MLA Bijay Shankar-Somalika discord
କଟକ ବିବାହ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ସୋମାଲିକା ଦାସ ହାଜର ହୋଇଛନ୍ତି । ବିଜେଡି ବିଧାୟକ ବିଜୟ ଶଙ୍କରଙ୍କ ବିବାହ ଆବେଦନ ଉପରେ ସେ ଆପତ୍ତି ଉଠାଇଥିଲେ । ଏହା ବିରୋଧରେ ସେ ଆବେଦନ ମଧ୍ୟ କରିଥିଲେ ।
ଅଭିଯୋଗ ଆଧାରରେ ତଥ୍ୟ, ପ୍ରମାଣ ଓ ସାକ୍ଷୀ ନେଇ ବିବାହ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ସୋମାଲିକାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିପାଇଁ ସେ ଆଜି ହାଜର ହେବା ସହ ପ୍ରମାଣ ରଖିଥିଲେ ।
ବିଜୟଙ୍କ ଦ୍ୱିତୀୟ ବିବାହ ଆବେଦନ ଆପତ୍ତି ଉପରେ ସୋମାଲିକା ତଥ୍ୟ ଦାଖଲ କରିଛନ୍ତି । ତେବେ ଆସନ୍ତା ୩୦ ତାରିଖରେ ଅରିଜିନାଲ ଡକ୍ୟୁମେଣ୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଥାଉ କି, କଟକ ସବ୍ ରେଜିଷ୍ଟ୍ରାର କୋର୍ଟରେ ଅନ୍ୟ ଜଣେ ମହିଳାଙ୍କୁ ବିବାହ ପାଇଁ ଆବେଦନ କରିଛନ୍ତି ବିଜୟଶଙ୍କର ଦାସ । ହେଲେ ବିଧାୟକ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ନେଇ ସୋମାଲିକା ଅଭିଯୋଗ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1700568422.jpg)