Advertisment

ପ୍ରଥମେ ପଞ୍ଚାୟତ ନିର୍ବାଚନରେ ଭୋଟ୍‌ ଦେଇଥିଲେ, ଆଉ ଏବେ ପୌର ନିର୍ବାଚନରେ ଭୋଟ ଦେଲେ !

କେନ୍ଦୁଝର ପୌରପାଳିକା ୧୨ ନମ୍ବର ୱାର୍ଡର କାଉନସିଲର ପ୍ରାର୍ଥୀ କରୁଣାକର ମାର୍ଣ୍ଣିଙ୍କ ପତ୍ନୀ ପାନମଣି ମାର୍ଣ୍ଣି କେନ୍ଦୁଝର ସାହରପଡା ବ୍ଲକ୍ ଦିଗପଶି ପଂଚାୟତରୁ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିଥିଲେ ।

ଅଦ୍ୟତନ ହୋଇଛି
Councillor Candidate Accused Of Casting Vote In Panchayat & Urban Polls In Keonjhar

Councillor Candidate Accused Of Casting Vote In Panchayat & Urban Polls In Keonjhar

Advertisment

ପଂଚାୟତ ନିର୍ବାଚନରେ ଭୋଟ୍ ଦେଇଥିଲେ, ପୌର ନିର୍ବାଚନରେ ପ୍ରାର୍ଥୀ ହୋଇ ପୁଣି ଭୋଟ୍ ଦେଇଥିବା ଅଭିଯୋଗ । କେନ୍ଦୁଝରରୁ ଆସିଛି ଏହି ସାଂଘାତିକ ଅଭିଯୋଗ । କେନ୍ଦୁଝର ପୌରପାଳିକା ୧୨ ନମ୍ବର ୱାର୍ଡର କାଉନସିଲର ପ୍ରାର୍ଥୀ କରୁଣାକର ମାର୍ଣ୍ଣିଙ୍କ ପତ୍ନୀ ପାନମଣି ମାର୍ଣ୍ଣି କେନ୍ଦୁଝର ସାହରପଡା ବ୍ଲକ୍ ଦିଗପଶି ପଂଚାୟତରୁ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିଥିଲେ । କରୁଣାକର ମତ ସାବ୍ୟସ୍ତ ମଧ୍ୟ କରିଥିଲେ ।

Advertisment

ଚଳିତ ପୌର ନିର୍ବାଚନରେ କରୁଣାକର କେନ୍ଦୁଝରଗଡ଼ ପୌରପାଳିକାର ୧୨ ନମ୍ବର ଓ୍ୱାର୍ଡରେ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିବାବେଳେ ସେ ପୁଣି ତାଙ୍କ ଭୋଟ୍‌ ଦାନ କରିଥିବା ବିଜେପି ଅଭିଯୋଗ କରିଛି । କରୁଣାକରଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ବିଜେପି ସଭାପତି ଦାବି କରିଛନ୍ତି । ଏନେଇ କରୁଣାକର କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି ।

ସୂଚନା ଅନୁସାରେ, ସମ୍ବେଦନଶୀଳ ବୁଥ୍ ଗୁଡ଼ିକର ଭିଡିଓଗ୍ରାଫି କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଥିଲେ । କୌଣସି ବ୍ୟକ୍ତି ଯଦି ପଞ୍ଚାୟତ ନିର୍ବାଚନରେ ଭୋଟ୍ ଦେଇଥିବା ସତ୍ତ୍ୱେ ପୌର ନିର୍ବାଚନରେ ଭୋଟ୍ ଦେବାର ପ୍ରମାଣ ମିଳିବ, ଅର୍ଥାତ ଡବଲ୍ ଭୋଟିଂ କରିବେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାଚନ ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ସ୍ପଷ୍ଟ କରିଥିଲେ ।

Advertisment

ଅନ୍ୟପକ୍ଷେ, ପୌର ମତଦାନବେଳେ ରାଜ୍ୟର ବିଭିନ୍ନ ସହରରୁ ହିଂସାତ୍ମକ ଘଟଣା ସାମ୍ନାକୁ ଆସିଛି । ନୂଆ କରି ନିର୍ବାଚନ ହେଉଥିବା ଧାମନଗର ଏନ୍ଏସିର ୧୬ ନମ୍ବର ବୁଥରେ ହୋଇଛି ଭୁଜାଲି ମାଡ଼। କିଛି ଦୁର୍ବୃତ୍ତ ଏହି ବୁଥ୍‌ରେ ରିଗିଂ ଉଦ୍ୟମ କରୁଥିଲେ। ଏହାକୁ ରମେଶ ଲେଙ୍କା ନାମକ ଜଣେ ଯୁବକ ବିରୋଧ କରିବାରୁ ତାଙ୍କୁ ଭୂଜାଲିରେ ହୋଇଛି ଆକ୍ରମଣ। ଗୁରୁତର ଅବସ୍ଥାରେ ପ୍ରଥମେ ଭଦ୍ରକ ଓ ପରେ କଟକ ବଡ଼ ମେଡିକାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି। ଏଣେ ଅଭିଯୁକ୍ତକୁ ଗିରଫ ଦାବିରେ ଧାମନଗରରେ ଲୋକେ ରାସ୍ତାରୋକ କରିଥିଲେ। ପ୍ରଶାସନିକ ଅଧିକାରୀ ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।

Keonjhar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ