Advertisment

ପଞ୍ଚଭୂତରେ ବିଲୀନ ହେଲେ ସୂର୍ଯ୍ୟ ନାରାୟଣ ପାତ୍ର

ଗଂଜାମ ଦିଗପହଣ୍ଡିରେ ସୂର୍ଯ୍ୟ ପାତ୍ରଙ୍କ ଅନ୍ତିମ ସଂସ୍କାର କରାଯାଇଛି ।

undefined

Surya Narayan Patro

Advertisment

ପଞ୍ଚଭୂତରେ ବିଲୀନ ହେଲେ ସୂର୍ଯ୍ୟ ନାରାୟଣ ପାତ୍ର । ଦିଗପହଣ୍ଡିରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ତାଙ୍କର ଅନ୍ତିମ ସତ୍କାର କରାଯାଇଛି । ଶୋକାକୁଳ ପରିବେଶ ମଧ୍ୟରେ ଅନ୍ତିମ ସତ୍କାର କରାଯାଇଛି । ସୂର୍ଯ୍ୟଙ୍କୁ ମୁଖାଗ୍ନି ଦେଲେ ପୁଅ ବିପ୍ଲବ ପାତ୍ର । କର୍ମଭୂମିରୁ ଜନ୍ମଭୂମି ଯାଏଁ ଶେଷ ଦର୍ଶନ କଲେ ଶହ ଶହ ଲୋକେ । ଲୁହ ଭିଜା ଆଖିରେ ବିଦାୟ ଦେଇଛନ୍ତି ସମର୍ଥକ ।

Advertisment

ସେପଟେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସକାଳେ ସେ ସୂର୍ଯ୍ୟଙ୍କ ବାସଭବନକୁ ଯାଇ ଅନ୍ତିମ ଦର୍ଶନ କରିଛନ୍ତି, ପରିବାର ଲୋକେଙ୍କୁ ସମବେଦନା ଜଣାଇଛନ୍ତି। ଏହା ପରେ ସୂର୍ଯ୍ୟ ପାତ୍ରଙ୍କ ପାର୍ଥିବ ଶରୀରକୁ ଶଙ୍ଖ ଭବନକୁ ନିଆଯାଇଥିଲା। ସେଠାରେ ବିଶିଷ୍ଟ ବ୍ୟକ୍ତି ଅନ୍ତିମ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ଏହା ପରେ ତାଙ୍କୁ ବିଧାନସଭା ନିଆଯାଇଥିଲା । ସେଠାରେ ପୂର୍ବତନ ବାଚସ୍ପତିଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହା ପରେ ସୂର୍ଯ୍ୟ ପାତ୍ରଙ୍କ ପାର୍ଥିବ ଶରୀରକୁ ବ୍ରହ୍ମପୁର ଦେଇ ଦିଗପହଣ୍ଡି ନିଆଯାଉଛି। ଅପରାହ୍ନରେ ଦିଗପହଣ୍ଡିରେ ହିଁ ଶେଷ କୃତ୍ୟ ହେବାର ଅଛି। ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା।

Advertisment

ର୍ଯ୍ୟ ନାରାୟଣ ପାତ୍ର । ରାଜ୍ୟ ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା । ଗଞ୍ଜାମ ଜିଲ୍ଲାର ଜଣେ ତୁଙ୍ଗ ନେତା । ଯାହାଙ୍କ ରାଜନୈତିକ କ୍ୟାରିୟର ଥିଲା ବହୁତ ଲମ୍ବା । ସାଧାରଣ କାଉନସିଲରଠୁ ବିଧାନସଭାର ବାଚସ୍ପତି ହେବା ଯାଏଁ. ବିଜୁ ବାବୁଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ ବିଭିନ୍ନ ବିଭାଗର ମନ୍ତ୍ରୀ ହେବା ଯାଏଁ ତାଙ୍କର ରହିଛି ଉପଲବ୍ଧି । ଆସନ୍ତୁ ସଂକ୍ଷେପରେ ଜାଣିବା, ସୂର୍ଯ୍ୟ ପାତ୍ରଙ୍କ ପଲିଟିକାଲ ଯାତ୍ରା ।

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିବାସୀ ସୂର୍ଯ୍ୟନାରାୟଣ ପାତ୍ର ପ୍ରଥମେ BSc ଓ ପରେ LLB କରି ଆରମ୍ଭ କରିଥିଲେ ଓକିଲାତି । ତା’ପରେ ସମାଜସେବା ଓ କ୍ରମେ ପ୍ରତ୍ୟକ୍ଷ ରାଜନୀତିରେ ପାଦ ଥାପି ବନିଯାଇଥିଲେ ବିଚକ୍ଷଣ ରାଜନେତା । ଯାହାଙ୍କ ରାଜନୈତିକ ଯାତ୍ରା ଲମ୍ବିଥିଲା କାଉନସିଲରରୁ ବିଧାନସଭାର ବାଚସ୍ପତି ହେବ ଯାଏଁ । ୧୯୭୭ ମସିହାରେ ବ୍ରହ୍ମପୁର ମ୍ୟୁନିସିପାଲିଟି କାଉନସିଲର ହୋଇଥିଲେ ସୂର୍ଯ୍ୟ ପାତ୍ର ।

Advertisment

ପରବର୍ତ୍ତୀ ସମୟରେ କ୍ରମାଗତ ୭ ଥର ବନିଥିଲେ ବିଧାୟକ । ୧୯୯୦ରେ ପ୍ରଥମ ଥର ପାଇଁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମୋହନା ବିଧାୟକ ଭାବେ ୧୯୯୦ରୁ ୨୦୦୯ ଯାଏଁ କ୍ରମାଗତ ୪ଥର ନିର୍ବାଚିତ ହୋଇଥିଲେ ସୂର୍ଯ୍ୟ । ପ୍ରଥମ ଦୁଇ ଥର ଜନତା ଦଳରୁ ଏବଂ ତା ପରେ ବିଜେଡିରୁ ମୋହନା ଆସନରୁ ଲଢ଼ି ଜିତିଥିଲେ ସୂର୍ଯ୍ୟ । ୨୦୦୯ରୁ ସେ କ୍ରମାଗତ ୩ ଥର ଦିଗପହଣ୍ଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ଅତି ବିଶ୍ୱସ୍ତ ଥିବା ସୂର୍ଯ୍ୟ ପାତ୍ର ଉଭୟଙ୍କ ସରକାରରେ ମନ୍ତ୍ରୀପଦରେ ଅଳଙ୍କୃତ ହୋଇଥିଲେ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ । ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ୱ କାଳର ରାଜନୈତିକ କ୍ୟାରିୟର ଭିତରେ ସେ ବହୁ ବିଭାଗରେ ଦାୟିତ୍ୱ ତୁଲାଇଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରସମନ, ଜଙ୍ଗଲ ଓ ପରିବେଶ, ଶକ୍ତି, ପର୍ଯ୍ୟଟନ, ଆଇଟି, ସଂସ୍କୃତି, ସୂଚନା ଓ ଲୋକସମ୍ପର୍କ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀରହି ସେ ତାଙ୍କ ଦକ୍ଷତା ପ୍ରତିପାଦ ରଖିଛନ୍ତି । ପରବର୍ତ୍ତୀ ସମୟରେ ୨୦୧୯ରେ ବାଚସ୍ପତି ପଦ ସମ୍ଭାଳିଥିଲେ ଆଉ ୨୦୨୨ରେ ଦେଇଥିଲେ ଇସ୍ତଫା ।

Funeral Surya Narayan Patro
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ