Advertisment

୨୦୨୪ ଡିସେମ୍ବର ସୁଦ୍ଧା ଭାରତର ରାସ୍ତା ଆମେରିକା ରାସ୍ତା ଭଳି ହେବ : ନୀତିନ୍‌ ଗଡକରୀ

୬୦ କିଲୋମିଟର ମଧ୍ୟରେ ମାତ୍ର ଗୋଟିଏ ଟୋଲ୍ ପ୍ଲାଜା ରହିବ । ଯଦି ୬୦ କିମି ମଧ୍ୟରେ ୨ଟି ଥାଏ, ୩ ମାସ ମଧ୍ୟରେ ୨ୟ ଟି ଉଚ୍ଛେଦ ହେବ

Nitin Gadkare

Nitin Gadkare

Advertisment

ଲୋକସଭାରେ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ମନ୍ତବ୍ୟ ରଖି କହିଛନ୍ତି ୨୦୨୪ ଡିସେମ୍ବର ସୁଦ୍ଧା ଭାରତର ରାସ୍ତା ଆମେରିକା ରାସ୍ତା ଭଳି ହେବ । ଏଥିସହ ସେ ଦୃଢଭାବେ କହିଛନ୍ତି ଭାରତର ବିକାଶ, ସମୃଦ୍ଧି ପାଇଁ ଭଲ ରାସ୍ତାର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଆମେରିକା ଧନୀ ରାଷ୍ଟ୍ର କାରଣ ଏହାର ରାସ୍ତା ସବୁ ଉଚ୍ଚ ମାନର । କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ୍‌ ଗଡକରେ ଲୋକସଭାରେ ନିଜର ମନ୍ତବ୍ୟ ରଖିବା ବେଳେ ବର୍ତ୍ତମାନର ଗମନା ଗମନ ଉପରେ ଗୁରୁତ୍ୱ ଦେଇଛନ୍ତି। ରାସ୍ତାରେ ଗମନା ଗମନକୁ ନେଇ ଜାରି ହୋଇଥିବା ନୂତନ ନିୟମକୁ ମଧ୍ୟ ସାର୍ବଜନୀନ କରିଛନ୍ତି ଯେପରି କି କାର୍‌ରେ ଏୟାର ବ୍ୟାଗ୍ ବାଧ୍ୟତାମୂଳକ, ୮ ଯାତ୍ରୀଙ୍କୁ ନେବା କ୍ଷମତା ଥିବା କାରରେ ୬ଟି ଏୟାରବ୍ୟାଗ୍ ବାଧ୍ୟତାମୂଳକ, ଟୋଲ୍ ଗେଟ୍ ନିକଟବର୍ତ୍ତୀ ବାସିନ୍ଦାଙ୍କୁ ମିଳିବ ସ୍ବତନ୍ତ୍ର ପାସ୍, ଆଧାର କାର୍ଡ ଥିବା ଟୋଲ୍ ଗେଟ୍ ନିକଟ ବାସିନ୍ଦାଙ୍କୁ ଦିଆଯିବ ପାସ୍ । ୬୦ କିଲୋମିଟର ମଧ୍ୟରେ ମାତ୍ର ଗୋଟିଏ ଟୋଲ୍ ପ୍ଲାଜା ରହିବ । ଯଦି ୬୦ କିମି ମଧ୍ୟରେ ୨ଟି ଥାଏ, ୩ ମାସ ମଧ୍ୟରେ ୨ୟ ଟି ଉଚ୍ଛେଦ ହେବ

Advertisment
India News Nitin Gadkare GovtOfIndia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ