Nitish - Tejaswi
ବିହାରରେ ନୂଆ ମହାମେଣ୍ଟ ସରକାରର ଆସନ୍ତାକାଲି ହେବ ଶପଥ ଗ୍ରହଣ ଉତ୍ସବ । ଅପରାହ୍ନରେ ଶପଥ ନେବେ ମହାଗଠବନ୍ଧନ ସରକାର-୨ । ଆସନ୍ତାକାଲି ରାଜଭବନରେ ଶପଥ ନେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ଏନେଇ ଆରଜେଡି ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି ।
ମହାଗଠବନ୍ଧନ ପାର୍ଟ ଟୁ ସରକାରରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଏବଂ ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି । ମନ୍ତ୍ରିମଣ୍ଡଳରେ କିଏ ସଦସ୍ୟ ରହିବ, ସେ ନେଇ ନିଷ୍ପତ୍ତି ନେବାକୁ ନୀତୀଶଙ୍କୁ ବିଶେଷ ଅଧିକାର ଦିଆଯାଇଛି । ସେପଟେ ବିଧାନସଭାର ବାଚସ୍ପତି ତେଜସ୍ୱୀଙ୍କ ଦଳ ଆରଜେଡି ଭାଗରେ ପଡ଼ିବ ବୋଲି ଜଣାପଡ଼ିଛି । ନୀତୀଶଙ୍କ ନୂଆ ସରକାରରେ କଂଗ୍ରେସ ଓ ବାମ ଦଳର ସଦସ୍ୟ ବି ସାମିଲ ହେବେ ବୋଲି ସୂଚନା ମିଳିଛି ।
ବିଜେପି ହାତ ଛାଡ଼ିବା ପରେ ନୀତୀଶ ଆଜି ରାଜ୍ୟପାଳ ଫଗୁ ଚୌହ୍ୱାନଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ମହାଗଠନବନ୍ଧନ ସରକାରକୁ ୭ଟି ଦଳର ସମର୍ଥନ ରହିଥିବା ବେଳେ ବିଧାନସଭାରେ ମେଣ୍ଟ ଦଳର ୧୬୪ ବିଧାୟକ ରହିଥିବା ନୀତୀଶ ସୂଚନା ଦେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us