Advertisment

‘ଏଇମାନେ ମୋ ପରିବାର’ କହି, ବିରୋଧୀଙ୍କୁ ଧରାଶାୟୀ କଲେ ମୋଦି

ଦେଶର ପ୍ରତ୍ୟେକଟି ଗରିବ ପରିବାର ହେଉଛି ‘ମୋ ପରିବାର’। ଏପରିକି ମେରା ଭାରତ’ ‘ମେରା ପରିବାର’ ବୋଲି କହି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ।

ଅଦ୍ୟତନ ହୋଇଛି
Modi Ka Parivar

Modi Ka Parivar

Advertisment

ମୋଦିଙ୍କ ପରିବାର କିଏ ? ଗତକାଲି ଲାଲୁ ଯାଦବଙ୍କ ଏହି ଆକ୍ଷେପ ପରେ ଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ୧୪୦ କୋଟି ଜନତା ମୋ ପରିବାର ବୋଲି ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ତେଲେଙ୍ଗାନା ଆଦିଲାବାଦ୍‌ରେ ସାଧାରଣଜନତାଙ୍କୁ ସମ୍ବୋଧନ ବେଳେ କିଛି ଏଭଳି କହି ବିରୋଧୀ ମେଣ୍ଟକୁ ଧରାଶାୟୀ କରିଛନ୍ତି ।

Advertisment

ଯେଉଁ ମାନେ ପରିବାରବାଦରେ ବିଶ୍ୱାସ କରନ୍ତି ସେମାନେ ଏଭଳି ଭାଷାର ପ୍ରୟୋଗ କରନ୍ତି। କିନ୍ତୁ ମୋ ପାଇଁ ଦେଶର ୧୪୦ କୋଟି ଜନତା ମୋ ପରିବାର, ମୋ ଘର, ମୋ ମାଆ, ମୋ ଝିଅ । ଦେଶର ପ୍ରତ୍ୟେକଟି ଗରିବ ପରିବାର ହେଉଛି ‘ମୋ ପରିବାର’। ଏପରିକି ମେରା ଭାରତ’ ‘ମେରା ପରିବାର’ ବୋଲି କହି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ।

ଆଉ ପ୍ରଧାନମନ୍ତ୍ରୀଙ୍କ ଏଭଳି ବକ୍ତବ୍ୟ ପରେ ସୋସିଆଲ୍ ମିଡିଆରେ ଆରମ୍ଭ ହୋଇଛି MODI KA PARIVAR କ୍ୟାମ୍ପେନ୍ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନିଜ ସୋସିଆଲ୍ ମିଡିଆ ସାଇଟ୍ X’ରେ ନିଜକୁ MODI KA PARIVAR ଭାବେ ପରିଚିତ କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ମେଁ ହୁଁ ମୋଦିଜୀ କା ପରିବାର। ସମସ୍ତ ଭାରତବାସୀ ହୈ ମୋଦିଜୀ କା ପରିବାର।

Advertisment

ଅନ୍ୟପଟେ ତେଲେଙ୍ଗାନା ଆଦିଲାବାଦ୍‌ରେ ମୋଦି ଆହୁରି କହିଛନ୍ତି, “ଦେଶର ଉଜ୍ଜଳ ଭବିଷ୍ୟତ ପାଇଁ ମୁଁ ଘର ଛାଡ଼ିଥିଲି । ଆପଣଙ୍କ ପାଇଁ ବଞ୍ଚୁଛି, ଆପଣଙ୍କ ପାଇଁ ଜୁଝି ହେଉଛି ହେଉଥିବି ।” ଏହାପରେ ସେହି ଜନସଭା ପରେ ଲୋକେ ମେ ହୁଁ ମୋଦି କା ପରିବାର ନାରା ଦେଇଥିଲେ । 

ସୂଚନାଯୋଗ୍ୟ, ବିହାର ରାଜଧାନୀ ପାଟନାରେ ଜନବିଶ୍ୱାସ ମହାରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଥିଲେ RJD ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ । ଲାଲୁ ପ୍ରାସଦ ଯାଦବ କହଥିଲେ, “ଯଦି ନରେନ୍ଦ୍ର ମୋଦିଙ୍କ ନିଜର ପରିବାର ନାହିଁ, ଏଥିରେ ଆମେ କଣ କରି ପାରିବୁ । ସେ କେବଳ ରାମ ମନ୍ଦିର ଡିଣ୍ଡିମ ପିଟୁଛନ୍ତି । ସେ ଜଣେ ସଚ୍ଚା ହିନ୍ଦୁ ବି ନୁହଁନ୍ତି । ହିନ୍ଦୁ ପରମ୍ପରା ମୁତାବକ ମାଆର ମୃତ୍ୟୁ ହେଲେ ପୁଅ ଲଣ୍ଡା ହେବାର ନିୟମ ରହିଛି । କିନ୍ତୁ ମୋଦି ଏଭଳି କରି ନଥିଲେ ।”

Advertisment
Narendra Modi BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ