Advertisment

ଅନାସ୍ଥାକୁ ନେଇ PMଙ୍କୁ ଘେରିଲେ ବିରୋଧୀ ! BJD କହିଲା ବହୁତ ଦେଇଛି, ବିରୋଧ କେମିତି କରିବୁ ?

ମଣିପୁର ପ୍ରସଙ୍ଗରେ ସଂସଦରେ ଆସ୍ଥା-ଅନାସ୍ଥାର ଲଢ଼େଇ । ଅନାସ୍ଥା ବିତର୍କରେ ଭାଗ ନେଇ ପିଏମଙ୍କୁ ଘେରିଲେ ବିରୋଧୀ ।

undefined

No Confidence Motion

Advertisment

ଲୋକସଭାରେ ଆସ୍ଥା-ଅନାସ୍ଥାର ଲଢ଼େଇ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ସାଂସଦଙ୍କ ତର୍କଯୁଦ୍ଧ ମଣିପୁର ହିଂସା ପ୍ରସଙ୍ଗର ଆଳରେ ମହାବିତର୍କ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମଣିପୁର ପ୍ରସଙ୍ଗରେ ବିରୋଧୀ ଇଣ୍ଡିଆ ମେଣ୍ଟ ଆଣିଥିବା ଅନସ୍ଥା ପ୍ରସ୍ତାବ ଉପରେ ଆଜିଠୁ ଆରମ୍ଭ ହୋଇଛି ବିତର୍କ। ବିରୋଧୀଙ୍କ ପକ୍ଷରୁ ସାଂସଦ ପଦ ଫେରି ପାଇଥିବା ରାହୁଲ ଗାନ୍ଧି ବିତର୍କ ଆରମ୍ଭ କରିବା ନେଇ ଚର୍ଚ୍ଚା ହୋଇଥିଲେ ବି ତାଙ୍କ ସ୍ଥାନରେ ବିତର୍କ ଆରମ୍ଭ କରିଥିଲେ ଆସାମର କଂଗ୍ରେସ ସାଂସଦ ଗୌରବ ଗୋଗେଇ।

Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରି ପଚାରିଥିଲେ ତିନିଟି ପ୍ରଶ୍ନ

୧. ହିଂସା ପରେ କାହିଁକି ମଣିପୁର ଯାଇ ନାହାନ୍ତି ପ୍ରଧାନମନ୍ତ୍ରୀ ?

୨. ମଣିପୁର ପ୍ରସଙ୍ଗରେ କହିବାକୁ ପ୍ରଧାନମନ୍ତ୍ରୀ କାହିଁକି ପାଖାପାଖି 80 ଦିନର ସମୟ ନେଇ ମାତ୍ର 30 ସେକେଣ୍ଡ ପାଇଁ କହିଲେ ?

୩. ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ଏପର୍ଯ୍ୟନ୍ତ ବରଖାସ୍ତ କାହିଁକି କରାଯାଇ ନାହିଁ ।

ଏ ତିନିଟି ପ୍ରଶ୍ନ ସହ କୃଷକ ଆନ୍ଦୋଳନ ବେଳେ ମଧ୍ୟ ପ୍ରଧାନମନ୍ତ୍ରୀ ଏମିତି ଚୁପ୍ ଥିଲେ, ଏବେ ବି ଚୁପ୍ ଅଛନ୍ତି। ପ୍ରଧାନମନ୍ତ୍ରୀ ମୌନ ଭାଙ୍ଗନ୍ତୁ ବୋଲି କହିଥିଲେ ଗୋଗୋଇ।

Advertisment

ଗୌରବ ଗୋଗୋଇଙ୍କ ପରେ ଏନଡିଏ ପକ୍ଷରୁ ପ୍ରଥମେ ବିତର୍କକୁ ଓହ୍ଲାଇ ଗୋଗୋଇଙ୍କୁ ଜବାବ ଦେବା ସହ ପୂରା ବିରୋଧୀ ମେଣ୍ଟ ଉପରେ ବର୍ଷିଥିଲେ ବିଜେପି ସାଂସଦ ନିଶିକାନ୍ତି ଦୁବେ। ଚର୍ଚ୍ଚା ସତ୍ତ୍ୱେ ରାହୁଲ ଗାନ୍ଧି ବିତର୍କ ଆରମ୍ଭ ନକରିବାରୁ ସେ ବୋଧେ ଡେରିରେ ଉଠିଥିବେ କହି କଟାକ୍ଷ କରିଥିଲେ। ଏଥିସହ ଅନାସ୍ଥା ପ୍ରସ୍ତାବର ଆବଶ୍ୟକତାକୁ ପ୍ରଶ୍ନ କରି ଏହା ଅନାସ୍ଥା ପ୍ରସ୍ତାବ ନୁହେଁ ବରଂ ବିରୋଧୀ ମେଣ୍ଟରେ କିଏ କାହା ସହ ଅଛନ୍ତି ଏହା ତାର ଆସ୍ଥା ପରୀକ୍ଷା ବୋଲି କହିଥିଲେ।

ସେହିପରି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଆଜି ମଣିପୁରର ସ୍ଥିତି ପାଇଁ କଂଗ୍ରେସର ତ୍ରୁଟିପୂର୍ଣ୍ଣ ନୀତିକୁ ଦାୟୀ କରି ବର୍ଷିବା ସହ ବିରୋଧୀ ମେଣ୍ଟର ଇଣ୍ଡିଆ ନାଁକୁ ନେଇ ବି କଟାକ୍ଷ କରିଥିଲେ।

Advertisment

ଅପରପକ୍ଷେ ପୂର୍ବ ନିଷ୍ପତ୍ତି ମୁତାବକ ଅନାସ୍ଥାକୁ ବିରୋଧ କରିବା ସହ ମୋଦି ସରକାରଙ୍କ ସପକ୍ଷରେ ସଂସଦରେ ବେଶ ଦୃଢ଼ ଭାବେ ଠିଆହୋଇଛି ବିଜେଡି। ସାଂସଦ ପିନାକୀ ମିଶ୍ର ବିତର୍କରେ ଭାଗ ନେଇ କହିଛନ୍ତି, କଂଗ୍ରେସର ଦୁର୍ନୀତିକୁ ବିରୋଧ କରି ବିଜେଡି ସୃଷ୍ଟି ହୋଇଥିବାରୁ କଂଗ୍ରେସ ଆଣିଥିବା ମୋସନକୁ ଆମେ ସମର୍ଥନ କରିପାରିବୁ ନାହିଁ ।

ସେହିପରି ଅନାସ୍ଥାକୁ ବିରୋଧ କରିବାର ଅନ୍ୟ କାରଣ ବି ଥିବା କଥା କହି, ଅନାବଶ୍ୟକ ଭାବେ ଆମେ କେନ୍ଦ୍ର ସହ କଳି କରିବାକୁ ଚାହୁଁ ନାହୁଁ, ଓଡ଼ିଶା ପାଇଁ କେନ୍ଦ୍ର ନେଇଥିବା ଅନେକ ପଦକ୍ଷେପ ପାଇଁ ଆମେ କୃତଜ୍ଞ ବୋଲି କହିଛନ୍ତି ପିନାକୀ।

ମଣିପୁରରେ ଦେଖା ଦେଇଥିବା ଜାତିଗତ ହିଂସା କାରଣରୁ ସଂଖ୍ୟା ଗଣିତରେ ବହୁ ପଛରେ ଥିବା ସତ୍ତ୍ୱେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ଥାବ ଆଣିଛନ୍ତି ବିରୋଧୀ । ଏହା ଉପରେ ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଆଲୋଚନା ଚାଲିବ ଏବଂ ଆଲୋଚନା ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଉପରେ ବିବୃତ୍ତି ରଖିବା ପରେ ଅନାସ୍ଥା ପ୍ରସ୍ତାବ ଉପରେ ଗୃହରେ ଭୋଟ ହେବ ।

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ