Advertisment

ବିହାର ରାଜନୀତିରେ କଂପନ, ମହାଗଠବନ୍ଧନ ଛାଡ଼ି ପୁଣି NDAକୁ ଡେଇଁ ପାରନ୍ତି ନୀତୀଶ

ବିହାର ବିଧାନସଭାରେ ୨୪୩ ଆସନ ମଧ୍ୟରୁ ଆରଜେଡର ଏବେ ୭୯ ବିଧାୟକ ଅଛନ୍ତି। ବିଜେପିର ବିଧାୟକଙ୍କ ସଂଖ୍ୟା ୭୮ ହୋଇଥିବା ବେଳେ ଜେଡିୟୁ ୪୫, କଂଗ୍ରେସ ୧୯, ବାମମେଣ୍ଟ ୧୬, ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତିନ ମାଞ୍ଝିଙ୍କ HAMର ୫ ଓ ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି।

ଅଦ୍ୟତନ ହୋଇଛି
undefined

Nitish may return to NDA

Advertisment

ପୁଣି କାହିଁକି ପଟ ପରିବର୍ତ୍ତନ କରିବେ ନୀତୀଶ ? କୁହାଯାଉଛି ତାଙ୍କୁ ହଟାଇ ପୁଅ ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ଆରଜେଡି ନେତା ଲାଲୁ ଯାଦବ କରିଥିବା ଷଡ଼ଯନ୍ତ୍ର ହିଁ ମୁଖ୍ୟ କାରଣ। ଲାଲୁଙ୍କ ଆଶା ଥିଲା ନୀତୀଶ ଯଦି ‘ଇଣ୍ଡି’ ମେଣ୍ଟର ପ୍ରଧାନମନ୍ତ୍ରୀ ପଦ ପ୍ରାର୍ଥୀ ହୁଅନ୍ତି ତେବେ ମୁଖ୍ୟମନ୍ତ୍ରୀ ଗାଦି ଆପେ ଖାଲି ହୋଇଯିବ। ତେବେ ମଲ୍ଲିକାର୍ଜୁନ ଖାଡଗେଙ୍କ ମେଣ୍ଟର ନେତା ନିର୍ବାଚିତ ହେବା ପରେ ଧୂଳିସାତ ହୋଇଯାଇଥିଲା ଲାଲୁଙ୍କ ସ୍ୱପ୍ନ। ତେଣୁ ପୁଅକୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ସେ ନିତିଶଙ୍କ ଜେଡିୟୁର ଜାତୀୟ ସଭାପତି ଲଲନ ସିଂହଙ୍କୁ ହାତ କରିଥିବା କୁହାଯାଉଛି। ଲଲନଙ୍କୁ ରାଜ୍ୟସଭା ପଠାଇବା ଲୋଭ ଦେଖାଇ ତାଙ୍କ ଜରିଆରେ ଜେଡିୟୁର ୧୨ ବିଧାୟକଙ୍କୁ ହଡପ ଲାଗି ଚକ୍ରାନ୍ତ କରିଥିଲେ ଲାଲୁ। ତେବେ ଏହାର ପର୍ଦ୍ଦାଫାଶ ହେବା ପରେ ପ୍ରଥମେ ଲଲନଙ୍କୁ ପ୍ରଥମେ ସଭାପତି ପଦରୁ ହଟାଇଥିଲେ ନୀତୀଶ। ଆଉ ଏବେ କଂଗ୍ରେସ ଓ ଆରଜେଡିକୁ ନେଇ ଗଠିତ ମହାଗଠବନ୍ଧନକୁ ବାୟ ବାୟ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମଳିଛି।

Advertisment

ବିହାର ବିଧାନସଭାରେ ୨୪୩ ଆସନ ମଧ୍ୟରୁ ଆରଜେଡର ଏବେ ୭୯ ବିଧାୟକ ଅଛନ୍ତି। ବିଜେପିର ବିଧାୟକଙ୍କ ସଂଖ୍ୟା ୭୮ ହୋଇଥିବା ବେଳେ ଜେଡିୟୁ ୪୫, କଂଗ୍ରେସ ୧୯, ବାମମେଣ୍ଟ ୧୬, ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତିନ ମାଞ୍ଝିଙ୍କ HAMର ୫ ଓ ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି। ଅନ୍ୟପକ୍ଷରେ ବିଜେପି ୱେଟ ଆଣ୍ଡ ୱାଚ୍ ନୀତିରେ ରହିଛି। କାରଣ ବାରମ୍ବାର ଧୋକା ଖୋଇଥିବା ବିଜେପି ସରକାର ଗଢିବାକୁ ସେତେଟା ଆଗ୍ରହୀ ନାହିଁ। ଏଭଳି ସ୍ଥିତିରେ ନିତିଶ ବିଧାନସଭା ଭାଙ୍ଗି ଦେଇ ସାଧାରଣ ନିର୍ବାଚନ ସହ ବିହାରରେ ବି ନିର୍ବାଚନ କରାଇବାକୁ ସୁପାରିଶ କରିପାରନ୍ତି।

ଇଣ୍ଡି ମେଣ୍ଟରେ ସମନ୍ୱୟ ଓ ତତ୍ପରତାର ଅଭାବ ଏବଂ ଆସନ ବଣ୍ଟନ ଲାଗି ଆଜି ଯାଏ ବୁଝାମଣା ନ ହେବା ନିତିଶଙ୍କୁ ନିରାଶ କରିଥିବା ଚର୍ଚ୍ଚା ହେଉଛି। ଏଥିପାଇଁ କଂଗ୍ରେସକୁ ଦାୟୀ କରିଛନ୍ତି ସମାଜବାଦୀ ପାର୍ଟି ମଖ୍ୟ ଅଖିଳେଶ ଯାଦବ। ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ମମତା ଓ ପଞ୍ଜାବରେ ଆମ ଆଦମୀ ପାର୍ଟି ଏକୁଟିଆ ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି। ତେଣୁ ନୀତୀଶ ଯଦି ବିଜେପି ଶିବିରକୁ ଚାଲି ଯାଆନ୍ତି ତେବେ ଇଣ୍ଡି ମେଣ୍ଟର ଭବିଷ୍ୟତ ଅନ୍ଧାରକୁ ଚାଲିଯିବା ନିଶ୍ଚିତ।

Advertisment

ତେବେ ନିଜ କ୍ୟାରିୟରରେ କେତେ ଥର ପଟ ପରିବର୍ତ୍ତନ କଲେଣି ନୀତୀଶ। ୧୭ ବର୍ଷ ଧରି ଏନଡିଏରେ ରହିବା ପରେ ୨୦୧୩ରେ ମେଣ୍ଟକୁ ବାୟ ବାୟ କହିଥିଲେ ନୀତୀଶ। ବିଜେପି ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପଦ ପ୍ରାର୍ଥୀ କରିବା ପ୍ରତିବାଦରେ ମେଣ୍ଟ ଛାଡ଼ିଥିଲେ ନୀତୀଶ । ନିଜ ପରମ ଶତ୍ରୁ ଲାଲୁପ୍ରସାଦ ଯାଦବଙ୍କ ଆରଜେଡି ଓ କଂଗ୍ରେସ ସହ ମିଶି ମହାଗଠବନ୍ଧନ କରି ନିର୍ବାଚନ ଲଢିଥିଲେ। ତେବେ ୨୦୧୭ରେ ହଠାତ୍ ମହାଗଠବନ୍ଧନ ଛାଡି ବିଜେପି ଶିବିରକୁ ଡେଇଁଥିଲେ। ୨୦୧୯ ଲୋକସଭା, ୨୦୨୦ ବିଧାନସଭା ନିର୍ବାଚନ ବି ବିଜେପି ସହ ମିଶି ଲଢିଥିଲେ। ତେବେ ୨୦୨୨ରେ ପୁଣି ବଦଳିଥିଲା ନୀତୀଶଙ୍କ ମୁଡ୍। ବିଜେପିକୁ ଛାଡି ପୁଣି ମହାଗଠବନ୍ଧନରେ ସାମିଲ ହୋଇଥିଲେ ନୀତୀଶ। ଏବେ ୨୦୨୪ ସାଧାରଣ ନିର୍ବାଚନକୁ ଆଉ କିଛି ଦିନ ବାକି ଥିବା ବେଳେ ନୀତୀଶ ଯଦି ପଟ ପରିବର୍ତ୍ତନ କରନ୍ତି ତେବେ ଇଣ୍ଡି ମେଣ୍ଟର ଭବିଷ୍ୟତ କ’ଣ ହେବ ତାକୁ ନେଇ ଉଠିଛି ପ୍ରଶ୍ନ।

India News Bihar Nitish Kumar JDU
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ