ନବୀନଙ୍କ ନୂଆ ଟିମ୍‌ରେ ୮ ରାଷ୍ଟ୍ର ମନ୍ତ୍ରୀ: ୨ ଜଣ ମନ୍ତ୍ରୀ ପଦ ବଜାୟ ରଖିଲେ, ୬ ଜଣଙ୍କୁ ମିଳିଲା ସୁଯୋଗ

ଆଜି ନବୀନଙ୍କ ନୂଆ ଟିମ୍ ଶପଥ ଗ୍ରହଣ କରିଛନ୍ତି। ମୋଟ୍ ୨୧ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କୁ କ୍ୟାବିନେଟ୍ ଓ ୮ ଜଣଙ୍କୁ ସ୍ୱାଧୀନ ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି।

ନବୀନଙ୍କ ନୂଆ ଟିମ୍‌ରେ ୮ ରାଷ୍ଟ୍ର ମନ୍ତ୍ରୀ

ଆଜି ନବୀନଙ୍କ ନୂଆ ଟିମ୍ ଶପଥ ଗ୍ରହଣ କରିଛନ୍ତି। ପୁରା ମନ୍ତ୍ରିମଣ୍ଡଳର ନବକଳେବର ହୋଇଛି। ଆଜି ଦିନ ୧୧ଟା ୪୫ରେ ଲୋକସେବା ଭବନର କନଭେନସନ୍ ହଲ୍‌ରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହୋଇଥିଲା। ଏହି ଅବସରରେ ନୂଆ ମନ୍ତ୍ରୀମାନେ ଶପଥ ନେଇଥିଲେ। ମୋଟ୍ ୨୧ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କୁ କ୍ୟାବିନେଟ୍ ଓ ୮ ଜଣଙ୍କୁ ସ୍ୱାଧୀନ ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ସବୁ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। 

୮ ଜଣଙ୍କୁ ସ୍ୱାଧୀନ ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣ ନବୀନଙ୍କ ନୂଆ ଟିମ୍‌ରେ ପ୍ରଥମ ଥର ପାଇଁ ସ୍ଥାନ ପାଇ ଥିବାବେଳେ ୨ ଜଣ ପୁଣି ଥରେ ନିଜ ମନ୍ତ୍ରୀ ପଦ ବଜାୟ ରଖିଛନ୍ତି। 

ନବୀନଙ୍କ ନୂଆ ଟିମ୍‌ରେ ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ) ଭାବେ କେଉଁମାନେ ସ୍ଥାନ ପାଇଲେ, ଜାଣନ୍ତୁ...