ମାହାଙ୍ଗା ଡବଲ ମର୍ଡର ମାମଲା; ହାଇକୋର୍ଟ ଗଲେ ପ୍ରତାପ ଜେନା

ଗତ ମାସ ୧୫ ତାରିଖରେ କଗନିଜେନ୍ସ ଗ୍ରହଣ କରିଥିଲେ ସାଲେପୁର JMFC କୋର୍ଟ । ହତ୍ୟା (୩୦୨) ଅପରାଧିକ ଷଡ଼ଯନ୍ତ୍ର (୧୨୦ ବି) ଏବଂ ଧମକ (୫୦୬) ଆଦି ଦଫାରେ ଆପାତତଃ ବିଚାରଯୋଗ୍ୟ ତଥ୍ୟ ରହିଥିବା କୋର୍ଟ କହିଥିଲେ ।

ହାଇକୋର୍ଟ ଗଲେ ପ୍ରତାପ ଜେନା

ମାହାଙ୍ଗା ଡବଲ ମର୍ଡର ମାମଲାରେ ହାଇକୋର୍ଟ ଗଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା । ତଳକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ପ୍ରତାପ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସାଲେପୁର JMFCଙ୍କ ରାୟକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପ୍ରତାପ ଜେନା ।

ଗତ ମାସ ୧୫ ତାରିଖରେ କଗନିଜେନ୍ସ ଗ୍ରହଣ କରିଥିଲେ ସାଲେପୁର JMFC କୋର୍ଟ । ହତ୍ୟା (୩୦୨) ଅପରାଧିକ ଷଡ଼ଯନ୍ତ୍ର (୧୨୦ ବି) ଏବଂ ଧମକ (୫୦୬) ଆଦି ଦଫାରେ ଆପାତତଃ ବିଚାରଯୋଗ୍ୟ ତଥ୍ୟ ରହିଥିବା କୋର୍ଟ କହିଥିଲେ । ଏହାସହ ହାଜର ପାଇଁ ସମନ୍ ଜାରି କରିଥିଲେ । ସାଲେପୁର JMFCଙ୍କ ଏହି ରାୟକୁ ବେଆଇନ ଦର୍ଶାଇ ରଦ୍ଦ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପ୍ରତାପ ଜେନା ।

ପ୍ରତାପଙ୍କ ବିରୋଧରେ ୩୦୨, ୫୦୬, ୧୨୦B ଭଳି ସଂଗୀନ ଦଫା ଲାଗିଛି। ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ମାମଲାରେ ପ୍ରତାପ ଏକ ଅଭିଯୁକ୍ତ ଅଟନ୍ତି । ୨୦୨୧ ଜାନୁଆରୀ ୨ ଏହି ଦୁଇ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା । ଆଗରୁ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି ।