ପ୍ରାଚୀ ନଦୀର ପୁନରୁଦ୍ଧାର ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା

୭୮ କିଲୋମିଟର ଦୀର୍ଘ ପ୍ରାଚୀ ନଦୀ, ଖୋର୍ଦ୍ଧା-କଟକ-ପୁରୀ ଜିଲ୍ଲାର ୬ଟି ବ୍ଲକ ବାଲିଅନ୍ତା, ବାରଙ୍ଗ, କଣ୍ଟାପଡା, ନିଆଳି, କାକଟପୁର ଏବଂ ଅସ୍ତରଙ୍ଗ ଦେଇ ଯାଇଛି ।

Aparajita Sarangi

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତଙ୍କୁ ସାକ୍ଷାତ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଓଡ଼ିଶାର ପ୍ରାଚୀ ନଦୀର ପୁନରୁଦ୍ଧାର ପ୍ରସଙ୍ଗ ନେଇ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତଙ୍କୁ ସାକ୍ଷାତ କରିଛନ୍ତି ଅପରାଜିତା । ୭୮ କିଲୋମିଟର ଦୀର୍ଘ ପ୍ରାଚୀ ନଦୀ, ଖୋର୍ଦ୍ଧା-କଟକ-ପୁରୀ ଜିଲ୍ଲାର ୬ଟି ବ୍ଲକ ବାଲିଅନ୍ତା, ବାରଙ୍ଗ, କଣ୍ଟାପଡା, ନିଆଳି, କାକଟପୁର ଏବଂ ଅସ୍ତରଙ୍ଗ ଦେଇ ଯାଇଛି ।

 

ତେବେ ମହାନଦୀର ଶାଖାନଦୀ କୁଶଭଦ୍ରା ନଦୀରୁ ଜଳ ପ୍ରବାହ ବନ୍ଦ ହେବା କାରଣରୁ ପ୍ରାଚୀ ନଦୀ ଶୁଷ୍କ ଅବସ୍ଥାରେ ରହିଛି l  ଉପକୂଳରେ ରହୁଥିବା ଲୋକେ ନଦୀର ପୁନଃରୁଦ୍ଧାର ପାଇଁ କର୍ତ୍ତୁପକ୍ଷଙ୍କୁ ଅନୁରୋଧ କରିଛନ୍ତି । ନଦୀ ପୁନରୁଦ୍ଧାର ପ୍ରକଳ୍ପରେ ମୋଟ ୭ଟି ବ୍ରିଜ ର୍ନିମାଣ, ନଦୀ ଉପତ୍ୟକା ନବୀକରଣ, ଜଳାଶୟ ସୃଷ୍ଟି, ପାର୍ଶ୍ୱ ରାସ୍ତା, ବୃକ୍ଷରୋପଣ, ସମୁଦ୍ର ମୁହାଣ ନବୀକରଣ ଆଦି କାର୍ଯ୍ୟ ଅନ୍ତର୍ଭୁକ୍ତ ରହିଛି । ଏହା ଦ୍ୱାରା ପରିବେଶ ସୁରକ୍ଷା ସହ ବହୁ ମହତ୍ୱପୂର୍ଣ ସ୍ଥାନର ରକ୍ଷଣାବେକ୍ଷଣ ହୋଇପାରିବ ବୋଲି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କୁ ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।