୨୪ ରେ ନବୀନଙ୍କୁ ଗାଦିଚ୍ୟୁତ କରିବାକୁ ବିଜେପିର ମାଷ୍ଟର ପ୍ଲାନ୍; ନେତୃତ୍ୱ ନେବେ..

ନବୀନ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ବିଜେପିର ଆକ୍ସନ ପ୍ଲାନ । ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନରେ କିଭଳି ଅଧିକରୁ ଅଧିକ ସିଟ୍ ମିଳିବ ସେଥିପାଇଁ ରୋଡ୍ ମ୍ୟାପ୍ ଉପରେ ଦଳର କୋର୍ ଟିମ୍ ବୈଠକରେ ହୋଇଛି ବିସ୍ତୃତ ଆଲୋଚନା ।

BJP

ବିଜେପିର ଟାର୍ଗେଟ୍- ଓଡ଼ିଶାରେ କ୍ଷମତାକୁ ଆସିବା, ଅଧିକ ଲୋକସଭା ସିଟ୍ ହାତେଇବା । ରାଜ୍ୟ ସରକାର ବିରୋଧରେ ଆନ୍ଦୋଳନକୁ ତୀବ୍ର କରିବ ପଦ୍ମ ଦଳ । ଲୋକଙ୍କ ସହ ଯୋଡ଼ି ହେବା ପାଇଁ ଧାର୍ଯ୍ୟ ହେଲା ଦଳୀୟ କାର୍ଯ୍ୟକ୍ରମ । ବିଜେପିର କୋର୍ କମିଟି ବୈଠକରେ ଚାଲିଛି ମାନସମନ୍ଥନ । ଉପସ୍ଥିତ ଅଛନ୍ତି କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଦଳର ଟପ୍ ଲିଡର୍ ।

ଫୋକସରେ ୨୦୨୪ ନିର୍ବାଚନ । ନବୀନ ସରକାରକୁ ଗାଦିଚ୍ୟୁତ କରିବା ଲାଗି ପ୍ରସ୍ତୁତ ହୋଇଛି ଦୁଇ ମାସିଆ ଆକସନ ପ୍ଲାନ୍ । ଉଭୟ ବିଧାନସଭା ଓ  ଲୋକସଭା ନିର୍ବାଚନରେ କିଭଳି ଅଧିକରୁ ଅଧିକ ସିଟ୍ ମିଳିବ ସେହି ମିଶନରେ କାମ କରୁଛି ପାର୍ଟି । ବୁଥ୍, ଶକ୍ତିକେନ୍ଦ୍ର, ମଣ୍ଡଳ, ବ୍ଲକ୍ ଓ ସଂସଦୀୟ କ୍ଷେତ୍ରରେ ସଙ୍ଗଠନକୁ ମଜଭୁତ୍ କରି ମୌଦି ସରକାରଙ୍କ ୯ବର୍ଷର ସଫଳତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆଲୋଚନା ହୋଇଛି । ଲୋକଙ୍କ ସହ ଯୋଡିବା ହେବା ପାଇଁ ଅନେକ ସାମଜିକ କାର୍ଯ୍ୟକ୍ରମ ହାତକୁ ନିଆଯିବ । ମୋ ମାଟି-ମୋ ଦେଶ,  ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ସେବା ପକ୍ଷ କାର୍ଯ୍ୟକ୍ରମ କରିବାକୁ ହୋଇଛି ବିସ୍ତୃତ ଆଲୋଚନା ।

ଚନ୍ଦ୍ରୟାନ-ଥ୍ରୀର ସଫଳତା, ମିଶନ୍ ଆଦିତ୍ୟ-L1 ପାଇଁ ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଏବଂ G-20 ଶିଖର ସମ୍ମିଳନୀର ନେତୃତ୍ୱ ନେବା ଓ ଗ୍ୟାସ୍ ଦର କମାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୋର୍ କମିଟି ପକ୍ଷରୁ ଧନ୍ୟବାଦ ଦିଆଯାଇଛି । ସେପଟେ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ନେଇ ପଂଚାୟତରେ ଚାଲିଥିବା ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବା ସହ ଏହାକୁ ରାଜ୍ୟସ୍ତରକୁ ନେବାକୁ ସ୍ଥିର ହୋଇଛି ।

ସେପଟେ ସୁସ୍ଥ ହୋଇ ଫେରିବା ପରେ ଆଜି କୋର୍ କମିଟି ବୈଠକରେ ଯୋଗ ଦେଇଥିଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ବୈଠକ ପରେ ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ଜୟନାରାୟଣ । କହିଛନ୍ତି, ଲଢେଇ ଜୋରଦାର ହେବ, ନବୀନ ପଦଚ୍ୟୁତ ହେବେ । ସାଂଘାତିକ ଅଭିଯୋଗ ଆଣି କହିଛନ୍ତି, ନବୀନ ପାଣ୍ଡିଆନଙ୍କୁ ଲିଜ୍ ଦେଇ ସରକାର ଚଳାଉଛନ୍ତି । ଅନ୍ୟାୟ, ଅତ୍ୟାଚାରର ସୀମା ଡେଉଁଥିବାରୁ ଉଭୟ ଜେଲ୍ ଯିବେ । ସେପଟେ ବିଜେଡି କହିଛି ଦଳ ଲୋକଙ୍କ ସହ ଯୋଡି ହୋଇ ରହିଛି । ତେଣୁ ଦଳକୁ ସଫଳତା ମିଳିବ ।