Advertisment

ଭଲ ଲାଗେ ସମ୍ବଲପୁରୀ ଶାଢି: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଓଡ଼ିଶାକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା। ମନରେଗା ପାଇଁ କମିନି ପାଣ୍ଠି। GSTରେ ପେଟ୍ରୋଲିୟମ ଉତ୍ପାଦ ପ୍ରସଙ୍ଗ।

ଅଦ୍ୟତନ ହୋଇଛି
Nirmala Sitaraman like Sambalpuri Saree

Nirmala Sitaraman like Sambalpuri Saree

Advertisment

ଓଡ଼ିଶାକୁ ମିଳିବନି ସ୍ୱାତନ୍ତ୍ର ରାଜ୍ୟ ପାହ୍ୟା। କେବଳ ଓଡ଼ିଶା ନୁହେଁ, ଆଉ କୌଣସି ବି ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ନ ଦେବାକୁ ସୁପାରିସ୍‌ କରିଛି ଅର୍ଥ କମିଶନ। ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

Advertisment

ଅର୍ଥମନ୍ତ୍ରୀ କହିଛନ୍ତି, ମନରେଗା ଯୋଜନା ପାଇଁ ପାଣ୍ଠି କମ୍ କରାଯାଇନି। ଏହା ଏକ ଚାହିଦାଭିତ୍ତିକ ଯୋଜନା। ବଜେଟ୍ ଅଟକଳ ପରେ ମନରେଗା ପାଇଁ ପାଣ୍ଠି ଆବଶ୍ୟକ ପଡ଼ିଲେ ଅତିରିକ୍ତ ବ୍ୟୟବରାଦ ମଧ୍ୟ କରାଯାଉଛି। ପେଟ୍ରୋଲିମୟ ଉତ୍ପାଦକୁ ଜିଏସ୍‌ଟି ପରିସରଭୁକ୍ତ କରିବା ପ୍ରସଙ୍ଗରେ ସୀତାରମଣ କହିଛନ୍ତି, ଏ ପ୍ରସ୍ତାବ ପ୍ରଥମରୁ ହିଁ ରହିଛି। କେବଳ କେଉଁ ହାରରେ ଜିଏସ୍‌ଟି ଲାଗିବ ତାହା ନିର୍ଦ୍ଧାରଣ ହୋଇନି।

ରାଜ୍ୟ ଅର୍ଥମନ୍ତ୍ରୀ ସଦସ୍ୟ ଥିବା ଜିଏସ୍‌ଟି ପରିଷଦ ଏନେଇ ନିଷ୍ପତ୍ତି ନେଲେ ପେଟ୍ରୋଲ୍‌, ଡିଜେଲ୍‌ ଜିଏସ୍‌ଟି ଅଧୀନକୁ ଆସିପାରିବ। ଏହି ଅସବସରରେ ତାଙ୍କୁ ସମ୍ବଲପୁରୀ ଶାଢି ଭାରି ଭଲ ଲାଗେ ଏବଂ ବମ୍‌କେଇ ଓ କଟକୀ ଶାଢ଼ି ବି ତାଙ୍କ ପସନ୍ଦ ବୋଲି କହିଛନ୍ତି ସୀତାରମଣ।

Advertisment

ଅନ୍ୟପକ୍ଷରେ ଓଡ଼ିଶା ମହିଳା ଏବଂ ବୁଣାକାରଙ୍କୁ ବଜେଟରେ ଅନେକ ଲାଭ ମିଳିବ। ବିଜେପି ରାଜ୍ୟ ଅଫିସ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବକ୍ତବ୍ୟ ରଖି କହିଛନ୍ତି, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ବଜେଟ୍‌ରୁ ବିଶେଷ ଲାଭ ପାଇବେ। ଏସ୍‌ଏଚ୍‌ଜିକୁ ଅଧିକ ସଶକ୍ତ କରିବାକୁ ବଜେଟ୍‌ରେ ବ୍ୟବସ୍ଥା ହୋଇଛି।

ଏସ୍‌ଏଚ୍‌ଜି ମହିଳାଙ୍କ ପାଇଁ ଗ୍ଲୋବାଲ୍‌ ମାର୍କେଟ୍‌ ବ୍ୟବସ୍ଥା ହେବ। ସେମାନେ ନିଜ ଉତ୍ପାଦିତ ସାମଗ୍ରୀକୁ ବିଶ୍ୱବଜାରରେ ବିକ୍ରି କରିପାରିବେ। ମହିଳା ସମ୍ମାନ ସଞ୍ଚୟ ପତ୍ରରେ ଓଡ଼ିଶା ମହିଳାମାନେ ଲାଭପାଇବେ। ୭.୫% ସୁଧରେ ୨ ବର୍ଷ ପର୍ଯ୍ୟନ୍ତ ୨ ଲକ୍ଷ ଟଙ୍କା ଜମା କରିପାରିବେ । ବିଶ୍ୱକର୍ମା ସ୍କିମ୍‌ରେ ଓଡ଼ିଶାର ବୁଣାକାର, ହସ୍ତଶିଳ୍ପୀ ଲାଭ ପାଇବେ। ‘ଓଡ଼ିଶା ପାଇଁ ବଜେଟ୍‌ର ଏସବୁ ଯୋଜନା ସିଧା ପ୍ରଭାବ ପଡ଼ିବ ବୋଲି କହିଛନ୍ତି ସୀତାରମଣ।

Advertisment
Nirmala Sitharaman Special Cash Package
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ