Advertisment

ଅଭିମାନ କଲେ ସାଂସଦ ଅପରାଜିତା, କହିଲେ- ମୋତେ କାହିଁକି ନିମନ୍ତ୍ରଣ କରାଗଲାନି ? ମୋର ଦୋଷ କ’ଣ ?

ରାଜଧାନୀର ପ୍ରତିଷ୍ଠା ଦିବସରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିମନ୍ତ୍ରଣ ନ ଥିବାରୁ ଟ୍ୱିଟ୍ କରି ଅସନ୍ତୋଷ ଝାଡ଼ିଲେ ଅପରାଜିତା ଷଡ଼ଙ୍ଗୀ।

ଅଦ୍ୟତନ ହୋଇଛି
MP Aparajita Sarangi expresses displeasure

MP Aparajita Sarangi expresses displeasure

Advertisment

ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ। ୭୪ ବର୍ଷରେ ପାଦ ଥାପିଛି ରାଜଧାନୀ। ଟେମ୍ପଲ ସିଟିରୁ ସ୍ମାର୍ଟ ସିଟିର ଏହି ଲମ୍ବା ଯାତ୍ରା ଭିତରେ ବଢିଛି ସହରର କାୟା, ବଦଳିଛି ପରିବେଶ।ସବୁଜ ବଳୟରୁ କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି ରାଜଧାନୀ। ରାସ୍ତାଘାଟଠୁ ନେଇ ଆଲୋକୀକରଣ, ଲୋକଙ୍କ ଜୀବନଶୈଳୀ ସବୁକିଛି ଏହି ୭୪ ବର୍ଷ ମଧ୍ୟରେ ବଦଳିଛି। 

Advertisment

ଐତିହ୍ୟ ସହର ଭାବେ ପରିଚିତ ଭୁବନେଶ୍ୱର, ଏବେ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସ୍ପୋଟର୍ସର ହବ୍ ଭାବେ ବି ବେଶ ପରିଚିତ। ରୋଜଗାର ପାଇଁ  ବି ଅନେକ ଲୋକ ବାଛିଛନ୍ତି ଭୁବନେଶ୍ୱରକୁ। ଜର୍ମାନ ଆର୍କିଟେକ ଓଟୋ କନିଙ୍ଗ୍ସବର୍ଜରଙ୍କ ପରିକଳ୍ପିତ ଏହି ସହର ହେଉଛି ଭାରତର ପ୍ରଥମ ପରିକଳ୍ପିତ ସହର। ଜାମସେଦପୁର ଏବଂ ଚଣ୍ଡୀଗଡ଼ ସହର ମଧ୍ୟ ଏହି ଢାଞ୍ଚାରେ ନିର୍ମିତ ହୋଇଛି। ଆଜି ରାଜଧାନୀ ପ୍ରତିଷ୍ଠା ଦିବସ ଥିବାରୁ ପ୍ରଶାସନ ଓ  ବିଭିନ୍ନ ସଂସ୍ଥା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଅନ୍ୟପକ୍ଷେ, ରାଜଧାନୀର ପ୍ରତିଷ୍ଠା ଦିବସରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିମନ୍ତ୍ରଣ ନ ଥିବାରୁ ଟ୍ୱିଟ୍ କରି ଅସନ୍ତୋଷ ଝାଡ଼ିଛନ୍ତି ଅପରାଜିତା ଷଡ଼ଙ୍ଗୀ। ଟ୍ୱିଟ୍‌ କରି ସେ କହିଛନ୍ତି ଯେ, ମୋତେ ଛାଡ଼ି ପ୍ରାୟ ସମସ୍ତଙ୍କୁ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ ରହିଛି। ଏହି ମହାନ ଦିବସ ଅବସରରେ ମୁଁ ଉତ୍ସବରେ ଯୋଗ ଦେବାକୁ ଚାହୁଁଥିଲି। ହେଲେ ମୋତେ କାହିଁକି ନିମନ୍ତ୍ରଣ କରାଗଲାନି ? ମୋର ଦୋଷ କ’ଣ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି।  

Advertisment

MP Aparajita Sarangi Rajdhani Pratistha Diwas Bhubaneswar Foundation Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ