Advertisment

ନୂଆ ସଂସଦର ପ୍ରଥମ କାର୍ଯ୍ୟ ଦିବସରେ ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ୍

ନାରୀଶକ୍ତି ବନ୍ଦନ ଅଧିନିୟମ ନାଁରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍ । ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ।

ଅଦ୍ୟତନ ହୋଇଛି
undefined

Women Reservation Bill

Advertisment

ମୋଦିଙ୍କ ମାଷ୍ଟରଷ୍ଟ୍ରୋକ । ନୂଆ ସଂସଦ ଭବନର ପ୍ରଥମ କାର୍ଯ୍ୟ ଦିବସରେ ପ୍ରଥମ ପ୍ରସ୍ତାବ ଭାବେ ଉପସ୍ଥାପିତ ହେଲା ମହିଳା ସଂରକ୍ଷଣ ବିଲ । ବହୁ ପ୍ରତୀକ୍ଷିତ ଏହି ବିଲ୍‌କୁ ଲୋକସଭାରେ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘାୱାଲ । ଯାହାର ନାଁ ରଖାଯାଇଛି ନାରୀଶକ୍ତି ବନ୍ଦନ ଅଧିନିୟମ । ଏହାକୁ ସର୍ବସମ୍ମତ ଭାବେ ପାରିତ କରିବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଆଇନ ପାସ ହେଲେ ଲୋକସଭା ଏବଂ ବିଧାନସଭାରେ ୩୩ ପ୍ରତିଶତ ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ଅନ୍ୟପଟେ ବିଲ୍ ଆସିବା ପରେ ପରେ ଏହାକୁ ନେଇ ଆରମ୍ଭ ହୋଇଛି ଶ୍ରେୟ ରାଜନୀତି।

Advertisment

ଗୋଟିଏ ପଟେ ଲୋକସଭାରେ ଆଗତ ହେଲା ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍। ଅନ୍ୟପଟେ ବାଜା ବଜାଇ, ବାଣ ଫୁଟାଇ ଐତିହାସିକ ମୁହୂର୍ତ୍ତର ସେଲିବ୍ରେସନ୍। ନୂଆ ସଂସଦରେ ପ୍ରଥମ ଦିନରେ ପ୍ରଥମ ବିଲ୍ ଉପସ୍ଥାପନ କଲେ କେନ୍ଦ୍ର ଆଇନ ମନ୍ତ୍ରୀ । ତା ପୂର୍ବରୁ ନୂଆ ସଂସଦରେ ସ୍ୱାଗତ ଅଭିଭାଷଣ ଦେଇ ମହିଳାଙ୍କ ରାଜନୈତିକ ସଶକ୍ତୀକରଣ ପାଇଁ ନାରୀଶକ୍ତି ବନ୍ଦନ ଅଧିନିୟମ ସଂପର୍କରେ ସଂକେତ ଦେଇଥିଲେ ପିଏମ୍ ମୋଦି ।

ସର୍ବସମ୍ମତି କ୍ରମେ ଏହି ବିଲକୁ ପାରିତ କରିବାକୁ ଅନୁରୋଧ କରିଥିଲେ ପ୍ରଧାନମନ୍ତ୍ରୀ। ମହିଳା ସଶକ୍ତୀକରଣରେ ଆଜିର ଦିନ ଐତିହାସିକ ହୋବ ବୋଲି ସେ କହିଥିଲେ। 

Advertisment

ମହିଳା ସଂରକ୍ଷଣ ବିଲ୍ ଆଇନରେ ପରିଣତ ହେଲେ ବିଧାନସଭା ଏବଂ ଲୋକସଭାରେ ମହିଳାଙ୍କୁ ମିଳିବ ୩୩ ପ୍ରତିଶତ ସଂରକ୍ଷଣ । ଅର୍ଥାତ ଲୋକସଭାର ୧୮୧ ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ଏବେ ଲୋକସଭାରେ ୮୨ ମହିଳା ସାଂସଦ ଅଛନ୍ତି । ସେହିପରି ଓଡ଼ିଶା ବିଧାନସଭାରେ ମହିଳା ସଦସ୍ୟଙ୍କ ସଂଖ୍ୟା ୪୯କୁ ବୃଦ୍ଧି ପାଇବ। ଅନ୍ୟପକ୍ଷରେ ଏସ୍‌ସି-ଏସ୍‌ଟିଙ୍କ ପାଇଁ ଥିବା ସଂରକ୍ଷିତ ସିଟ୍ ମଧ୍ୟରୁ ହିଁ ଏସ୍‌ସି-ଏସ୍‌ଟି ମହିଳାଙ୍କ ପାଇଁ ୩୩ ପ୍ରତିଶତ ସିଟ୍ ସଂରକ୍ଷଣ ହେବ।

ଯେମିତିକି ଏବେ ଲୋକସଭାରେ ୮୪ ସିଟ୍ ଏସ୍ସିଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ସେଥିମଧ୍ୟରୁ ୩୩ ପ୍ରତିଶତ ଅର୍ଥାତ ୨୮ ସିଟ୍ ଏସ୍‌ସି ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ସଂରକ୍ଷଣ ଅବଧି ୧୫ ବର୍ଷ ପାଇଁ ରହିବ । ପରବର୍ତ୍ତୀ ସମୟରେ ସଂସଦ ଚାହିଁଲେ ଏହାକୁ ବୃଦ୍ଧି କରିପାରିବେ। 

Advertisment

ଏପଟେ ବିଲ୍‌ ପାରିତ ହେବା ପୂର୍ବରୁ ହିଁ ଏଥିରୁ ଶ୍ରେୟ ନେଇ ମହିଳା ଭୋଟ୍ ହାତେଇବାକୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ଫାଇଟ୍। ବିଜେଡି କହିଛି ଦଳ ଭିତ୍ତିରେ ଲୋକସଭାରେ ପ୍ରଥମେ ସଂରକ୍ଷଣ ଦେବା ସହ ମୁଖ୍ୟମନ୍ତ୍ରୀ ସର୍ବ ପ୍ରଥମେ ପ୍ରସ୍ତାବ ଦେଇଥିବାରୁ ଶ୍ରେୟ ନବୀନଙ୍କର। କିନ୍ତୁ ବିଜେପିର ଯୁକ୍ତି ଶ୍ରେୟ ମୋଦିଙ୍କର । ଆନ୍ତରିକତା ଥିଲେ କାହିଁକି ଗତ ବିଧାନସଭାରେ ବିଜେଡି ୩୩ ପ୍ରତିଶତ ଟିକଟ୍ ମହିଳାଙ୍କୁ ଦେଲାନି ବୋଲି ପ୍ରଶ୍ନ କରିଛି ଦଳ।

ସର୍ବଦଳୀୟ ବୈଠକରେ ବିଜେଡି, ବିଆରଏସ ଭଳି ଏକାଧିକ ରାଜନୈତିକ ଦଳ ମହିଳା ସଂରକ୍ଷଣ ବିଲ୍ ପାଇଁ ଦାବି କରିଥିବାରୁ ଏହା ସର୍ବସମ୍ମତି କ୍ରମେ ପାରିତ ହୋଇପାରେ। କିନ୍ତୁ ଦ୍ବନ୍ଦ୍ବ ଏହି ବିଲ ପାରିତ ହେଲେ ଏହା କେବେଠୁ କାର୍ଯ୍ୟକାରୀ ହେବ। କାହିଁକି ନା ଡି ଲିମିଟେସନ ପାଇଁ ପ୍ରାୟ ୨ ବର୍ଷ ସମୟ ଲାଗିପାରେ। ତେଣୁ ୨୦୨୪ ସାଧାରଣ ନିର୍ବାଚନରେ ଏହା ଲାଗୁ ନେହେଲେ ମଧ୍ୟ ୨୦୨୬ ପରେ ଥିବା କିଛି ରାଜ୍ୟର ବିଧାନସଭା ନିର୍ବାଚନରେ ଲାଗୁ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

New Delhi Women Reservation Bill
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ