Advertisment

ଓଡ଼ିଆ ଅସ୍ମିତା କଥା କହି ସରକାରଙ୍କୁ ନବୀନଙ୍କ ବ୍ୟାକ୍‌ ଟୁ ବ୍ୟାକ୍‌ ଆଟାକ୍ !

ରାଜ୍ୟସଭା ସାଂସଦ ପାର୍ଟି ଛାଡିବା ବେଳରେ ନବୀନଙ୍କ ଭିନ୍ନ ରଣନୀତି । କାଲି ରେଭେନ୍ସା ଓ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ୍ ।

undefined

Naveen Patnaik

Advertisment

ପ୍ରଥମେ ନିର୍ବାଚନର ପରାଜୟ, ପରେ ଦଳରୁ ଜଣଙ୍କ ପରେ ଜଣେ ନେତା ମୁହଁ ଫେରାଇବା। ଏସବୁ ଭିତରେ ଚର୍ଚ୍ଚାରେ ନବୀନଙ୍କ ନୂଆ ଅନ୍ଦାଜ। ଓଡ଼ିଆ ଅସ୍ମିତା ଜାଲରେ ବିଜେପିକୁ ଛନ୍ଦିବାକୁ ପ୍ରୟାସ। ଗତକାଲି ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ x ରେ ଟାର୍ଗେଟ୍ କଲେ। ଆଜି ବିଜେଡି ଯୁବ ବୈଠକରେ ବି ବର୍ଷିଲେ। ରେଭେନ୍ସା ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରି ଗତକାଲି ନବୀନ ଲେଖିଥିଲେ, ‘ଏହା କ'ଣ ଓଡ଼ିଆ ଅସ୍ମିତା? ଇତିହାସକୁ ବିକୃତ କରିବା ପାଇଁ କିଛି ଲୋକ ଅପଚେଷ୍ଟା କରୁଛନ୍ତି. ସାମୟିକ ସଫଳତାର ଉଲ୍ଲାସରେ ମଦମତ୍ତ ନେତାମାନେ ଆଜି ନୂଆ ଇତିହାସ ଲେଖିବା ଆରମ୍ଭ କରିଛନ୍ତି।’

Advertisment

ଆଉ ଆଜି ବିଜେଡି ଯୁବ ସଂଗଠନର ଏକ ସଭାରେ ଯୋଗ ଦେଇ ବି ବର୍ଷିଛନ୍ତି ନବୀନ। କହିଛନ୍ତି ବଡ଼ ପାଟିରେ କହିଲେ ମିଛ ସତ ହୁଏ ନାହିଁ। ତିନି ମାସ ହୋଇଗଲା, ଏବେ ଆଈ ମା ଗପ ଛାଡି ସରକାର କାମ କରି ଦେଖାନ୍ତୁ। ସୁଭଦ୍ରା ଯୋଜନାଠୁ ଆରମ୍ଭ କରି ମାଗଣା ବିଜୁଳି ଓ ଭତ୍ତା ସବୁଥିରେ ଡବଲ୍ ଷ୍ଟାଣ୍ଡାର୍ଡ ଆଉ ମିଛ କହି ନିର୍ବାଚନ ଜିତି ପାର,କିନ୍ତୁ ଲୋକଙ୍କ ହୃଦୟ ନୁହେଁ।

ଅନ୍ୟପଟେ ନବୀନଙ୍କୁ କାଉଣ୍ଟର କରିଛନ୍ତି ଜୟ ନାରାୟଣ, କହିଛନ୍ତି ଓଡ଼ିଆ ଅସ୍ମିତା ବୁଝିବାକୁ ନବୀନଙ୍କୁ ଆହୁରି ଗୋଟିଏ ଜନ୍ମ ଲାଗିବ। ପୁରୀର ମଠ ମନ୍ଦିର ଭାଙ୍ଗିବା ବେଳେ ଆପଣଙ୍କ ଐତିହ୍ୟ କେଉଁଠି ଥିଲା । ନରହନ୍ତା ଇଂରେଜ ଅଫିସର ରେଭେନ୍ସାଙ୍କ ପାଇଁ ନବୀନଙ୍କର ଏତେ ଦରଦ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।

Advertisment

କ୍ଷମତାରୁ ଯିବା ପରେ ନବୀନ ଏବେ ପୁରା ଆଗ୍ରେସିଭ୍ ମୁଡ୍‌ରେ। କେବଳ ଓଡ଼ିଆ ଅସ୍ମିତା ନୁହେଁ ପୂର୍ବରୁ ବି ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ରଥଯାତ୍ରାରେ ବିଭ୍ରାଟ, ରାଜ୍ୟପାଳଙ୍କ ପୁଅ ମାଡ଼ ପ୍ରସଙ୍ଗ, ଦୁଷ୍କର୍ମ ଘଟଣା, ଚିକିଟି ମଦ ମୃତ୍ୟୁ କଥା ଉଠାଇ ସରକାରଙ୍କୁ ଘେରିଥିଲେ। ତେବେ ହଠାତ୍ କାହିଁକି ନବୀନଙ୍କ ଏମିତି ଆଟକିଂ ମୁଡ୍? କାହିଁକି ଏଭଳି ଆଭିମୁଖ୍ୟ? ବିଜେଡି ତୃଣମୂଳ ସ୍ତରରୁ ଦୁର୍ବଳ ହେଇ ଯାଉଥିବାରୁ ଦଳକୁ ଏକଜୁଟ୍ କରି ରଖିବାକୁ ଏହି ଷ୍ଟ୍ରାଟେଜି କି?

କେବଳ ସେତିକି ନୁହେଁ ରାଜ୍ୟସଭା ସାଂସଦମାନେ ଜଣକ ପରେ ଜଣେ ବିଜେପି ମୁହାଁ ହେଉଥିବାରୁ ସଂକଟରେ ଅଛି ଦଳ। ତେଣୁ କର୍ମୀଙ୍କ ମନୋବଳ ବଢ଼ାଇବାକୁ ନବୀନ ଜାଣିଶୁଣି ନିଜ ଗୁରୁତ୍ବ ବଢ଼ାଇବାକୁ ଏମିତି ଆକ୍ରମଣାତ୍ମକ ମୁଡ୍‌ର କୌଶଳ ଆପଣାଇଥିବା କହିଛନ୍ତି ରାଜନୈତିକ ବିଶେଷଜ୍ଞ।

Advertisment

ବଡ଼ କଥା ହେଲା ମୋହନ ସରକାରକୁ ଏବେ ମାତ୍ର ୩ ମାସ ପୁରିଛି। ଆଉ ପ୍ରତିଶ୍ରୁତି ଅନୁଯାୟୀ ଅନେକ କାର୍ଯ୍ୟକ୍ରମ ବି ହାତକୁ ନେଇଛନ୍ତି ନୂଆ ସରକାର। ଅନ୍ୟପକ୍ଷରେ ବିଜେଡି ନିକଟରେ ଜନ ଜାଗରଣ ଅଭିଯାନ ହାତକୁ ନେଇଥିଲେ ମଧ୍ୟ ତାହା ପ୍ରଭାବୀ ଢଙ୍ଗରେ କରି ପାରିନଥିଲା । ଏବେ ନବୀନଙ୍କ ଏହି ଆଟାକିଂ ଫନ୍ଦି କେତେ ସଫଳ ହେଉଛି ତା ଉପରେ ନଜର।

BJP BJD Odisha Politics Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ