Pinaki Mishra
ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ କଳା ପତାକା ପ୍ରଦର୍ଶନ ସହ ଗାଡ଼ିକୁ କାଳିମାଡ଼ କରିଛନ୍ତି ଛାତ୍ର କଂଗ୍ରେସ । ପୁରୀ ଭିଆଇପି ରୋଡ୍ ଝାଡ଼େଶ୍ୱରୀ ଛକ ପାଖରେ ଗାଡ଼ିକୁ କାଳିମାଡ଼ କରାଯାଇଛି । କଳା ପତାକା ପ୍ରଦର୍ଶନ, କାଳିମାଡ଼ ଘଟଣାରେ ଛାତ୍ର କଂଗ୍ରେସର ୮ ଜଣଙ୍କୁ ଅଟକ ରଖାଯାଇଛି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ କଡ଼ା ମନ୍ତବ୍ୟ ରଖିଛନ୍ତି । ଆଜି ପୁରୀରେ ପିନାକୀ କହିଛନ୍ତି ଯେ, ‘ମହାପ୍ରଭୁଙ୍କ ଇଚ୍ଛାରେ କାମ ହେଉଛି, କେହି କାମ ବନ୍ଦ କରିପାରିବେନି । କାମ ଆଇନ ଅନୁସାରେ ହେଉଛି କି ନାହିଁ ତାହା କୋର୍ଟ ନିଷ୍ପତ୍ତି ନେବେ । କାମ ମହାପ୍ରଭୁଙ୍କ ଇଚ୍ଛାରେ ହେଉଥିବାରୁ ଦୁନିଆର କୌଣସି ସ୍ୱାର୍ଥପର ଏଜେନ୍ସି ଏଥିରେ ବାଧା ଦେଇପାରିବେନି’।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653749087.jpg)