Advertisment

ପ୍ରଥମ ଥର ପାଇଁ  ବିଜେପୁର NACରେ ହେବ ପୌର ନିର୍ବାଚନ

2017 ରେ ଗଠନ ହୋଇଥିବା ବିଜେପୁର NACରେ ପ୍ରଥମ ଥର ପାଇଁ ପୌର ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ତିନି ପ୍ରମୁଖ ଦଳ ପ୍ରଚାର ଜୋରଦାର କରିଛନ୍ତି।

ଅଦ୍ୟତନ ହୋଇଛି
BJP Campaigning

BJP Campaigning

Advertisment

2017 ରେ ଗଠନ ହୋଇଥିବା ବିଜେପୁର NACରେ ପ୍ରଥମ ଥର ପାଇଁ ପୌର ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ତିନି ପ୍ରମୁଖ ଦଳ ପ୍ରଚାର ଜୋରଦାର କରିଛନ୍ତି।ବିଜେଡି ପକ୍ଷରୁ ମନ୍ତ୍ରୀ ସୁଶାନ୍ତ ସିଂ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି।  ଅଧ୍ୟକ୍ଷା ଓ କାଉନସିଲର ପ୍ରାର୍ଥୀଙ୍କ ପାଇଁ ସୁଶାନ୍ତ ଭୋଟ୍‌ ଭିକ୍ଷା କରିଛନ୍ତି।

Advertisment

ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନଥ୍ ଗର୍ତିଆ ଗଳିକନ୍ଦି ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିଛନ୍ତି। ସେହିପରି କଂଗ୍ରେସ ପକ୍ଷରୁ କେହି ନେତା ମଇଦାନକୁ ଓହ୍ଲାଇ ନ ଥିବାବେଳେ ଅଧ୍ୟକ୍ଷା ପ୍ରାର୍ଥୀ ସବିତା ଛୁରା ସ୍ୱାମୀଙ୍କ ସହ ଘର ଘର ବୁଲି ଭୋଟ୍‌ ମାଗୁଛନ୍ତି।  

ଅନ୍ୟପକ୍ଷେ, କଟକ ଚୌଦ୍ୱାର ପୌରପାଳିକାରେ ବିଜେପି ତାର ପ୍ରଚାରକୁ ଜୋରଦାର କରିଛି। ବିଜେପିର ଚୌଦ୍ୱାର ପୌରାଧ୍ୟକ୍ଷା ପ୍ରାର୍ଥୀ ଦେବସ୍ମିତା ନାୟକଙ୍କ ପାଇଁ ହାସ୍ୟ ଅଭିନେତା ହରିହର ପ୍ରଚାର କରିଛନ୍ତି। ଏକ ଖୋଲା ଜିପ୍‌ରେ ଗଳିକନ୍ଦି ବୁଲି ବୁଲି ବିଜେପି ପ୍ରାର୍ଥୀଙ୍କୁ ଜିତାଇବାକୁ ନିବେଦନ କରିଛନ୍ତି। ଚୌଦ୍ୱାରରେ ଓଡ଼ିଶା ଟେକ୍ସଟାଇଲ ମିଲ୍(OTM) ବନ୍ଦ ହେବା କଥାକୁ ବିଜେପି ମୁଖ୍ୟ ପ୍ରସଙ୍ଗ କରିଛି।

Advertisment
Municipal Elections Municipal Elections 2022 Bijepur NAC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ