Advertisment

ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ହେଲେ ନାୟବ ସୈନୀ, ସନ୍ଧ୍ୟା ୫ଟାରେ ନେବେ ଶପଥ

ନାୟବ ସିଂ ସୈନୀ ହେବେ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ। ବିଧାୟକ ଦଳ ବୈଠକରେ ନାୟବ ସୈନୀଙ୍କ ନାଁରେ ବାଜିଲା ମୋହର।

ଅଦ୍ୟତନ ହୋଇଛି
Haryana New CM Nayab Singh Saini

Haryana New CM

Advertisment

ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ମନୋହର୍ ଲାଲ୍‌ ଖଟ୍ଟରଙ୍କ ଇସ୍ତଫା ପରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା। ନାୟବ ସିଂ ସୈନୀ ହେବେ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ। ବିଧାୟକ ଦଳ ବୈଠକରେ ନାୟବ ସୈନୀଙ୍କ ନାଁରେ ବାଜିଲା ମୋହର। ସନ୍ଧ୍ୟା ୫ଟାରେ ଶପଥ ନେବେ ନାୟବ ସିଂ ସୈନୀ। ମନୋହର ଲାଲ୍‌ ଖଟ୍ଟରଙ୍କ ଇସ୍ତଫା ପରେ ତାଙ୍କ ସ୍ଥାନରେ ନାୟବ ସିଂ ସାଇନି କିମ୍ବା ସଞ୍ଜୟ ଭାଟିଆଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ଆଜି ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ନାୟବ ସିଂ ସୈନୀଙ୍କ ନାଁରେ ମୋହର ବାଜିଛି।

Advertisment

ସୂଚନା ଅନୁସାରେ ଆଜି ହରିୟାଣା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ମନୋହର ଲାଲ୍‌ ଖଟ୍ଟର । ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ଦେଇଥିଲେ ମନୋହର ଲାଲ୍ ଖଟ୍ଟର। ଖଟ୍ଟରଙ୍କ ସହ ତାଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ ଇସ୍ତଫା ଦେଇଛନ୍ତି। ଫଳରେ ହରିୟାଣାରେ ନୂଆ ସରକାର ଗଠନ ସମ୍ଭାବନା ରହିଥିଲା। ଏଥିରେ ଜେଜେପି ବା ଜନନାୟକ ଜନତା ପାର୍ଟିକୁ ବାଦ୍ ଦେଇ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ବିଜେପି ସରକାର ଗଢ଼ିପାରେ ବୋଲି ଚର୍ଚ୍ଚା ହେଉଥିଲା।

Advertisment

ଅଧିକ ପଢ଼ନ୍ତୁ: ମେଣ୍ଟ ଚର୍ଚ୍ଚା ଭିତରେ ଧର୍ମେନ୍ଦ୍ରଙ୍କ ଘରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ସାମିଲ ଅଛନ୍ତି ରାଜ୍ୟ ବିଜେପିର ବରିଷ୍ଠ ନେତା

ରିପୋର୍ଟ ଅନୁସାରେ, ହରିଆଣାରେ ଲୋକସଭା ସିଟ୍ ସେୟାରିଂକୁ ନେଇ ବିଜେପି ଏବଂ ଜେଜେପି ମଧ୍ୟରେ ବିବାଦ ଦେଖାଦେଇଥିଲା । ମନୋହର ଲାଲ ଖଟ୍ଟର ବିଜେପି ବିଧାୟକ ଏବଂ ସରକାରଙ୍କୁ ସମର୍ଥନ କରୁଥିବା ସ୍ୱାଧୀନ ବିଧାୟକଙ୍କୁ ନେଇ ବୈଠକ ଡାକିଥିଲେ।
ଆଜି ସକାଳେ ଖଟ୍ଟରଙ୍କ ବାସଭବନରେ ଏହି ବୈଠକ ବସିଥିଲା। ଏହି ବୈଠକରେ ଆଲୋଚନା ପରେ ଖଟ୍ଟର ଓ ସମସ୍ତ କ୍ୟାବିନେଟ ଇସ୍ତଫା ଦେଇଥିଲେ। ମନୋହର ଲାଲ ଖଟ୍ଟର ଆସନ୍ତା ଲୋକସଭା ନିର୍ବାଚନରେ କର୍ଣ୍ଣଲ ଆସନରୁ ଲଢିବା ନେଇ ଚର୍ଚ୍ଚା ହେଉଛି।

Advertisment
Indian Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ