Advertisment

ସୌମ୍ୟଙ୍କ ସପକ୍ଷରେ ବାହାରିଲେ ଅପରାଜିତା, କହିଲେ- ‘ସୌମ୍ୟ ବାବୁ ସାହାସ କରି ସତ ସାମ୍ନାକୁ ଆଣୁଛନ୍ତି’

ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବାହାରିଛନ୍ତି। ସେ କହିଛନ୍ତି, ସୌମ୍ୟ ବାବୁ ସାହାସ କରି ସତ କଥାକୁ ସାମ୍ନାକୁ  ଆଣୁଛନ୍ତି।

ଅଦ୍ୟତନ ହୋଇଛି
MP Aparajita Sarangi Supports To BJD MLA Soumya Ranjan Patnaik

MP Aparajita Sarangi Supports To BJD MLA Soumya Ranjan Patnaik

Advertisment

ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବାହାରିଛନ୍ତି। ସେ କହିଛନ୍ତି, ସୌମ୍ୟ ବାବୁ ସାହାସ କରି ସତ କଥାକୁ ସାମ୍ନାକୁ ଆଣୁଛନ୍ତି। ବିଜେଡିର ଅନ୍ୟ ବିଧାୟକ ଏହାକୁ ସକାରାତ୍ମକ ଭାବେ ଗ୍ରହଣ କରିବା କଥା।

Advertisment

‘ଆମେ ଆତ୍ମସମ୍ମାନ ଏବଂ ନିଜ ମର୍ଯ୍ୟାଦା ଆଖି ଆଗରେ ରଖି କାମ କରିବା ସୌମ୍ୟ ବାବୁଙ୍କ ପାଖରେ ସାହସ ଅଛି। ସେ ଠିକ୍‌ କଥା ସମସ୍ତଙ୍କ ସାମ୍ନାରେ କହୁଛନ୍ତି। ବିଜେଡି ବହୁତ ଶୋଚନୀୟ ଅବସ୍ଥାରେ ଅଛି’ ବୋଲି ଅପରାଜିତା କହିଛନ୍ତି।

ଅପରାଜିତା ଆହୁରି କହିଛନ୍ତି ଯେ, ‘ବିଜୁ ଜନତା ଦଳ ଯଦି ସୌମ୍ୟଙ୍କ କଥା ଶୁଣିଥାନ୍ତା, ତାଙ୍କ କଥାରେ ଅମଳ କରିଥାନ୍ତା, ତେବେ ଓଡିଶାରେ ଯେଉଁ ଗଭର୍ଣ୍ଣାନ୍ସ ମଡେଲ ଚାଲିଛି ତାକୁ ଦେଖି ଲୋକେ ଯେଉଁ ହସୁଛନ୍ତି ତାହା ହୋଇ ନ ଥାନ୍ତା ସତ ସମ୍ନାକୁ ଆଣିଥିବାରୁ ସୌମ୍ୟ ରଞ୍ଜନଙ୍କୁ ଅପରାଜିତା ଧନ୍ୟବାଦ ଦେଇଛନ୍ତି। 

Advertisment
Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ