Advertisment

କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ ସିଂ ସିଦ୍ଧୁ

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେଇଛନ୍ତି। ପଦରେ ରହିବାର ୭୨ ଦିନ ପରେ ଇସ୍ତଫା ଦେଲେ ସିଦ୍ଧୁ। ସୋନିଆ ଗାନ୍ଧିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଲେ ସିଦ୍ଧୁ। ପଞ୍ଜାବର ଭବିଷ୍ୟତକୁ ନେଇ କୌଣସି ସାଲିସ କରିବିନି କହିବା ସହ କଂଗ୍ରେସ ଦଳ ପାଇଁ ସେବା ଜାରି ରଖବି ବୋଲି କହିଲେ ସିଦ୍ଧୁ।

ଅଦ୍ୟତନ ହୋଇଛି
undefined

Navjot Singh Sidhu

Advertisment

ପଞ୍ଜାବ: ପଞ୍ଜାବ କଂଗ୍ରେସ ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେଇଛନ୍ତି। ପଦରେ ରହିବାର ୭୨ ଦିନ ପରେ ଇସ୍ତଫା ଦେଲେ ସିଦ୍ଧୁ। ସୋନିଆ ଗାନ୍ଧିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଲେ ସିଦ୍ଧୁ। ପଞ୍ଜାବର ଭବିଷ୍ୟତକୁ ନେଇ କୌଣସି ସାଲିସ କରିବିନି କହିବା ସହ କଂଗ୍ରେସ ଦଳ ପାଇଁ ସେବା ଜାରି ରଖବି ବୋଲି କହିଲେ ସିଦ୍ଧୁ। ସେପଟେ, ଦିଲ୍ଲୀ ଗଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ଅମରିନ୍ଦର ପ୍ରଥମ ଦିଲ୍ଲୀ ଗସ୍ତ କରିଛନ୍ତି। ତେବେ ଆଗାମୀ ରଣନୀତି ନେଇ ପଦକ୍ଷେପ ନେଇପାରନ୍ତି ଅମରିନ୍ଦର। ଆଜି ସଂଧ୍ୟାରେ ଅମିତ ଶାହା ଓ ଜେପି ନଡ୍ଡାଙ୍କୁ ଭେଟିପାରନ୍ତି ଅମରିନ୍ଦର।

Advertisment

କ୍ଷମତା ଯୁଦ୍ଧକୁ ନେଇ ଲାଗିରହିଥିବା ଛକାପଞ୍ଝା ଭିତରେ ପଞ୍ଜାବ କଂଗ୍ରେସର ନୂଆ ମୁଖିଆ ହୋଇଥିଲେ ନବଜ୍ୟୋତ ସିଂ ସିଦ୍ଧୁ। ପଞ୍ଜାବ ପିସିସି ସଭାପତି ଭାବେ ତାଙ୍କୁ ନିଯୁକ୍ତ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ୧୮ ଜୁଲାଇରେ ତାଙ୍କୁ ନିଯୁକ୍ତ କରିଥିଲେ । ତାଙ୍କ ସହ ପବନ ଗୋୟଲ, ସୁଖବିନ୍ଦର ସିଂ, କୁଲଜିତ ନାଗରା ଏବଂ ସଂଗତ ସିଂଙ୍କୁ ପଞ୍ଜାବ ପିସିସିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା। ତେବେ ଆଜି କାହିଁକି ସିଦ୍ଧୁ ହଠାତ୍‌ ଏପରି ଭାବରେ ଇସ୍ତଫା ଦେଲେ ତାହାକୁ ନେଇ ଚର୍ଚ୍ଚା ଚାଲିଛି।

Advertisment
Congress Navjot Sidhu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ