୧୦ ବର୍ଷ ଟ୍ରେଲର୍ ଥିଲା, ଫିଲ୍ମ ଏବେ ବି ବାକି ଅଛି: ପ୍ରଧାନମନ୍ତ୍ରୀ

ଏନ୍‌ଡିଏ ନେତା ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ । ସର୍ବସମ୍ମତି କ୍ରମେ ବାଛି ନୂଆ ଦାୟିତ୍ୱ ଦେଇଛନ୍ତି । ଏଥିପାଇଁ କୃତଜ୍ଞ ବୋଲି କହିଲେ ମୋଦି । ଏନ୍‌ଡିଏ ଆଜି ୨୨ ରାଜ୍ୟରେ ସରକାର କରିବାର ମୌକା ପାଇଛି ।

PM Modi

ଏନ୍‌ଡିଏ ନେତା ନିର୍ବାଚିତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ । ସର୍ବସମ୍ମତି କ୍ରମେ ବାଛି ନୂଆ ଦାୟିତ୍ୱ ଦେଇଛନ୍ତି । ଏଥିପାଇଁ କୃତଜ୍ଞ ବୋଲି କହିଲେ ମୋଦି । ଏନ୍‌ଡିଏ ଆଜି ୨୨ ରାଜ୍ୟରେ ସରକାର କରିବାର ମୌକା ପାଇଛି । ଆମ ମହାମେଣ୍ଟ ହେଉଛି ଭାରତର ଆତ୍ମାର ପ୍ରତିବିମ୍ବ ବୋଲି କହିଛନ୍ତି ନରେନ୍ଦ୍ର ମୋଦି ।

ସେହିପରି ଆଦିବାସୀ ବହୁଳ ୧୦ ରାଜ୍ୟରୁ ୭ ରାଜ୍ୟରେ ଏନ୍‌ଡିଏ ସରକାର ଗଠନ କରିଛି । ଏନ୍‌ଡିଏ ଭଳି ଅନ୍ୟ କୌଣସି ପ୍ରି-ପୋଲ୍‌ ଆଲାଏନ୍ସ ସଫଳ ହୋଇନି । ଏନ୍‌ଡିଏ ହେଉଛି ସବୁଠାରୁ ସଫଳ ଆଲାଏନ୍ସ ବୋଲି କହିଛନ୍ତି ନରେନ୍ଦ୍ର ମୋଦି । ୩୦ ବର୍ଷ ହେଲାଣି ଏକ ଅର୍ଗାନିକ ଆଲାଏନ୍ସ ପାଲଟିଛି ଏନ୍‌ଡିଏ ।

ଅଧିକ ପଢ଼ନ୍ତୁ: ଓଡ଼ିଶାକୁ ନେଇ ସ୍ୱପ୍ନ ଦେଖାଇଲେ ପ୍ରଧାନମନ୍ତ୍ରୀ, ବିକଶିତ ଭାରତର ନୂଆ ଇଞ୍ଜିନ ବୋଲି କହିଲେ

ଏନ୍‌ଡିଏ କଥା କହିଲା କ୍ଷଣି, ଛାଁକୁ ଛାଁ ଗୁଡ୍‌ ଗଭର୍ଣ୍ଣାନ୍ସ ମନକୁ ଆସିଯାଏ ବୋଲି କହିଛନ୍ତି । ଗରିବ କଲ୍ୟାଣ ଏନ୍‌ଡିଏ ଶାସନର କେନ୍ଦ୍ରସ୍ଥଳ ପାଲଟିଛି । ଆଗାମୀ ୧୦ ବର୍ଷରେ ଗୁଡ୍‌ ଗଭର୍ଣ୍ଣାନ୍ସ, ବିକାଶର ନୂଆ ଅଧ୍ୟାୟ ଲେଖାଯିବ । ସମସ୍ତେ ମିଶି ବିକଶିତ ଭାରତ ସ୍ୱପ୍ନକୁ ସାକାର କରିକି ହିଁ ରହିବା ବୋଲି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ସଂସଦରେ ଯେକୌଣସି ଦଳର ସାଂସଦ ମୋ ପାଇଁ ସମାନ । ମୋ ପାଖରେ ନିଜ, ପର ଭେଦଭାବ ନାହିଁ, ସମସ୍ତେ ସମାନ । ସେପଟେ ଓଡ଼ିଶାରେ ଫଳାଫଳକୁ ନେଇ ବଡ଼ ମନ୍ତବ୍ୟ ଦେଲେ ପ୍ରଧାନମନ୍ତ୍ରୀ । ଦେଶର ବିକାଶରେ ଓଡ଼ିଶା ପ୍ରମୁଖ ସ୍ଥାନ ନେବ ବୋଲି ଦୋହରାଇଛନ୍ତି ମୋଦି । ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଗରିବଙ୍କ ଦେବତା। ଓଡ଼ିଶାର ଫଳାଫଳ ବିକଶିତ ଭାରତର ସ୍ୱପ୍ନକୁ ନୂଆ ଗତି ଦେବ ।

ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଦେଶର ବିକାଶ ଇଂଜିନରେ ଓଡ଼ିଶା ପ୍ରମୁଖ ସ୍ଥାନ ନେବ । ଓଡ଼ିଶା ହେବ ଦେଶର ବିକଶିତ ଇଂଜିନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଲଗାତାର ଦେଶବାସୀଙ୍କୁ ବାଣ୍ଟିବାକୁ ପ୍ରୟାସ କରାଗଲା । ଲୋକଙ୍କ ଭିତରେ ବିଦ୍ୱେଷ, ଭେଦଭାବ ସୃଷ୍ଟି ପାଇଁ ଚେଷ୍ଟା ହେଲା । କିନ୍ତୁ ଏସବୁକୁ ଲୋକ ପ୍ରତ୍ୟାଖ୍ୟାନ କଲେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଚଳିତ ନିର୍ବାଚନ ଏନ୍‌ଡିଏର ମହାବିଜୟ ବୋଲି କହିଲେ ପ୍ରଧାନମନ୍ତ୍ରୀ । ବିଗତ ଅନେକ ବର୍ଷ ହେଲାଣି କଂଗ୍ରେସ ଶହେ ସିଟ୍‌ ଛୁଇଁ ପାରିନି । ଗତ ୩ ନିର୍ବାଚନରେ କଂଗ୍ରେସ ଯେତିକି ପାଇଛି, ଆମେ ଥରକରେ ତାଠୁ ଅଧିକ ପାଇଛୁ । ବିରୋଧୀ ରାଷ୍ଟ୍ରହିତ ଭାବନା ନେଇ ସଂସଦରେ କାର୍ଯ୍ୟ କରିବା ଆଶା ବୋଲି କହିଲେ ପ୍ରଧାନମନ୍ତ୍ରୀ । ବିଗତ ୧୦ ବର୍ଷରେ ଆମେ ଯେଉଁ କାମ କରିଥିଲୁ, ତାହା ଟ୍ରେଲର ଥିଲା ବୋଲି କହିଛନ୍ତି । ଆମକୁ ଆହୁରି ତୀବ୍ର ଗତିରେ ଦେଶର ବିକାଶ ପାଇଁ କାମ କରିବାକୁ ପଡ଼ିବ ବୋଲି ସେ ଆହ୍ୱାନ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ସାଂସଦଙ୍କ ଦରମା କେତେ, ମିଳେ କେଉଁ ସବୁ ସୁବିଧା...ଜାଣନ୍ତୁ