Advertisment

ସରକାରୀ କାର୍ଯ୍ୟକ୍ରମରେ ଜନପ୍ରତିନିଧିଙ୍କୁ ଅବହେଳା ଅଭିଯୋଗ, ହଙ୍ଗାମା କଲେ ସମର୍ଥକ...

ସରକାରୀ କାର୍ଯ୍ୟକ୍ରମରେ ଜନପ୍ରତିନିଧିଙ୍କୁ ଅବହେଳା ଅଭିଯୋଗ କରି ସମର୍ଥକଙ୍କ ହଙ୍ଗାମା । କ’ଣ ପାଇଁ ବିଧାୟକ ଓ ସାଂସଦଙ୍କୁ ଡକାଯାଇନାହିଁ ବୋଲି ପ୍ରଶ୍ନ କରିଥିଲେ ।

ଅଦ୍ୟତନ ହୋଇଛି
Neglect to Public representatives in govt programme supporters creates ruckus

Neglect to Public representatives in govt programme supporters creates ruckus

Advertisment

ସରକାରୀ କାର୍ଯ୍ୟକ୍ରମରେ ଜନପ୍ରତିନିଧିଙ୍କୁ ଅବହେଳା ଅଭିଯୋଗ କରି ସମର୍ଥକଙ୍କ ହଙ୍ଗାମା । ଗତକାଲି ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଲକ୍‌ରେ ଅନୁଷ୍ଠିତ ହୋଇଥିଲା ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ।

Advertisment

ସରକାରୀ କାର୍ଯ୍ୟକ୍ରମ ହୋଇଥିବାରୁ, ଏହି କାର୍ଯ୍ୟକ୍ରମରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ଡକାଯିବ କଥା । କିନ୍ତୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ ଡକାଯାଇନଥିବା ଅଭିଯୋଗ କରି ଦେଓଗାଁ ଠାରେ ହଙ୍ଗାମା କରିଥିଲେ କିଛି ସମର୍ଥକ ।

Advertisment

ସୂଚନା ଅନୁସାରେ, କଂଗ୍ରେସ ସମର୍ଥିତ ସମିତିସଭ୍ୟ ଓ ସରପଞ୍ଚମାନେ ଉପ-ଜିଲ୍ଲାପାଳ ଓ ଦେଓଗାଁ BDOଙ୍କ ସହିତ ଯୁକ୍ତିତର୍କ କରିଥିଲେ । କ’ଣ ପାଇଁ ବିଧାୟକ ଓ ସାଂସଦଙ୍କୁ ଡକାଯାଇନାହିଁ ବୋଲି ପ୍ରଶ୍ନ କରିଥିଲେ । ଯୁକ୍ତିତର୍କ ପରେ କାର୍ଯ୍ୟକ୍ରମକୁ ବର୍ଜନ କରି ଚାଲିଯାଇଥିଲେ । ଏହି ସମୟରେ ବିଜେଡି ନେତା ତଥା ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ନିକଟରେ ଉପସ୍ଥିତ ଥିଲେ ।

ଖବର ଲେଖାଯିବା ସୁଦ୍ଧା ଏନେଇ ସ୍ଥାନୀୟ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି । ତେବେ ଏହି ଭିଡିଓ ଆଜି ଭାଇରାଲ୍‌ ହେବା ପରେ ସରକାରୀ କାର୍ଯ୍ୟକ୍ରମରେ ରାଜନୀତିକରଣକୁ  ନେଇ ଚର୍ଚ୍ଚା ଜୋର ଧରିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ