ବିଜୟ ହେଉ ହେଉ ଗୁଳି ଫୁଟାଇ ସେଲିବ୍ରେସନ୍‌ କଲେ ବିଜେଡି କର୍ପୋରେଟର୍‌

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପୌର ପରିଷଦର ୯ ୱାର୍ଡ କାଉନସିଲର ଭାବେ ବିଜୟୀ ହୋଇଥିବା ବିଜେଡିର କଇରୁ ସ୍ୱାଇଁ ଦେଖାଇଛନ୍ତି ଏଭଳି କାରନାମା । ଫଳାଫଳ ଘୋଷଣା ପରେ ନିଜ ୯ ୱାର୍ଡରେ ସମର୍ଥକଙ୍କୁ ନେଇ ଚଳାଇଥିବା ବିଜୟ ଶୋଭାଯାତ୍ରା ସମୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

Celebration

ପୌରନିର୍ବାଚନ ଫଳାଫଳକୁ ନେଇ ଚାରିଆଡେ ସେଲିବ୍ରେସନ୍‌ ମୋଡ୍‌ । କିଏ ବାଣ ଫୁଟାଉଛି ତ କିଏ ବାଜା ବଜାଇ ନାଚୁଛି । କିନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପୌର ପରିଷଦର ୯ ୱାର୍ଡ କାଉନସିଲରଙ୍କ ସେଲିବ୍ରେସନ୍‌ କିଛି ଅଲଗା । ବେଆଇନ ଭାବେ ବନ୍ଧୁକ ଫୁଟାଇ ସେଲିବ୍ରେସନ କଲେ ବିଜେଡିର ବିଜୟୀ କାଉନସିଲର ।

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପୌର ପରିଷଦର ୯ ୱାର୍ଡ କାଉନସିଲର ଭାବେ ବିଜୟୀ ହୋଇଥିବା ବିଜେଡିର କଇରୁ ସ୍ୱାଇଁ ଦେଖାଇଛନ୍ତି ଏଭଳି କାରନାମା । ଫଳାଫଳ ଘୋଷଣା ପରେ ନିଜ ୯ ୱାର୍ଡରେ ସମର୍ଥକଙ୍କୁ ନେଇ ଚଳାଇଥିବା ବିଜୟ ଶୋଭାଯାତ୍ରା ସମୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ପ୍ରକାଶ ଥାଉକି କଇରୁ ସ୍ୱାଇଁ ବିଜେଡିର ଜଣେ ବିରଷ୍ଟ ନେତା ହୋଇଥିବାବେଳେ ପୁର୍ବରୁ ସେ ସୋନପୁର ପୌର ପରିଷଦର ଅଧ୍ୟକ୍ଷ ମଧ୍ୟ ରହିସାରିଛନ୍ତି ।

ତେବେ ଆଜି ସାଧାରଣ ସ୍ଥାନରେ ବନ୍ଧୁକ ଫୁଟାଇ ସେଲିବ୍ରେସନ କରିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏବେ ଏଭଳି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଏବେ ପ୍ରଶ୍ନ ଉଠୁଛି ଏଭଳି ସାଧାରଣ ସ୍ଥାନରେ ବ୍ୟବହାର ହୋଇଥିବା ବନ୍ଧୁକଟି କାହାର । ବନ୍ଧୁକ ଲାଇସନ୍ସ ଅଛି ନା ନାହିଁ । ସଧାରଣ ସ୍ଥାନରେ ଏଭଳି ବନ୍ଧୁକ ଫୁଟାଇବାକୁ କିଏ ଦେଲା ଅନୁମତି ।

 

ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଥିବାବେଳେ ଜିଲ୍ଲା ପୋଲିସ କିଭଳି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଲା । ତେବେ ଏନେଇ କଇରୁ ସ୍ୱାଇଁ ଏବଂ ପୋଲିସର ପ୍ରତିକ୍ରିୟା ମିଳିପାରିନାହଁ ।