Advertisment

ନିର୍ବାଚନ ଜିତିଲେ, ହେଲେ ଶେଷରେ ଥାନାରେ ରାତି କାଟିବାକୁ ପଡ଼ିଲା...

ଥାନାରେ ରାତି କାଟିଲେ ନବ ନିର୍ବାଚିତ ସମିତି ସଭ୍ୟ। ବୁତିଙ୍ଗ ପଞ୍ଚାୟତର ନବ ନିର୍ବାଚିତ ସମିତି ସଭ୍ୟ ଆପାରାଓ ପାତିକା ଥାନାରେ ରାତି କାଟିଥିବା ସୂଚନା ମିଳିଛି।

Newly elected Samiti member spent night at police station

Newly elected Samiti member spent night at police station

Advertisment

ଥାନାରେ ରାତି କାଟିଲେ ନବ ନିର୍ବାଚିତ ସମିତି ସଭ୍ୟ। ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ୍‌ ବୁତିଙ୍ଗ ପଞ୍ଚାୟତର ନବ ନିର୍ବାଚିତ ସମିତି ସଭ୍ୟ ଆପାରାଓ ପାତିକା ଥାନାରେ ରାତି କାଟିଥିବା ସୂଚନା ମିଳିଛି। ଆଜି ବ୍ଲକ୍‌ ଚେୟାରମ୍ୟାନ୍‌ ନିର୍ବାଚନ ଥିବାରୁ ଗତକାଲି ‌ଆପ୍ପାରାଓ ନିଖୋଜ ହୋଇଥିବା ନେଇ ତାଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ତାଙ୍କୁ ଆଣି ଥାନାରେ ରଖିଥିଲେ।

Advertisment

ଆଜିର ଚେୟାରମ୍ୟାନ୍‌ ନିର୍ବାଚନ ବେଳେ ଯେପରି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ଏହାକୁ ଦୃଷ୍ଟିରେ ରଖି ଆପ୍ପାରାଓଙ୍କୁ ପୋଲିସ ଗତକାଲି ରାତି ତମାମ ଥାନାରେ ରଖିଥିଲା ବୋଲି କୁହାଯାଉଛି। ସେପଟେ ଆପ୍ପାରାଓ ଥାନାରେ ରହିଥିବାରୁ ବାହାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ଆଜି ବ୍ଲକ୍‌ ଚେୟାରମ୍ୟାନ୍‌ ନିର୍ବାଚନ ହେବାକୁ ଥିବାବେଳେ ୧୧ ଜଣ ସମିତି ସଭ୍ୟ ଭିତରୁ ଗୋଟିଏ ଗୋଷ୍ଠୀ ପାଖରେ ୮ ଜଣ ଅଛନ୍ତି। ତାଙ୍କ ମଧ୍ୟରେ ଆପ୍ପାରାଓ ଜଣେ ବୋଲି କୁହାଯାଉଛି।

Advertisment
Odisha Panchayat Polls Odisha Panchayat Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ