ସଂସଦରେ ପହଞ୍ଚିଲେ ଦ୍ରୌପଦୀ, ପ୍ରସ୍ତାବକ ରହିବେ BJD- YSR କଂଗ୍ରେସ-JDU

କଡ଼ା ସୁରକ୍ଷା ମଧ୍ୟରେ ଓଡ଼ିଶା ଭବନରୁ ଯାଇ ସଂସଦ ଭବନରେ ପହଞ୍ଚିଛନ୍ତି ଦ୍ରୌପଦୀ । ସହଯୋଗୀ ଦଳଙ୍କ ଉପସ୍ଥିତିରେ ଦାଖଲ କରିବେ ନାମାଙ୍କନ ।

Draupadi Murmu

ନାମାଙ୍କନ ଦାଖଲ କରିବାକୁ ସଂସଦ ଭବନରେ ପହଞ୍ଚିଲେ NDAର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ସାଥିରେ ଥିଲେ ଅନେକ ସହଯୋଗୀ ଦଳ । ବିଜେଡି, YSR କଂଗ୍ରେସ, ଜେଡିୟୁ ପରି ଦଳ ରହିବେ ଦ୍ରୌପଦୀଙ୍କ ପ୍ରସ୍ତାବକ । କଡ଼ା ସୁରକ୍ଷା ମଧ୍ୟରେ ଓଡ଼ିଶା ଭବନରୁ ଯାଇ ସଂସଦ ଭବନରେ ପହଞ୍ଚିଛନ୍ତି ଦ୍ରୌପଦୀ । ସହଯୋଗୀ ଦଳଙ୍କ ଉପସ୍ଥିତିରେ ଦାଖଲ କରିବେ ନାମାଙ୍କନ ।

 

 

 

 

ଗତକାଲି ଦିଲ୍ଲୀରେ ପହଞ୍ଚିବା ପରେ ଦ୍ରୌପଦୀ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ପରେ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡ୍ଡାଙ୍କୁ ଭେଟିଥିଲେ । ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।