Advertisment

ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ, ଫେଲ ମାରିବେ ବିରୋଧୀ ! ଜାଣନ୍ତୁ ସଂଖ୍ୟା ଖେଳ

ନୀତିନିୟମ ଅନୁସାରେ, ଆଲୋଚନା ପାଇଁ ନିର୍ଦ୍ଧାରଣ କରାଯାଇଥିବା ସମୟ ବିଷୟରେ ସୂଚନା ଦେବି ବୋଲି ବାଚସ୍ପତି କହିଛନ୍ତି।

No Confidence Motion

No Confidence Motion

Advertisment

ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଦେଇଥିବା ନୋଟିସକୁ ଗ୍ରହଣ କରିଛନ୍ତି ବାଚସ୍ପତି ଓମ୍ ବିର୍ଲା । ଏନେଇ ସବୁ ଦଳର ନେତାଙ୍କ ସହ ଆଲୋଚନା କରିବି ବୋଲି ବାଚସ୍ପତି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ଆଲୋଚନା କରି ବିତର୍କ ନେଇ ଗୃହରେ ଜଣାଇବେ ବୋଲି କହିଛନ୍ତି ବାଚସ୍ପତି । ନୀତିନିୟମ ଅନୁସାରେ, ଆଲୋଚନା ପାଇଁ ନିର୍ଦ୍ଧାରଣ କରାଯାଇଥିବା ସମୟ ବିଷୟରେ ସୂଚନା ଦେବି ବୋଲି ବାଚସ୍ପତି କହିଛନ୍ତି।

Advertisment

ମଣିପୁର ସ୍ଥିତି ପ୍ରସଙ୍ଗରେ ଆଜି କଂଗ୍ରେସ ଓ ଭାରତ ରାଷ୍ଟ୍ର ସମିତି-BRS ପକ୍ଷରୁ ଅନାସ୍ଥା ପ୍ରସ୍ତାବ ନୋଟିସ୍ ଦାଖଲ କରାଯାଇଥିଲା। ଏହି ନୋଟିସକୁ ଲୋକସଭାରେ କଂଗ୍ରେସର ଉପନେତା ଗୌରବ ଗୋଗୋଇ ଲୋକସଭା ସେକ୍ରେଟେରି ଜେନେରାଲଙ୍କ କାର୍ଯ୍ୟାଳୟରେ ଦାଖଲ କରିଥିଲେ। ଆଜି ଲୋକସଭାରେ ଗ୍ରହଣ କରାଯାଇଥିବା ଅନାସ୍ଥା ପ୍ରସ୍ତାବ ନୋଟିସ୍‌କୁ ‘ଇଣ୍ଡିଆ’ ମେଣ୍ଟର ସମସ୍ତ ବିରୋଧୀ ଦଳ ସମର୍ଥନ କରିଛନ୍ତି ।

ସେପଟେ ମଣିପୁର ପ୍ରସଙ୍ଗରେ ଆଜି ବି ଗୃହରେ ଅଚଳାବସ୍ଥା ଦେଖାଦେଇଥିଲା। ଗୃହରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ହାଜର ହୁଅନ୍ତୁ ବୋଲି ଦାବି କରି ବିରୋଧୀ ସାଂସଦମାନେ ସ୍ଲୋଗାନ୍ ଦେଇ ଥିବାରୁ ଗୃହ ମୁଲତବୀ ରଖାଯାଇଥିଲା। 

Advertisment

ତେବେ ସଂଖ୍ୟା ଖେଳରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଫେଲ ମାରିବା ଏକ ପ୍ରକାରର ସୁନିଶ୍ଚିତ। ତେବେ ବିରୋଧୀ ମଣିପୁର ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ଯେଉଁ ଯୋଜନା କରିଥିଲେ, ସେଥିରେ ସଫଳ ହୋଇଥିବା ଦାବି କରିଛନ୍ତି। ସଂସଦରେ ପ୍ରଧାନମନ୍ତ୍ରୀ ମୋଦି ମଣିପୁର ପ୍ରସଙ୍ଗରେ ବିବୃତି ରଖନ୍ତୁ ବୋଲି ବିରୋଧୀ ଚାହୁଁଥିଲେ।

ଏବେ ଅନାସ୍ଥା ପ୍ରସ୍ତାବ ବେଳେ ଉଭୟ ବିରୋଧୀ ଓ ସରକାରୀ ଦଳର ସାଂସଦ ଅନାସ୍ଥା ପ୍ରସ୍ତାବ ଉପରେ ନିଜର ପକ୍ଷ ରଖିବେ। ଶେଷରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଲୋକସଭାକୁ ସ୍ଥିତି ସମ୍ପର୍କରେ ଅବଗତ କରାଇବେ। ଏହାପରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ହେବ।

Advertisment

କାହା ପାଖରେ କେତେ ସାଂସଦ

ଲୋକସଭାର ମ୍ୟାଜିକ ନମ୍ବର ହେଲା ୨୭୨। ପ୍ରଧାନମନ୍ତ୍ରୀ ମୋଦିଙ୍କ NDA ସରକାର ପାଖରେ ୩୩୧ ଜଣ ସାଂସଦ ରହିଛନ୍ତି। ଏକାକୀ ବିଜେପି ପାଖରେ ୩୦୩ ଜଣ ସଦସ୍ୟ ଅଛନ୍ତି । ବିରୋଧୀ I.N.D.I.Aର ସାଂସଦଙ୍କ ସଂଖ୍ୟା ୧୪୪। ସେହିପରି କେସିଆର, ବିଜେଡି ଓ ୱାଇଏସ୍‌ଆର କଂଗ୍ରେସ ପାଖରେ ୭୦ ଜଣ ସାଂସଦ ରହିଛନ୍ତି । ତେଣୁ ଅନାସ୍ଥା ପ୍ରସ୍ତାବକୁ ମାତ୍‌ ଦେବାକୁ ମୋଦି ସରକାର ସକ୍ଷମ। ତଥାପି ଏହା ଉପରେ ଆଲୋଚନା ହେବ। ସବୁ ଦଳର ସାଂସଦ ନିଜ ନିଜ ପକ୍ଷ ରଖିବେ।

ସରକାର ଯେତେବେଳେ ନିଜ ଉତ୍ତରଦାୟିତ୍ୱରୁ ଓହରି ଯାଆନ୍ତି ସେତେବେଳେ ବିରୋଧୀ ଅନାସ୍ଥା ପ୍ରସ୍ତାବକୁ ଏହା ବିରୋଧରେ ବ୍ୟବହାର କରନ୍ତି । ମେଣ୍ଟ ସରକାରକୁ ସାଧାରଣତଃ ଗାଦିଚ୍ୟୁତ କରିବା ପାଇଁ ଏହାକୁ ବ୍ୟବହାର କରାଯାଏ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରଙ୍କୁ ଠାରୁ ଆରମ୍ଭ କରି ନରେନ୍ଦ୍ର ମୋଦିଙ୍କ ଯାଏ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇଛନ୍ତି।

ମୋରାଜୀ ଦେଶାଇ, ଚରଣ ସିଂହ, ଭିପି ସିଂହ ଓ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଅନାସ୍ଥା ଭୋଟରେ ଫେଲ ମାରିବାର ନଜିର ରହିଛି। ଶେଷଥର ପାଇଁ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ୨୦୧୮ରେ ମୋଦି ସରକାର ବିରୋଧରେ ଆସିଥିଲା। ହେଲେ ଏଥିରେ ମୋଦି ସରକାର ବେଶ ସଫଳତାର ସହ ପାସ କରିଥିଲେ। ଏହାର ପରବର୍ତ୍ତୀ ବର୍ଷରେ ହୋଇଥିବା ନିର୍ବାଚନରେ ଏନଡିଏକୁ ୩୩୧ ଆସନ ମିଳିଥିଲା।

Narendra Modi BJP Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ