Advertisment

ମହାରାଷ୍ଟ୍ର ରାଜନୀତିରେ ମହାଡ୍ରାମା; ଅଜିତ ପାୱାର ଅଚାନକ ଖେଳିଲେ 'ପାୱାର୍' ପଲିଟିକ୍ସ

୨୦୧୯ ପରଠୁ ତିନି ତିନିଥର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅଜିତ ପାୱାର୍ । ତେବେ ଏନ୍‌ସିପିରେ ଏଭଳି ଅଚାନକ ଭୂକଂପ ପଛରେ କେବଳ କ୍ଷମତା ଲୋଭ ନାଁ ରହିଛି ଅନ୍ୟ କୌଣସି କାରଣ ? ଚର୍ଚ୍ଚା ହେଉଛି ଯେ, ଶରଦ ପାୱାର୍ ତାଙ୍କୁ ଅଣଦେଖା କରି ଝିଅ ସୁପ୍ରିୟା ସୁଲେଙ୍କୁ କାର୍ଯ୍ୟକାରୀ ସଭାପତି ଘୋଷଣା କରିବା ଏବଂ ମିଳିତ ବିରୋଧୀଙ୍କ ପାଟନା ବୈଠକରେ ରାହୁଲଙ୍କ ସହ ଏକାଠି ମଞ୍ଚାସୀନ ହେବା ପାଇଁ ଏକଚାଟିଆ ନିଷ୍ପତ୍ତି ନେବା ପରେ, ଅଜିତ ଓ ତାଙ୍କ ସମର୍ଥକ ବିଧାୟକ ମାନେ ଅସନ୍ତୁଷ୍ଟ ଥିଲେ ।

ଅଦ୍ୟତନ ହୋଇଛି
undefined

maharashtra politics

Advertisment

ମହାରାଷ୍ଟ୍ର ରାଜନୀତିରେ ଆଉ ଏକ ମହାନାଟକ । ଶିବସେନା ଭଳି ଏନ୍‌ସିପି ଦୁଇ ଫାଳ । ଦଳୀୟ ସୁପ୍ରିମୋ ଶରଦ ପାୱାରଙ୍କ ସହିତ କୌଣସି ଆଲୋଚନା ନକରି, ମହାରାଷ୍ଟ୍ର ଏନଡିଏ ସରକାରରେ ସାମିଲ ହୋଇଛନ୍ତି ଅଜିତ ପାୱାରଙ୍କ ସମେତ ଏନ୍‌ସିପିର ବହୁ ବିଧାୟକ । ଖାଲି ସେତିକି ନୁହେଁ, ଗତକାଲି ବିରୋଧୀ ଦଳ ନେତା ଥିବା ଅଜିତ ପାୱାର ଆଜି ଏକନାଥ ସିନ୍ଦେ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଆଉ ୮ ଏନ୍‌ସିପି ବିଧାୟକ ବି ସାମିଲ ହୋଇଛନ୍ତି ମନ୍ତ୍ରିମଣ୍ଡଳରେ । ମହାରାଷ୍ଟ୍ର ରାଜନୀତିର ଏଭଳି ଅଚାନକ ଟ୍ୱିଷ୍ଟ ପରେ ବିଜେପିକୁ ବଳ ମିଳିଥିବା ବେଳେ, ବିରୋଧୀଙ୍କୁ ଲାଗିଛି ଜୋରଦାର ଝଟକା ।

Advertisment

ଅପରାହ୍ଣ ପ୍ରାୟ ୨ଟା । ମହାରାଷ୍ଟ୍ର ରାଜଭବନରେ ଦଳବଳ ଧରି ପହଞ୍ଚିଥିଲେ ଏନ୍‌ସିପି ନେତା ତଥା ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର୍ । ସାଥିରେ ଥିଲେ ଦଳର ଅନ୍ୟ ସମର୍ଥକ ବିଧାୟକ । ଏହାର ଠିକ୍ କିଛି ସମୟ ପରେ ସେଠାରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ୍ ବି ଥିଲେ ରାଜଭବନରେ । ଯଦିଓ ପୂର୍ବରୁ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ଚର୍ଚ୍ଚା ହେଉଥିଲା, ତଥାପି ରାଜଭବନରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କ ଆକସ୍ମିକ ସଙ୍ଗମକୁ ନେଇ ସରଗରମ ହୋଇଉଠିଥିଲା ମହାରାଷ୍ଟ୍ର ରାଜନୀତି ।

ଶେଷରେ ରହସ୍ୟ ଉପରୁ ପରଦା ଉଠିଲା । ମହାରାଷ୍ଟ୍ର ସିନ୍ଦେ-ଶିବସେନା ନେତୃତ୍ୱାଧୀନ ଏନ୍‌ଡିଏ ସରକାରରେ ଦ୍ୱିତୀୟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ ପାୱାର । ଏଥିସହ ଏନ୍‌ସିପିର ଅନ୍ୟତମ କାର୍ଯ୍ୟକାରୀ ସଭାପତି ପ୍ରଫୁଲ ପଟେଲ, ଅନୀଲ ପାଟିଲ, ଛଗନ ଭୁଜବଳ ଓ ଅଦିତି ତଟକରେଙ୍କ ସମେତ ୮ ଜଣ ଏନ୍‌ସିପି ବିଧାୟକ ବି ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି । ସେମାନଙ୍କୁ ଶପଥ ପାଠ କରାଇଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ରମେଶ ବୈଶ ।

Advertisment

୩୦ ଜୁନ୍, ୨୦୨୨ । ଉଦ୍ଧବ ଠାକରେଙ୍କ ନେତୃତ୍ୱକୁ ପ୍ରତ୍ୟାଖ୍ୟାନ କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଏକନାଥ ସିନ୍ଦେ । ପରେ ଶିବସେନା ଦଳର ନାଁ ଓ ଚିହ୍ନକୁ ଆଇନତଃ ହାତେଇବା ସହିତ, ବିଜେପି ସହ ମିଶି ସରକାର ଗଢ଼ିଲେ । ଏହାର ବର୍ଷକ ପରେ, ଏନସିପିରେ ଉପୁଜିଛି ସମାନ ସ୍ଥିତି । ଏକନାଥ ଫର୍ମୁଲା ଆପଣାଇଛନ୍ତି ଅଜିତ । ତାଙ୍କ ସହିତ ୫୩ରୁ ପ୍ରାୟ ୪୦ ଜଣ ଏନ୍‌ସିପି ଏମ୍ଏଲ୍ଏ ଓ ୬ ଏମ୍ଏଲସିଙ୍କ ସମର୍ଥନ ଅଛି ବୋଲି ଚର୍ଚ୍ଚା ହେଉଛି । ଶପଥ ଗ୍ରହଣ ସମାରୋହ ପରେ ଅଜିତ ପାୱାର୍ ମଧ୍ୟ କହିଛନ୍ତି ଯେ, ଆଗକୁ ଏନ୍‌ସିପି ଦଳର ନାଁ ଓ ଚିହ୍ନ ସହିତ ସେ ଓ ତାଙ୍କ ସମର୍ଥକ ବିଧାୟକମାନେ ନିର୍ବାଚନ ଲଢ଼ିବେ ।

ଅନ୍ୟପକ୍ଷରେ ଅଜିତ ତାଙ୍କୁ ନପଚାରି ଏଭଳି ନିଷ୍ପତ୍ତି ନେଇଥିବା ଏବଂ ଏଥିରେ ତାଙ୍କର ସମ୍ମତି ନଥିବା ସ୍ପଷ୍ଟ କରିଦେଇଛନ୍ତି ଏନ୍‌ସିପି ସୁପ୍ରିମୋ ଶରଦ ପାୱାର୍ । ଆସନ୍ତାକାଲି ସେ ଜନସଭାରେ କିଛି ବଡ଼ ନିଷ୍ପତ୍ତି ଶୁଣାଇପାରନ୍ତି ବୋଲି ସଂକେତ ଦେଇଛନ୍ତି । ତେଣେ ବହୁ ଏନ୍‌ସିପି ସମର୍ଥକ ପଟ୍ଟପରିବର୍ତ୍ତନ କରିଥିବା ଦଳୀୟ ନେତାଙ୍କ ପୋଷ୍ଟରରେ କାଳି ବୋଳିଛନ୍ତି । ଏଥିସହ ଏନସିପି ପକ୍ଷରୁ ଜିତେନ୍ଦ୍ର ଆହ୍ୱଡଙ୍କୁ ନୂଆ ବିରୋଧୀ ଦଳ ନେତା ନିଯୁକ୍ତ କରିବା ପାଇଁ ବାଚସ୍ପତିଙ୍କୁ ଚିଠି ଲେଖାଯାଇଛି ।

Advertisment

୨୦୧୯ ପରଠୁ ତିନି ତିନିଥର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅଜିତ ପାୱାର୍ । ତେବେ ଏନ୍‌ସିପିରେ ଏଭଳି ଅଚାନକ ଭୂକଂପ ପଛରେ କେବଳ କ୍ଷମତା ଲୋଭ ନାଁ ରହିଛି ଅନ୍ୟ କୌଣସି କାରଣ ? ଚର୍ଚ୍ଚା ହେଉଛି ଯେ, ଶରଦ ପାୱାର୍ ତାଙ୍କୁ ଅଣଦେଖା କରି ଝିଅ ସୁପ୍ରିୟା ସୁଲେଙ୍କୁ କାର୍ଯ୍ୟକାରୀ ସଭାପତି ଘୋଷଣା କରିବା ଏବଂ ମିଳିତ ବିରୋଧୀଙ୍କ ପାଟନା ବୈଠକରେ ରାହୁଲଙ୍କ ସହ ଏକାଠି ମଞ୍ଚାସୀନ ହେବା ପାଇଁ ଏକଚାଟିଆ ନିଷ୍ପତ୍ତି ନେବା ପରେ, ଅଜିତ ଓ ତାଙ୍କ ସମର୍ଥକ ବିଧାୟକ ମାନେ ଅସନ୍ତୁଷ୍ଟ ଥିଲେ । ତେବେ ଅଜିତ କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନକଲ୍ୟାଣକାରୀ କାର୍ଯ୍ୟରେ ପ୍ରଭାବିତ ହୋଇ ଏବଂ ମହାରାଷ୍ଟ୍ରର ବିକାଶ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ।ବିରୋଧୀ ଦଳ ନେତାରୁ ବନିଲେ ଉପମୁଖ୍ୟମନ୍ତ୍ରୀ

NCP Maharashtra Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ