Advertisment

ସେଣ୍ଟ୍ରାଲ୍‌ ହଲ୍‌ରେ ସାଂସଦଙ୍କ ଭିଡ଼: NDA ନେତା ଭାବେ ନିର୍ବାଚିତ ହେଲେ ନରେନ୍ଦ୍ର ମୋଦି

ନରେନ୍ଦ୍ର ମୋଦିଙ୍କୁ ଏନଡିଏ ମେଣ୍ଟର ନେତା ନିର୍ବାଚିତ କରାଯାଇଛି । ତେବେ ରାଜନାଥ ସିଂହ ଦଳର ବୈଠକରେ ଏହି ପ୍ରସ୍ତାବ ରଖିଥିଲେ । ଯାହାକି ସର୍ବସମ୍ମତି କ୍ରମେ ପାସ୍ ହେଇଥିଲା ।

ଅଦ୍ୟତନ ହୋଇଛି
NDA Elects Narendra Modi As Leader

NDA

Advertisment

ଲଗାତାର ତୃତୀୟ ଥର ଦେଶରେ ଆରମ୍ଭ ହେବ ମୋଦି ସରକାର। ଦିନେ ପରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ନରେନ୍ଦ୍ର ମୋଦି। ସରକାର ଗଠନ ନେଇ କସରତ ଆରମ୍ଭ ହୋଇଛି। ଆଜି ଦିଲ୍ଲୀରେ ବସିଛି ଏନଡିଏ ସାଂସଦଙ୍କ ବୈଠକ। ଏଥିରେ ବିଜେପି ସହ ସହଯୋଗୀ ଜେଡିୟୁ ଓ ଟିଡିପି ଦଳର ସାଂସଦମାନେ ମଧ୍ୟ ଉପସ୍ଥିତ ଅଛନ୍ତି।

Advertisment

ଏନଡିଏର ନେତା ଭାବେ ନିର୍ବାଚିତ ହୋଇଛନ୍ତି ନରେନ୍ଦ୍ର ମୋଦି । ଆଜି ସେଣ୍ଟ୍ରାଲ ହଲ୍‌ରେ ଏନଡିଏ ସଂସଦୀୟ ଦଳର ବୈଠକ ବସିଥିଲା । ଯେଉଁଥିରେ ନରେନ୍ଦ୍ର ମୋଦିଙ୍କୁ ଏନଡିଏ ମେଣ୍ଟର ନେତା ନିର୍ବାଚିତ କରାଯାଇଛି । ତେବେ ରାଜନାଥ ସିଂହ ଦଳର ବୈଠକରେ ଏହି ପ୍ରସ୍ତାବ ରଖିଥିଲେ । ଯାହାକି ସର୍ବସମ୍ମତି କ୍ରମେ ପାସ୍ ହେଇଥିଲା । ଏହି ସଂସଦୀୟ ଦଳ ବୈଠକରେ ବିଜେପିର ନବ ନିର୍ବାଚିତ ସାଂସଦଙ୍କ ସହିତ ଏନଡିଏରେ ସାମିଲ ଥିବା ବିଭିନ୍ନ ଦଳର ନେତା ସାମିଲ ଥିଲେ ।

ଅଧିକ ପଢ଼ନ୍ତୁ: ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ ମୋଦି; ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ଏହିସବୁ ଅତିଥି

Advertisment

ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ । ଏହାପରେ ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଢ଼ିବାକୁ ଦାବି ଜଣାଇବେ। ଆସନ୍ତା ୯ ତାରିଖ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ନରେନ୍ଦ୍ର ମୋଦି। ତାଙ୍କ ସହ ସେହିଦିନ କେନ୍ଦ୍ର ମନ୍ତ୍ରିମଣ୍ଡଳ ବି ଶପଥ ନେଇପାରେ ବୋଲି ଚର୍ଚ୍ଚା ହେଉଛି। ଲଗାତାର ୩ ଥର ପ୍ରଧାନମନ୍ତ୍ରୀ ହେବାରେ ଜବାହରଲାଲ ନେହରୁଙ୍କ ପରେ ଦ୍ବିତୀୟ ପିଏମ୍ ହେବେ ନରେନ୍ଦ୍ର ମୋଦି।

Advertisment

ତୃତୀୟଥର ଦେଶରେ ସରକାର ଗଠନ କରିବ ବିଜେପି। ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ୱରେ ଏନଡିଏ ନେତା ଭାବେ ପ୍ରଧାନମନ୍ତ୍ରୀ ମୋଦି ଶପଥ ନେବେ । ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ରାଷ୍ଟ୍ରପତି ଭବନରେ ମୋଦି 3.O ସରକାର ଶପଥ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି।

ରବିବାର ହେବାକୁ ଥିବା ବହୁ ପ୍ରତୀକ୍ଷିତ ଶପଥ ଗ୍ରହଣ ଉତ୍ସବରେ ବହୁ ଦେଶର ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥିଙ୍କ ସମେତ ୮ହଜାରରୁ ଅଧିକ ଲୋକ ଉପସ୍ଥିତ ରହିବେ। ଶପଥ ଗ୍ରହଣ ଉତ୍ସବରେ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟରେ ସାମିଲ ଥିବା ଅନେକ ସଫେଇ କର୍ମଚାରୀ, କିନ୍ନର ଓ ଶ୍ରମିକ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେବେ। ସମାରୋହରେ ବନ୍ଦେ ଭାରତ ଓ ମେଟ୍ରୋରେ କାର୍ଯ୍ୟରତ ରେଳ କର୍ମଚାରୀ ଓ ବିକଶିତ ଭାରତ ରାଷ୍ଟ୍ରଦୂତମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।

ଅଧିକ ପଢ଼ନ୍ତୁ: ସାଂସଦଙ୍କ ଦରମା କେତେ, ମିଳେ କେଉଁ ସବୁ ସୁବିଧା...ଜାଣନ୍ତୁ

ତେବେ ପ୍ରଧାନମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବକୁ ଚୀନ, ପାକିସ୍ତାନ , ଏବଂ ମାଳଦ୍ୱୀପର ନେତାଙ୍କୁ ନିମନ୍ତ୍ରଣ ଦିଆଯାଇନାହିଁ । ନୂଆ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ ସମାରୋହ ପ୍ରସ୍ତୁତି ପାଇଁ ରାଷ୍ଟ୍ରପତି ଭବନ ଜୁନ ୯ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଅନ୍ୟପଟେ ଏନଡିଏ ନେତା ନିର୍ବାଚିତ ହେବା ପରେ ମୋଦିଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Narendra Modi PM Modi PM Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ