Maharashtra Politics
ମହାରାଷ୍ଟ୍ରର ଠାକରେ ପରିବାରକୁ ରାଜନୈତିକ ପଶାପାଲିରେ ହରାଇବାକୁ ଠାକରେ ପରିବାରର ସହାୟତା ନେଉଛି ବିଜେପି । ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀକୁ ହରାଇବାକୁ ତାଙ୍କ କାକା ପୁଅ ଭାଇ ରାଜ ଠାକରେଙ୍କ ସହିତ ବିଜେପି ମେଣ୍ଟ କରିବାକୁ ଯାଉଛି । ଏଥିପାଇଁ ଦିଲ୍ଲୀରେ ଅଛନ୍ତି ରାଜ ଠାକରେ ।
ସେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ ଭେଟିଛନ୍ତି । ଏନିସିପି ଅଜିତ ପାୱାର ଗୋଷ୍ଠୀ ଓ ଶିବସେନା ଏକନାଥ ସିନ୍ଦେ ଗୋଷ୍ଠୀ ସହିତ ହାତ ମିଳାଇବା ପରେ ଏବେ ବିଜେପି ନିଜର ଶକ୍ତି ବୃଦ୍ଧି ପାଇଁ ରାଜ ଠାକରେଙ୍କ ସହିତ ମଧ୍ୟ ମେଣ୍ଟ କରିବାକୁ ଯାଉଛି।
ଅଧିକ ପଢ଼ନ୍ତୁ: କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ପଶୁପତି ପାରସ... କହିଲେ,‘ମୋ ପ୍ରତି ହୋଇଛି ଅନ୍ୟାୟ’
ବିଶେଷ କରି ଶିବସେନାର ପ୍ରଭାବକୁ ହ୍ରାସ କରିବାକୁ ଏହି ରଣନୀତି ହୋଇଛି । ରାଜ ଠାକରେ ଆଗରୁ ଶିବସେନାର ଫାୟାର ବ୍ରାଣ୍ଡ ଲିଡର ଥିଲେ । ଏପରିକି ତାଙ୍କୁ ବାଲ ଠାକରେଙ୍କ ଦାୟାଦ ଭାବେ ପରିଗଣିତ କରାଯାଉଥିଲା । କାକାଙ୍କ ପରି ସେ ମଧ୍ୟ ଚରମପନ୍ଥୀ ଥିଲେ। କିନ୍ତୁ ଉଦ୍ଧବ ଠାକରେଙ୍କ ହାତକୁ ଚାଲି ଯାଇଥିଲା ଶିବସେନା ।
ଏହା ପରେ ୨୦୦୬ରେ ରାଜ ଠାକରେ ମହାରାଷ୍ଟ୍ର ନବ ନିର୍ମାଣ ସେନା ଗଠନ କରିଥିଲେ । କିନ୍ତୁ ମହାରାଷ୍ଟ୍ର ରାଜନୀତିରେ ତାଙ୍କୁ ବିଶେଷ କିଛି ସଫଳତା ମିଳି ନାହିଁ । ଏବେ ତାଙ୍କ ସହିତ ମେଣ୍ଟ କରି ଉଦ୍ଧବ ଠାକରେଙ୍କୁ ଚେକ୍ କରିବାକୁ ବିଜେପି କରିଛି ରଣନୀତି । ଏଣୁ ରାଜ ଠାକରେଙ୍କ ରାଜନୈତିକ ଭାଗ୍ୟରେ ମଧ୍ୟ ନୂଆ ସୂର୍ଯ୍ୟୋଦୟ ହୋଇପାରେ । ୨୦୨୪ ତାଙ୍କ ପାଇଁ ଆଣିଛି ଅପୂର୍ବ ସୁଯୋଗ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710837049.jpg)