ ଦଳ ଏକାକୀ ନିର୍ବାଚନ ଲଢ଼ିବା ଲାଗି ବି କସରତ ଜାରି ରଖିଛି। 

Advertisment

ଏଣେ କୁହାଯାଉଛି ଆସନ ଭାଗବଣ୍ଟା ଅଙ୍କରେ ଅଟିକିଛି ମେଣ୍ଟ ଗଣ୍ଠି। ଯାହା ଖୁବ୍ ଶୀଘ୍ର ଫିଟିପାରେ। ଯଦିଓ ବିଜେପି-ବିଜେଡି ଲୋକସଭାରେ ୧୩-୮ ସିଟ୍ ଆଉ ବିଧାନସଭାରେ ୪୯-୯୮ ସିଟ୍ ନେଇ ଚର୍ଚ୍ଚା ଲାଗି ରହିଛି। କିନ୍ତୁ କୁହାଯାଉଛି ବିଜେଡି ବିଧାନସଭାରେ ୧୦୦ ତଳକୁ ଖସିବାକୁ ଚାହୁଁନି, ଏପଟେ ବିଜେପି ବି ଅଧିକ ଆସନ ଡିମାଣ୍ଡ କରୁଛି । ଓଡିଶାରେ ପିଏମ୍ ମୋଦିଙ୍କ ଲୋକପ୍ରିୟତା ବୃଦ୍ଧି, ବିଜେଡି ସରକାର ବିରୋଧରେ ଥିବା ଜନ ଅସନ୍ତୋଷ, ସର୍ଭେ ରିପୋର୍ଟରେ ବିଜେପିକୁ ଅଧିକ ସିଟ୍ ମିଳୁଥିବାରୁ ୫୦ରୁ ଅଧିକ ଆସନ ଦାବି କରୁଛି ବିଜେପି। 

ଏସବୁ ଅଙ୍କ କଷା ଭିତରେ ବିଜେଡି ବି ଚଳାଇଛି ନିର୍ବାଚନ ପ୍ରସ୍ତୁତି। ଗୋଟିଏ ଦିନରେ ଦୁଇ ଦୁଇଟି ଲୋକସଭା ନିର୍ବାଚନ ମଣ୍ଡଳ ଅନୁଯାୟୀ ବୈଠକ ଡାକି ସ୍ଥିତି ସମୀକ୍ଷା କରୁଛନ୍ତି ସୁପ୍ରିମୋ। ଆଜି ପ୍ରଥମେ କୋରାପୁଟ ଏବଂ ପରେ ନବରଙ୍ଗପୁର ସଂସଦୀୟ କ୍ଷେତ୍ରର ନେତାମାନଙ୍କୁ ଡାକି ବୈଠକ ନେଇଥିଲେ ନବୀନ।

Advertisment

ବିଜେପି କୋର୍ କମିଟି ବୈଠକ ପରେ ଖୁବ ଶୀଘ୍ର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ମଧ୍ୟ ବସିବ। ପରେ ତୃତୀୟ ପର୍ଯ୍ୟାୟ ସାଂସଦ ପ୍ରାର୍ଥୀ ତାଲିକା ଘୋଷଣା କରିବ ଦଳ। ଏହି ପର୍ଯ୍ୟାୟରେ ଓଡିଶାରୁ ନାଁ ରହୁଛି ନା ନାହିଁ ତା ଉପରେ ସମସ୍ତଙ୍କ ନଜର।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ