Advertisment

ଢେଙ୍କାନାଳ ମ୍ୟୁନିସପାଲଟିରେ କିଏ ହେବ ପୌରାଧ୍ୟକ୍ଷ

ଏଥର ମୈଦାନରେ ୭ ପ୍ରାର୍ଥୀ ଢେଙ୍କାନାଳ ମ୍ୟୁନିସପାଲଟି ପାଇଁ ଚାଲିଛି ଜୋରଦାର ଲଢେଇ

otv

otv

Advertisment

ଢେଙ୍କାନାଳ ମ୍ୟୁନିସପାଲଟି ୨୦୧୩ରେ ଏଠି ପୌରାଧ୍ୟକ୍ଷ ପଦ ପାଇଁ ରାଜନୀତି ଚର୍ଚ୍ଚାରେ ରହିଥିଲା । ଧର୍ମଗୁଳା ସାହାର୍ଯ୍ୟ ରେ ୨ ବର୍ଷରେ ଦୁଇ ଦୁଇ ଜଣ ବସିଥିଲେ ପୌରାଧ୍ୟକ୍ଷ ଆସନରେ। ଏଥର ମୈଦାନରେ ୭ ପ୍ରାର୍ଥୀ ଢେଙ୍କାନାଳ ମ୍ୟୁନିସପାଲଟି ପାଇଁ ଚାଲିଛି ଜୋରଦାର ଲଢେଇ ....

Advertisment

ପ୍ରଚାରରେ କମ୍ପୁଛି ସାହି, ଗଳି ଉଠୁଛି ପଡୁଛି ପୁରା ସହର । ୯ ବର୍ଷ ପରେ ହେଉଥିବା ଢେଙ୍କାନାଳ ପୌର ନିର୍ବାଚନ ପାଇଁ ସରଗରମ ରାଜନୀତି । ପୌରାଧ୍ୟକ୍ଷ ପଦ ପାଇଁ ମୈଦାନରେ ଏଥର ୭ ପ୍ରାର୍ଥୀ । ହେଲେ ଲଢେଇ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ସହରର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପ୍ରତିଶ୍ରୁତି ଦେଇ ଭୋଟ୍ ଲୋଡୁଛନ୍ତି ବିଜେପି ପ୍ରାର୍ଥୀ ଜୟନ୍ତୀ ପାତ୍ର। ଢେଙ୍କାନାଳର ବିକାଶକୁ ମୁଦ୍ଦା ବନାଇଛନ୍ତି ଜୟନ୍ତୀ। ସେପଟେ ଡୋର୍ ଟୁ ଡୋର୍ କ୍ୟାମ୍ପେନ ଜରିଆରେ ଭୋଟରଙ୍କ ସମର୍ଥନ ଯୋଗା଼ଡୁଛନ୍ତି ବିଜେଡିର ଅନିମା ନାୟକ। ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ହେଲେ ସେତେବେଳେ ସେ ବିଜେପିରେ ଥିଲେ। ଏବେ ଦଳ ବଦଳେଇ ବିଜେଡିରେ । ମୈଦାନରେ ଜୟନ୍ତୀ ଓ ଅନିମାଙ୍କୁ ଟକ୍କର ଦେବାକୁ କଂଗ୍ରେସ ପ୍ରାର୍ଥୀ କରିଛି ସମାଜସେବୀ ସ୍ମିତାରାଣୀ ସାମଲଙ୍କୁ। ହାତରେ ପ୍ରଚାର ପାଇଁ ଆଉ ମାତ୍ର କେଇ ଘଣ୍ଟା ବାକିଥିବାରୁ ଭୋଟରଙ୍କ ମନ ଜିତିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ତିନି ଦଳର ପ୍ରାର୍ଥୀ ।

ନିର୍ବାଚନୀ ମୈଦାନରେ ପ୍ରାର୍ଥୀଙ୍କ ବଳ କଷାକଷି ଭିତରେ ସାଧାରଣ ଲୋକଙ୍କ ସମସ୍ୟା କିନ୍ତୁ ଯେଉଁଠିକି ସେଇଠି । ଖରାଦିନ ଆସିଲେ ପାଣି ପାଇଁ ଡହଳ ବିକଳ ହୁଅନ୍ତି ସହରବାସୀ ପିଇବା ପାଣି ପାଇଁ କେତେବେଳେ ରାସ୍ତାକୁ ଓହ୍ଲାଇବାକୁ ପଡେ ତ ଆଉ କେତେବେଳେ ବାଲଟି, ଗରା ଧରି ଲଗାଇବାକୁ ପଡେ ଲମ୍ବା ଲାଇନ୍ । .ସହରର ପିଛା ଛାଡୁନି କୃତ୍ରିମ ବନ୍ୟା ସ୍ଥିତି । ସାମାନ୍ୟ ବର୍ଷାରେ ବେହାଲ ହୁଏ ଢେଙ୍କାନାଳ ପୌରାଂଚଳ ତଳିଆ ଅଂଚଳରେ ରହୁଥିବା ଲୋକଙ୍କ ଅବସ୍ଥା କହିଲେ ନସରେ । ଘରେ ଘରେ ଲୋକେ ଜଳବନ୍ଦୀ ବିପର୍ଯ୍ୟସ୍ତ ଡ୍ରେନେଜ୍ ବ୍ୟବସ୍ଥା ପାଇଁ ଘରେ ପଶେ ନାଳ ପାଣି । ସେପଟେ ଶୌଚାଳୟ ସମସ୍ୟା ପୌରାଂଚଳର ଆଉ ଏକ ପୁରୁଣା ପ୍ରସଙ୍ଗ । ରକ୍ଷଣାବେକ୍ଷଣ ଅଭାବରୁ ଅନେକ ଭାଙ୍ଗିରୁଜି ଗଲାଣି,
ଆଉ କିଛି ବ୍ୟବହାର ଯୋଗ୍ୟ ନୁହେଁ । ଢେଙ୍କାନାଳ ପୌରାଂଚଳର ମୋଟ୍ ୨୩ଟି ଓ୍ବାର୍ଡର ୫୧ ହଜାରରୁ ଅଧିକ ଭୋଟର ବାଛିବେ ନିଜ ପସନ୍ଦର ପୌରାଧ୍ୟକ୍ଷ ।

Advertisment
Odisha News Otv MunicipalElection
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ