Advertisment

ନବୀନଙ୍କ ନୂଆ ଟିମ୍‌: ଜାଣନ୍ତୁ, ନୂଆ ଟିମ୍‌ରେ କେଉଁମାନେ ସ୍ଥାନ ପାଇଲେ...

ଆଜି ନବୀନଙ୍କ ନୂଆ ଟିମ୍ ଶପଥ ଗ୍ରହଣ କରିଛନ୍ତି। ପୁରା ମନ୍ତ୍ରିମଣ୍ଡଳର ନବକଳେବର ହୋଇଛି। ଆଜି ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଅଦ୍ୟତନ ହୋଇଛି
Naveen New Team

Naveen New Team

Advertisment

ଆଜି ନବୀନଙ୍କ ନୂଆ ଟିମ୍ ଶପଥ ଗ୍ରହଣ କରିଛନ୍ତି। ପୁରା ମନ୍ତ୍ରିମଣ୍ଡଳର ନବକଳେବର ହୋଇଛି। ଆଜି ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଦିନ ୧୧ଟା ୪୫ରେ ଲୋକସେବା ଭବନ କନଭେନସନ୍ ହଲ୍‌ରେ ଶପଥଗ୍ରହଣ ଉତ୍ସବ ଆୟୋଜିତ ହୋଇଥିଲା। ଏହି ଅବସରରେ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପରେ ରାଜ୍ୟପାଳ ଲୋକସେବା ଭବନରେ ପହଞ୍ଚିଥିଲେ। 

Advertisment

ମୋଟ୍ ୨୧ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କୁ କ୍ୟାବିନେଟ୍ ଓ ୮ ଜଣଙ୍କୁ ସ୍ୱାଧୀନ ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ସବୁ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। 

ଜାଣନ୍ତୁ, ନବୀନଙ୍କ ନୂଆ ଟିମ୍‌ରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ କେଉଁମାନେ ସ୍ଥାନ ପାଇଛନ୍ତି...

Advertisment
  1. ଜଗନ୍ନାଥ ସାରକା(କ୍ୟାବିନେଟ୍‌ ମନ୍ତ୍ରୀ)
  2. ନିରଞ୍ଜନ ପୂଜାରୀ(କ୍ୟାବିନେଟ୍‌ ମନ୍ତ୍ରୀ)
  3. ରଣେନ୍ଦ୍ର ପ୍ରତାପ ସ୍ୱାଇଁ (କ୍ୟାବିନେଟ୍‌ ମନ୍ତ୍ରୀ)
  4. ଉଷା ଦେବୀ (କ୍ୟାବିନେଟ୍‌ ମନ୍ତ୍ରୀ)
  5. ପ୍ରଫୁଲ୍ଲ ମଲ୍ଲିକ(କ୍ୟାବିନେଟ୍‌ ମନ୍ତ୍ରୀ)
  6. ପ୍ରତାପ ଦେବ(କ୍ୟାବିନେଟ୍‌ ମନ୍ତ୍ରୀ)
  7. ଅତନୁ ସବ୍ୟସାଚୀ ନାୟକ(କ୍ୟାବିନେଟ୍‌ ମନ୍ତ୍ରୀ)
  8. ପ୍ରମିଳା ମଲ୍ଲିକ(କ୍ୟାବିନେଟ୍‌ ମନ୍ତ୍ରୀ)
  9. ପ୍ରଦୀପ ଅମାତ(କ୍ୟାବିନେଟ୍‌ ମନ୍ତ୍ରୀ)
  10. ନବ କିଶୋର ଦାଶ(କ୍ୟାବିନେଟ୍‌ ମନ୍ତ୍ରୀ)
  11. ଅଶୋକ ଚନ୍ଦ୍ର ପଣ୍ଡା(କ୍ୟାବିନେଟ୍‌ ମନ୍ତ୍ରୀ)
  12. ଟୁକୁନି ସାହୁ(କ୍ୟାବିନେଟ୍‌ ମନ୍ତ୍ରୀ)
  13. ରାଜେନ୍ଦ୍ର ଢୋଲକିଆ(କ୍ୟାବିନେଟ୍‌ ମନ୍ତ୍ରୀ)

ନବୀନଙ୍କ ନୂଆ ଟିମ୍‌ରେ ରାଷ୍ଟ୍ର ମନ୍ତ୍ରୀ ଭାବେ କେଉଁମାନେ ସ୍ଥାନ ପାଇଲେ, ଜାଣନ୍ତୁ...

Advertisment
  1. ସମୀର ରଞ୍ଜନ ଦାଶ-ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ)
  2. ଅଶ୍ୱିନୀ କୁମାର ପାତ୍ର-ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ)
  3. ପ୍ରୀତିରଞ୍ଜନ ଘଡ଼େଇ-ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ)
  4. ଶ୍ରୀକାନ୍ତ ସାହୁ-ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ)
  5. ତୁଷାରକାନ୍ତି ବେହେରା-ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ)
  6. ରୋହିତ ପୂଜାରୀ-ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ)
  7. ରୀତା ସାହୁ-ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ)
  8. ବାସନ୍ତୀ ହେମ୍ବ୍ରମ୍‌-ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ)
Odisha Cabinet Reshuffle Odisha Cabinet Reshuffle 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ