Advertisment

ବାଜିଲା ପୌର ନିର୍ବାଚନ ବିଗୁଲ୍‌, ମାର୍ଚ୍ଚ ୨୪ରେ ଭୋଟ୍‌ ଗ୍ରହଣ

ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ ଭୋଟ୍‌ ଗ୍ରହଣ।। ଏନେଇ ଆଜି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ମାର୍ଚ୍ଚ ୨୬ରେ ପୌର ନିର୍ବାଚନର ଭୋଟ୍‌ ଗଣତି ହେବ।

ଅଦ୍ୟତନ ହୋଇଛି
 Municipal Elections

Municipal Elections

Advertisment

ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ ଭୋଟ୍‌ ଗ୍ରହଣ ଓ ମାର୍ଚ୍ଚ ୨୬ରେ ହେବ ଭୋଟ୍‌ ଗଣତି। ପୌର ନିର୍ବାଚନ ନେଇ ଆଜି ନିର୍ବାଚନ କମିଶନ ଏହି ସୂଚନା ଦେଇଛନ୍ତି। ପୌର ନିର୍ବାଚନ ପାଇଁ ଫେବୃଆରୀ ୨୮ରେ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୨ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ହେବ।

Advertisment

ଜାଣନ୍ତୁ, ପୌର ନିର୍ବାଚନ ନେଇ ନିର୍ବାଚନ କମିଶନ କ’ଣ ସବୁ ଘୋଷଣା କରିଛନ୍ତି...

  • ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ ଭୋଟ୍‌ ଗ୍ରହଣ
  • ମାର୍ଚ୍ଚ ୨୬ରେ ହେବ ଭୋଟ୍‌ ଗଣତି
  • ଫେବୃଆରୀ ୨୮ରେ ବିଜ୍ଞପ୍ତି ପ୍ରକାଶ ପାଇବ
  • ମାର୍ଚ୍ଚ ୨ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ଦାଖଲ ହେବ
  • ମାର୍ଚ୍ଚ ୯ ତାରିଖରେ ନାମାଙ୍କନପତ୍ର ଯାଞ୍ଚ, ୧୪ ସୁଦ୍ଧା ପ୍ରତ୍ୟାହାର
  • ୧୦୬ NAC/ମ୍ୟୁନିସିପାଲିଟି, ୩ଟି ମହାନଗରରେ ହେବ ନିର୍ବାଚନ
  • ଅଦାଲତି କାରଣ ପାଇଁ ପୁରୀ ମ୍ୟୁନିସିପାଲିଟିରେ ନିର୍ବାଚନ ହେବନି
  • ମେୟର/ପୌରାଧ୍ୟକ୍ଷ ନିର୍ବାଚନ ଏଥର ସିଧାସଳଖ ହେବ
  • ଇଭିଏମ୍‌ରେ ହେବ ଭୋଟ୍‌ ଗ୍ରହଣ, ପ୍ରତି ବୁଥ୍‌ରେ ରହିବ ୨ଟି ଇଭିଏମ୍
  • ଗୋଟିଏ ଇଭିଏମ୍‌ରେ ମେୟର/ପୌରାଧ୍ୟକ୍ଷଙ୍କୁ ଭୋଟ ଦେଇ ହେବ
  • ୨ୟ ଇଭିଏମ୍‌ରେ କାଉନସିଲର/କର୍ପୋରେଟରଙ୍କୁ ଭୋଟ ଦେଇ ହେବ
  • ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ରହିବ ନୋଟା ବିକଳ୍ପ
  • ଏପ୍ରିଲ ୭ରେ ପୌର ଉପାଧ୍ୟକ୍ଷ, ୮ରେ ଡେପୁଟି ମେୟର ନିର୍ବାଚନ
Odisha Municipal Election Municipal Elections 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ