Advertisment

କାହିଁକି ଲୋକସେବା ଭବନକୁ ସାମ୍ବାଦିକଙ୍କୁ ଛଡ଼ା ଯାଉନାହିଁ ? କ’ଣ ଲୁଚାଉଛନ୍ତି କି ରାଜ୍ୟ ସରକାର ?

ବିଧାନସଭାର ପ୍ରେସ୍ ଲାଉଞ୍ଜ ଓ ଲୋକସେବା ଭବନକୁ ସାମ୍ବାଦିକଙ୍କୁ ଛଡ଼ା ଯାଉନଥିବାରୁ ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି। କେଉଁ କଥା ଲୁଚାଇବାକୁ ସରକାର ସାମ୍ବାଦିକଙ୍କୁ ଆସିବାକୁ ଦେଉନାହାନ୍ତି ବୋଲି ମୋହନ ମାଝୀ ପ୍ରଶ୍ନ କରିଛନ୍ତି।

ଅଦ୍ୟତନ ହୋଇଛି
Mohan Majhi demand entry of journalists into Lok Seva Bhavan

Mohan Majhi demand entry of journalists into Lok Seva Bhavan

Advertisment

ବିଧାନସଭାର ପ୍ରେସ୍ ଲାଉଞ୍ଜ ଓ ଲୋକସେବା ଭବନକୁ ସାମ୍ବାଦିକଙ୍କୁ ଛଡ଼ା ଯାଉନଥିବାରୁ ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି। ଆଜି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, କରୋନା ପରର ସ୍ଥିତି ସ୍ୱାଭାବିକ ହେଲାଣି। ରାଜନୈତିକ କାର୍ଯ୍ୟକ୍ରମ ହେଉଛି। ହେଲେ ସାମ୍ବାଦିକଙ୍କୁ କାହିଁକି ଲୋକସେବା ଭବନକୁ ଛଡ଼ାଯାଉନି ?

Advertisment

କେଉଁ କଥା ଲୁଚାଇବାକୁ ସରକାର ସାମ୍ବାଦିକଙ୍କୁ ଆସିବାକୁ ଦେଉନାହାନ୍ତି ବୋଲି ମୋହନ ମାଝୀ ପ୍ରଶ୍ନ କରିଛନ୍ତି। ଖବର ସଂଗ୍ରହ କରିବାକୁ ଗଣମାଧ୍ୟମ ପ୍ରତିନିଧିଙକୁ ଆସିବାକୁ ଦିଆଯାଉ ବୋଲି ସେ ଦାବି କରିଛନ୍ତି। 

ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ। ଲୋକସେବା ଭବନ ଓ ବିଧାନସଭାର ପ୍ରେସ୍ ଲାଉଞ୍ଜକୁ ସାମ୍ବାଦିକଙ୍କୁ ଅନୁମତି ଦେବାକୁ ସେ ଦାବି କରିଛନ୍ତି। ଗଣମାଧ୍ୟମକୁ ଛଡ଼ାନଗଲେ ଏହା ଗଣତନ୍ତ୍ର ପ୍ରତି କ୍ଷତିକାରକ ବୋଲି ନରସିଂହ କହିଛନ୍ତି। କଂଗ୍ରେସ ନେତା ତାରା ବାହିନୀପତି ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ। 

Advertisment
MLA Narasingha Mishra Lok Seva Bhavan Mohan Majhi Odisha Assembly
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ