ବିଜୁ ପଟ୍ଟନାୟକ ବିମାନବନ୍ଦରରେ ୨ଟି ଏରୋ ବ୍ରିଜ୍‌ର ଉଦଘାଟନ କଲେ ସାଂସଦ ଅପରାଜିତା

୨ଟି ଏରୋ ବ୍ରିଜ୍‌ର ଉଦଘାଟନ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ୫ କୋଟି ୪୨ ଲକ୍ଷ ବ୍ୟୟରେ ନିର୍ମାଣ ହୋଇଛି ଏହି ଓଭରବ୍ରିଜ୍ ।

Aparajita Sarangi

ଭୁବନଶ୍ୱର: ଭୁବନଶ୍ୱର ବିମାନ ବନ୍ଦରରେ ୨ଟି ଏରୋ ବ୍ରିଜ୍‌ର ଉଦଘାଟନ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ୫ କୋଟି ୪୨ ଲକ୍ଷ ବ୍ୟୟରେ ନିର୍ମାଣ ହୋଇଛି ଏହି ଓଭରବ୍ରିଜ୍ । ଏହାଦ୍ୱାରା ପ୍ରତ୍ୟେକ ଦିନ ଭୁବନେଶ୍ୱର ବିମାନ ବନ୍ଦର ଦେଇ ଯାତ୍ରା କରୁଥିବା ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ଯାତ୍ରୀଙ୍କୁ ସୁବିଧା ହେବ । ଏହି ଅବସରରେ ଭୁବନେଶ୍ୱରରୁ ୩ଟି ସ୍ଥାନକୁ ସିଧା ବିମାନ ଉଡାଣ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅପରାଜିତା ଚିଠି ଲେଖିଥିବା କହିଛନ୍ତି ।

ଭୁବନେଶ୍ୱରରୁ ଜାମ୍ମୁ, ଗୌହାଟୀ ଏବଂ ଶିରିଡ଼ି ପର୍ଯ୍ୟନ୍ତ ବିମାନ ଉଡାଣ ପାଇଁ ଚିଠି ଳେଖିଥିବା କହିଛନ୍ତି ଅପରାଜିତା । ସେହିଭଳି ଦେଶର ଶ୍ରେଷ୍ଠ ୧୦ଟି ବିମାନ ବନ୍ଦର ମଧ୍ୟରେ ଭୁବନେଶ୍ୱର ଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଅପରାଜିତା ।